ETV Bharat / sitara

ଭାରତରେ ସବୁ ମସଜିଦ ବନ୍ଦ ଦାବି କଲେ ଜାଭେଦ

author img

By

Published : Mar 31, 2020, 12:10 PM IST

ଟ୍ବିଟ କରି ଫେମସ ଲେଖକ ଜାଭେଦ ଅଖତର ଭାରତରେ ମସଜିଦ ବନ୍ଦ ଦାବିର ସମର୍ଥନ କରିଛନ୍ତି । କୋରୋନା ଭାଇରସ ପ୍ରକୋପକୁ ଦେଖି ଏପରି ମତ ରଖିଛନ୍ତି ସେ ।

coronavirus pandemic
ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ଜାଭେଦ ଅଖତର

ମୁମ୍ବାଇ: ଭାରତରେ କୋରୋନା ଭାଇରାସ ବ୍ୟାପିବାରେ ଲାଗିଛି। ଦିନକୁ ଦିନ ବଢିବାରେ ଲାଗିଛି ସଂକ୍ରମିତ ଲୋକଙ୍କ ସଂଖ୍ୟା। କୋରୋନା ଭାଇରସରୁ ଦେଶବାସୀଙ୍କୁ ବଞ୍ଚାଇବା ପାଇଁ ଦେଶକୁ 21 ଦିନ ପର୍ଯ୍ୟନ୍ତ ଲକଡାଉନ କରାଯାଇଛି। ଭାରତରେ ସବୁ ମନ୍ଦିରକୁ ବନ୍ଦ କରିଦିଆଯାଇଛି। ଇତିମଧ୍ୟରେ ବିଶିଷ୍ଟ ସଙ୍ଗୀତକାର ଜାଭେଦ ଅଖତର ସବୁ ମସଜିଦକୁ ବନ୍ଦ କରିବାର ଦାବି କିରଛନ୍ତି ।

tweet
ଫଟୋ ସୌଜନ୍ୟ: ଟ୍ବିଟର@ଜାଭେଦ ଅଖତର

ସବୁବେଳେ କଡା ଜବାବ ଦେଉଥିବା ଜାଭେଦ ଇସଲାମିକ ସ୍କଲର ଓ ସଂଖ୍ୟାଲଘୁ ଆୟୋଗର ପୂର୍ବତନ ଚେୟାରମ୍ୟାନ ତାହିର ମହମ୍ମୁଦ ସାହେବଙ୍କ ଆଧାରରେ ଟ୍ବିଟ କରି ଏହି ଦାବି ଉଠାଇଛନ୍ତି।

ସେ ଟ୍ବିଟରେ ଲେଖିଛନ୍ତି, ‘ସ୍କଲର ଓ ସଂଖ୍ୟାଲଘୁ ସମ୍ପ୍ରଦାୟ କମିଶନର ପୂର୍ବତନ ଚେୟାରମ୍ୟାନ ତାହିର ମହମ୍ମୁଦ ସାହେବ ଦାରୁଲ ଉଲୁମକୁ ଏକ ଫତୱା ଜାରି କରିବାକୁ କହିଛନ୍ତି ଯେପର୍ଯ୍ୟନ୍ତ କୋରୋନା ସଙ୍କଟ ଅଛି । ସବୁ ମସଜିଦକୁ ବନ୍ଦ କରାଯିବା କଥା ଉଠାଇଛନ୍ତି । ଏହି ଦାବିର ମୁଁ ପୁରା ସମର୍ଥନ କରୁଛି। ଯଦି କାବା ଓ ମଦିନାରେ ମସଜିଦ ବନ୍ଦ କରାଯାଇପାରୁଛି । ତେବେ ଭାରତରେ କାହିଁକି ନୁହେଁ।’

ସେପଟେ ସୋମବାର ଦାରୁଲ ଉଲୁମର ମୌଲାନା ମୁଫ୍ତୀ ଅବୁଲ କାସିମ ନୋମାନୀ ଯୋଗି ସରକାରଙ୍କୁ ଚିଠି ଲେଖିଥିଲେ । ଆଉ ଯେଉଁଥିରେ କହିଥିଲେ ଦାରୁଲ ଉଲୁମ ବିଲଡିଂକୁ ଆଇସୋଲେସନ ୱାର୍ଡ କରିପାରିବ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.