ETV Bharat / sitara

ଫ୍ୟାନ୍ସଙ୍କୁ ଘରେ ରହିବାକୁ କିଙ୍ଗ ଖାନଙ୍କ ଅପିଲ - କୋରୋନା ଭାଇରସ ଆତଙ୍କ

ସୋସିଆଲ ମିଡିଆରେ ଭିଡିଓ ସେୟାର କରି କୋରୋନା ଭାଇରସ ସଚେତନା ବାର୍ତ୍ତା ବାଣ୍ଟିଲେ ଶାହରୁଖ ଖାନ।

shahrukh khan
ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ଶାହରୁଖ ଖାନ
author img

By

Published : Mar 23, 2020, 2:22 PM IST

ମୁମ୍ବାଇ: କୋରୋନା ଭାଇରସ ଆତଙ୍କ ବର୍ତ୍ତମାନ ପୁରା ବିଶ୍ବରେ ଦେଖିବାକୁ ମିଳୁଛି। ଧିରେ ଧିରେ କରି ଅନେକ ଲୋକ ଏହି ଭାଇରସରେ ସଂକ୍ରମିତ ହୋଇସାରିଲେଣି। ଜନସାଧାରଣଙ୍କୁ ଏହି ସଂକ୍ରମିତରୁ ସୁରକ୍ଷିତ ରହିବା ପାଇଁ ଅନେକ ବଲିଉଡ ଷ୍ଟାର୍ସ ଅପିଲ କରିସାରିଲେଣି । ଏହି ଅଭିଯାନରେ ଏବେ ସାମିଲ ହୋଇଛନ୍ତି ସୁପରଷ୍ଟାର ଶାହରୁଖ ଖାନ। ସେ ସଚେତନା ବାର୍ତ୍ତା ବାଣ୍ଟିବା ପାଇଁ ସୋସିଆଲ ମିଡିଆରେ ଏକ ଭିଡିଓ ସେୟାର କରିଛନ୍ତି।

ଭିଡିଓ ସୌଜନ୍ୟ: ଟ୍ବିଟର@ଶାହରୁଖ ଖାନ

ସେ ଭିଡିଓରେ ପ୍ରଶଂସକଙ୍କୁ ଘରେ ରହି ସୁରକ୍ଷିତ ରହିବାକୁ କହୁଥିବାର ନଜର ଆସୁଛନ୍ତି । ପୁରା ବିଶ୍ବରେ କୋରୋନା ଭାଇରସ ଚହଳ ସୃଷ୍ଟି କରିଛି। ଏହି କଠିନ ପରିସ୍ଥିତିରେ, ଯଦି ଆମେ ପରସ୍ପରକୁ ସାହାଯ୍ୟ କରିବା ତାହାଲେ ଏହି ବିପଦରୁ ଆମେ ବଞ୍ଚିପାରିବା । ଆଉ ଆମକୁ ଛାଡି କୋରୋନା ଭାଇରସ ଫେରିଯିବ ବୋଲି ଭିଡିଓରେ କହୁଛନ୍ତି ଶାହରୁଖ।

ପ୍ରକାଶ ଥାଉକି ଶାହରୁଖଙ୍କ ପୂର୍ବରୁ ଅମିତାଭ ବଚ୍ଚନ, ଆୟୁଷ୍ମାନ ଖୁରାନା, ଅକ୍ଷୟ କୁମାର, ଆଲିୟା ଭଟ୍ଟ, ରଣବୀର ସିଂ, ଅଜୟ ଦେବଗନ, ବରୁଣ ଧୱନ, ଅନିଲ କପୁର, ମାଧୁରୀ ଦୀକ୍ଷିତ ଶିଳ୍ପା ସେଟ୍ଟୀ କୁନ୍ଦ୍ରା ଓ ଅର୍ଜୁନ କପୁର ଭଳି କଳାକାର ସୋସିଆଲ ମିଡିଆରେ ଜନସାଧାରଣଙ୍କୁ ସୁରକ୍ଷିତ ରହିବାକୁ ଅପିଲ କରିସାରିଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.