ETV Bharat / sitara

‘ପୃଥ୍ବୀରାଜ’ ସେଟ୍‌କୁ ଫେରି ଅକ୍ଷୟଙ୍କ ପ୍ରଶଂସା କଲେ ମାନୁଷୀ - ସୁପରଷ୍ଟାର ଅକ୍ଷୟ କୁମାରଙ୍କ ଆଗାମୀ ଫିଲ୍ମ ପୃଥ୍ବୀରାଜ

ଡେବ୍ୟୁ ଅଭିନେତ୍ରୀ ମାନୁଷୀ ପୁଣି ଆରମ୍ଭ କଲେ ‘ପୃଥ୍ବୀରାଜ’ ସୁଟିଂ । ଫିଲ୍ମ ସେଟ୍‌କୁ ଫେରି ସେୟାର କଲେ ମନକଥା ।

ଫଟୋ ସୌଜନ୍ୟ: ଇଟିଭି ଭାରତ, ବ୍ୟୁରୋ
ଫଟୋ ସୌଜନ୍ୟ: ଇଟିଭି ଭାରତ, ବ୍ୟୁରୋ
author img

By

Published : Oct 16, 2020, 12:18 PM IST

ମୁମ୍ବାଇ: ପୂର୍ବତନ ମିସ୍ ୱାର୍ଲ୍ଡ ମାନୁଷୀ ଛିଲ୍ଲର ଏବର୍ଷ ବଲିଉଡରେ ଡେବ୍ୟୁ କରିବାକୁ ଯାଉଛନ୍ତି । ସେ ଖିଲାଡି ଅକ୍ଷୟ କୁମାରଙ୍କ ସହ ତାଙ୍କ ଆଗାମୀ ଫିଲ୍ମ ‘ପୃଥ୍ବୀରାଜ’ ଜରିଆରେ ବଲିଉଡରେ ପଦାର୍ପଣ କରିବେ । ଗତ ବର୍ଷ ନଭେମ୍ବରରେ ଫିଲ୍ମର ସୁଟିଂ ଆରମ୍ଭ କରିଥିଲେ ମାନୁଷୀ । ହେଲେ କୋରୋନା ଭାଇରସ ପାଇଁ ଫିଲ୍ମର ସୁଟିଂ ଅଧାରେ ବନ୍ଦ ଥିଲା । ଆଉ ଏବେ ପୁଣିଥରେ ସୁଟିଂ ଆରମ୍ଭ କରିବାକୁ ନେଇ ଉତ୍ସାହିତ ସେ।

ଏହି ଅବସରରେ ସେ କହିଛନ୍ତି, ‘ମୁଁ ପୃଥ୍ବୀରାଜ ସେଟକୁ ଫେରି ବହୁତ ଖୁସି ଅନୁଭବ କରୁଛି। ଲକଡାଉନରେ ମୁଁ ସେଟକୁ ବହୁତ ମିସ୍ କରୁଥିଲି । ମୁଁ ସବୁଦିନ ସୁଟିଂ କରିବାକୁ ଉତ୍ସାହିତ ଅଛି । କାରଣ ଇତିମଧ୍ୟରେ ମୋ ବହୁତ ଜିନିଷ ଶିଖିଛି । ଯାହା ମୁଁ ମୋ କାମରେ ଦେଖାଇବାକୁ ଭଲ ପାଇବି । ଅକ୍ଷୟ ସାର୍‌ଙ୍କ ସହ ସେଟକୁ ଫେରିବାକୁ ନେଇ ବହୁତ ଏକ୍ସାଇଟେଡ ଥିଲି । ତାଙ୍କଠୁ ମୋ ବହୁତ କିଛି ଶିଖିଛି । ଏବେ ମଧ୍ୟ ଅନେକ ଜିନିଷ ଶିଖିବା ବାକି ଅଛି । ମୁଁ ପୃଥ୍ବୀରାଜ ଟିମ ସହ କାମ କରିବାକୁ ନିଜକୁ ଭାଗ୍ୟଶାଳୀ ମାନୁଛି । କାରଣ ଯେତେବେଳେ ଆପଣ ଡେବ୍ୟୁ କରୁଛ ତେବେ ନିଜର ସର୍ବଶ୍ରେଷ୍ଠ ପ୍ରଦର୍ଶନ ଦେବାକୁ ଚାହିଁବ । ଆଉ ଅକ୍ଷୟ ସାର୍‌ଙ୍କ ସହ ପୁରା ଟିମ ସାହାଯ୍ୟକାରୀ ଏବଂ ଉତ୍ସାହପ୍ରଦ। ଯାହାକୁ ନେଇ ମୁଁ ବହୁତ ଖୁସି।’

ପ୍ରକାଶ ଥାଉକି ଏହି ଫଲ୍ମର ନିର୍ଦ୍ଦେଶନା ଦାୟିତ୍ବ ତୁଲାଉଛନ୍ତି ଡା. ଚନ୍ଦ୍ରପ୍ରକାଶ ଦ୍ବିବେଦୀ । ଫିଲ୍ମଟି ସାହାସୀ ରାଜା ପୃଥ୍ବୀରାଜ ଚୌହନଙ୍କ ବୀରତ୍ବ କାହାଣୀକୁ ନେଇ ଆଧାରିତ । ଫିଲ୍ମରେ ମାନୁଷୀ ଓ ଅକ୍ଷୟଙ୍କ ଜବରଦସ୍ତ କେମେଷ୍ଟ୍ରି ଦେଖିବାକୁ ପାଇବେ ଦର୍ଶକ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.