ETV Bharat / sitara

ଏହି ଦୁଇ ରାଜ୍ୟରେ ଟ୍ୟାକ୍ସ ଫ୍ରି ‘ଛପାକ’ - ଛତିଶଗଢରେ ଛପାକ ଟ୍ୟାକ୍ସ ଫ୍ରି

‘ଛପାକ’ଙ୍କ ମେକର୍ସଙ୍କୁ ମିଳିଲା ଖୁସି । ରିଲିଜ ପୂର୍ବରୁ ମଧ୍ୟ ପ୍ରଦେଶ ଓ ଛତିଶଗଢରେ ଟ୍ୟାକ୍ସ ଫ୍ରି ହେଲା ଏହି ଫିଲ୍ମ । ମୁଖ୍ୟ ଭୂମିକାରେ ନଜର ଆସିବେ ଦୀପିକା ପାଦୁକୋନ ଓ ବିକ୍ରାନ୍ତ ମେସୀ ।

_deepika padukone chhapaak
ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ଦୀପିକା ପାଦୁକୋନ
author img

By

Published : Jan 9, 2020, 7:46 PM IST

ମୁମ୍ବାଇ: ଦୀପିକା ପାଦୁକୋନଙ୍କ ଫିଲ୍ମ ‘ଛପାକ’ ରିଲିଜ ପୂର୍ବରୁ ଅନେକ ବିବାଦ ଘେରରେ । ଆସନ୍ତା କାଲି(ଶୁକ୍ରବାର) ରିଲିଜ ହେବ ‘ଛପାକ’ । ଇତିମଧ୍ୟରେ ଫିଲ୍ମର ମେକର୍ସଙ୍କୁ ମିଳିଛି ଗୁଡନ୍ୟୁଜ । ଅନେକ ବାଦବିବାଦ ପରେ ଫିଲ୍ମକୁ ମଧ୍ୟ ପ୍ରଦେଶରେ ଟ୍ୟାକ୍ସ ଫ୍ରି କରିଦିଆଯାଇଛି । ମଧ୍ୟ ପ୍ରଦେଶର ମୁଖ୍ୟମନ୍ତ୍ରୀ କମଲ ନାଥ ସୋସିଆଲ ମିଡିଆରେ ଏହାର ସୂଚନା ଦେଇଛନ୍ତି ।

tweet
ଫଟୋ ସୌଜନ୍ୟ: ଟ୍ବିଟର@କମଲ ନାଥ

ସେ ଟ୍ବିଟର ଆକାଉଣ୍ଟରେ ଏକ ପୋଷ୍ଟ କରି ଲେଖିଛନ୍ତି, ‘ଦୀପିକା ପାଦୁକୋନଙ୍କ ଅଭିନୀତ ଏସିଡ ପୀଡିତାଙ୍କ ଉପରେ ନିର୍ମାଣ ହୋଇଥିବା ଫିଲ୍ମ ଛପାକ ଜାନୁଆରୀ 10ରେ ପୁରା ଦେଶରେ ରିଲିଜ ହେବ । ଆଉ ମଧ୍ୟ ପ୍ରଦେଶରେ ଫିଲ୍ମର ଟ୍ୟାକ୍ସ ଫ୍ରୀ କରିବାକୁ ଘୋଷଣା କରୁଛି ।’

‘ଏହି ଫିଲ୍ମ ସମାଜରେ ଏସିଡ ପୀଡିତା ମହିଳାଙ୍କ ପାଇଁ ଏକ ସକାରାତ୍ମକ ବାର୍ତ୍ତା ଦେବା ସହ, ସେହି ଯନ୍ତ୍ରଣାରେ ଆତ୍ମବିଶ୍ବାସ, ସଂଘର୍ଷ, ଆଶା ଓ ଜୀବନ ବଞ୍ଚିବାର ସାହସ ଯୋଗାଇବ । ଯାହା ସମାଜରେ ପରିବର୍ତ୍ତନ ଆଣିବାକୁ ମଧ୍ୟ ସାହାଯ୍ୟ କରିବ’ ବୋଲି ଟ୍ବିଟରେ ଲେଖିଛନ୍ତି କମଲ ନାଥ । ମଧ୍ୟପ୍ରଦେଶ ପରେ ଛତିଶଗଡରେ ମଧ୍ୟ ଛପାକକୁ ଟ୍ୟାକ୍ସ ଫ୍ରି କରିଦିଆଯାଇଛି ।

ପ୍ରକାଶ ଥାଉକି ଫିଲ୍ମ ‘ଛପାକର କାହାଣୀ ଜଣେ ଏସିଡ ପୀଡିତା ଲକ୍ଷ୍ମୀ ଅଗ୍ରୱାଲଙ୍କ କାହାଣୀ ନେଇ ଆଧାରିତ । ଫିଲ୍ମରେ ଦୀପିକା ଲକ୍ଷ୍ମୀଙ୍କ ଭୂମିକରେ ନଜର ଆସିବେ । ତାଙ୍କ ଭୂମିକାର ନାମ ଫିଲ୍ମରେ ମାଲତୀ ଅଗ୍ରୱାଲ ରଖାଯାଇଛି । ଫିଲ୍ମରେ ତାଙ୍କ ସହ ଫେମସ ଆକ୍ଟର ବିକ୍ରାନ୍ତ ମେସୀ ମଧ୍ୟ ଅଭିନୟ କରୁଥିବାର ଦେଖାଯିବେ ।

Intro:Body:

BLANK

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.