ETV Bharat / sitara

କ୍ରିକେଟ ପରେ ଫିଲ୍ମରେ ଯାଦୁ ଦେଖାଇବେ ଧୋନି - ପୂର୍ବତନ ଭାରତୀୟ ଅଧିନାୟକ ମହେନ୍ଦ୍ର ସିଂ ଧୋନି ନ୍ୟୁଜ

ଏମଏସ ଧୋନିଙ୍କ ଫ୍ୟାନ୍ସଙ୍କ ପାଇଁ ଗୁଡନ୍ୟୁଜ । କ୍ରିକେଟ ମୈଦାନ ପରେ ଏବେ ପରଦାରେ ଦେଖିବାକୁ ପାଇବେ ଅଲରାଉଣ୍ଡରଙ୍କ ଯାଦୁ...

ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ଏମଏସ ଧୋନି
ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ଏମଏସ ଧୋନି
author img

By

Published : Jun 2, 2020, 1:20 PM IST

ମୁମ୍ବାଇ: କ୍ରିକେଟ ମୈଦାନରେ ନିଜ ବ୍ୟାଟ ଦ୍ବାରା ଜଲୱା ଦେଖାଇ ଫ୍ୟାନ୍ସଙ୍କୁ ଆକର୍ଷିତ କରିଥିବା ପୂର୍ବତନ ଭାରତୀୟ ଅଧିନାୟକ ମହେନ୍ଦ୍ର ସିଂ ଧୋନିକୁ ନେଇ ଚର୍ଚ୍ଚା । ସେ କ୍ରିକେଟ କ୍ୟାରିୟର ଛାଡିବା ପରେ କଣ କରିବେ ଏହି ପ୍ରଶ୍ନ ଫ୍ୟାନ୍ସଙ୍କ ମନେ ସବୁବେଳେ ଉଙ୍କିମାରୁଛି । ଅନ୍ୟ କ୍ରିକେଟରଙ୍କ ଭଳି କମେଣ୍ଟ୍ରି କରିବେ ନା କୋଚ ସାଜିବେ । ଏମିତି ଅନେକ ପ୍ରଶ୍ନ ତାଙ୍କୁ ନେଇ ବର୍ତ୍ତମାନ ଚାଲିଛି । ହେଲେ ଧୋନି ତୃତୀୟ ବିକଳ୍ପ ଚୟନ କରିଥିବା ଜଣାପଡୁଛି । ଯାହାକୁ ନେଇ ଖୁସି ହୋଇଯିବେ ଫ୍ୟାନ୍ସ । ଆଜ୍ଞା ହଁ, ଚର୍ଚ୍ଚା ଜୋର ଧରିଛି ଯେ ସେ ବଲିଉଡ ଦୁନିଆରେ ପଦାର୍ପଣ କରିପାରନ୍ତି । ଖୁବଶୀଘ୍ର ସେ ସିଲଭର ସ୍କ୍ରିନରେ ନଜର ଆସିପାରନ୍ତି ।

ପ୍ରକାଶ ଥାଉକି ଗତ ବର୍ଷ ସମୀର କର୍ଣ୍ଣିକ ତାଙ୍କୁ ତାଙ୍କ ଫିଲ୍ମ ‘ଡଗ୍ ହାଉସ’ରେ ସାମିଲ କରିବାକୁ ନିଷ୍ପତ୍ତି ନେଇଥିଲେ । ଧୋନି ମଧ୍ୟ ଏହି ଫିଲ୍ମରେ କାମ କରିବାକୁ ରାଜ ହୋଇଥିଲେ ବୋଲି ଶୁଣିବାକୁ ମିଳିଥିଲା । ସେହିପରି ଏହି ଫିଲ୍ମରେ ସଞ୍ଜୟ ଦତ୍ତ, ସୁନୀଲ ସେଟ୍ଟୀ ଓ ଆର ମାଧବନ ଅଭିନୟ କରୁଥିବାର ନଜର ଆସିବେ । ଫିଲ୍ମର କାହାଣୀ ଅଣ୍ଡର ଡଗ୍ସ ଉପରେ ଆଧାରିତ । ଏହା ବ୍ୟତୀତ ଧୋନି ଆଉ କିଛି ଫିଲ୍ମରେ ସାଇନ କରିପାରନ୍ତି । ଏହା କେତେ ଦୂର ସତ ତାହା କେବଳ ସେ ଘୋଷଣା କଲା ପରେ ଜଣାପଡିବ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.