ETV Bharat / sitara

ଦିଲ୍ଲୀ ହିଂସା: ବୟାନ ଦେଇ ସମସ୍ୟାରେ ଜାଭେଦ - ଦିଲ୍ଲୀ ହିଂସା ଉପରେ ଜାଭେଦ ଅଖତରଙ୍କ ଟିପ୍ପଣୀ

ଫେମସ ଲେଖକ ଓ ସଙ୍ଗୀତକାର ଜାଭେଦ ଅଖତର ବର୍ତ୍ତମାନ ବିବାଦ ଘେରରେ। ତାଙ୍କ ନାମରେ ରୁଜୁ ହେଲା ଅଭିଯୋଗ। ଦିଲ୍ଲୀ ହିଂସାରେ ଟ୍ବିଟ କରି ହଟହଟା ସେ।

javed akhtar
ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ଜାଭେଦ ଅଖତର
author img

By

Published : Mar 6, 2020, 3:00 PM IST

ମୁମ୍ବାଇ: ବିହାର ବେଗୁସରାୟର ଏକ ଅଦାଲତରେ ଫେମସ ସଙ୍ଗୀତକାର ଜାଭେଦ ଅଖତରଙ୍କ ବିରୋଧରେ ଦିଲ୍ଲୀ ହିଂସା ଉପରେ ଟିପ୍ପଣୀ କରିବା ଅଭିଯୋଗ ଲାଗିଛି। ବେଗୁସରାୟର ମୁଖ୍ୟ ଜଷ୍ଟିସ ଠାକୁର ଅମନ କୁମାରଙ୍କ ଅଦାଲତରେ ବୁଧବାର ସ୍ଥାନୀୟ ଓକିଲ ଅମିତ କୁମାର ଏହି ଅଭିଯୋଗ ଦାଖଲ କରିଥିଲେ। ଜାଭେଦଙ୍କ ବିରୋଧରେ ଆଇପିସି ଧାରା 124 ଏ, 153 ଏ ଓ 153 ବି ଅନୁଯାୟୀ ଅଭିଯୋଗ ଦାଖଲ କରାଯାଇଛି।

ଏହି ଅଭିଯୋଗରେ ଦିଲ୍ଲୀରେ ହୋଇଥିବା ହିଂସାକଣ୍ଡକୁ ନେଇ ମିଡିଆରେ ଜାଭେଦ ଏକ ଟିପ୍ପଣୀ କରିଥିଲେ। ଯାହା ଚର୍ଚ୍ଚାର ବିଷୟ ପାଲଟିଥିଲା। ଅମିତ କହିଛନ୍ତି ଯେ ଏହି ଅଭିଯୋଗ ଆଧାରରେ ମାମଲାର ଆଗାମୀ ଶୁଣାଣି ଏମାସ 25 ତାରିଖରେ ହେବ।

ସେ ଆହୁରି କହିଛନ୍ତି ଯେ ଜାଭେଦ ଟ୍ବିଟରେ ଲେଖିଥିଲେ, ‘ଦିଲ୍ଲୀରେ ଅନେକ ଲୋକଙ୍କ ମୃତ୍ୟୁ ହୋଇଛି। ଘର, ଦୋକନାକୁ ଭାଙ୍ଗିଦିଆଯାଇଛି । ପୋଲିସ କେବଳ ଗୋଟିଏ ଘରକୁ ସିଲ କରି ମାଲିକକୁ ଖୋଜୁଛି। ସଂଯୋଗରେ ଘର ମାଲିକ ନାମ ତାହିର। ଦିଲ୍ଲୀ ପୋଲିସକୁ ସଲାମ।’

ଏହି ଟ୍ବିଟ ପଢିବା ପରେ ଲାଗିଥିଲା ଯେ ଜାଭେଦ ହିନ୍ଦୁସ୍ତାନକୁ ଜାତି, ସମ୍ପ୍ରଦାୟ ନାମରେ ବାଣ୍ଟିବାକୁ ଚେଷ୍ଟା କରୁଛନ୍ତି ବୋଲି କହିଥିଲେ ଅମିତ। ପ୍ରକାଶ ଥାଉକି ଗତମାସ 28 ତାରିଖରେ ଜାଭେଦ ନିଜର ଏକ ଟ୍ବିଟ ପାଇଁ ସୋସିଆଲ ମିଡିଆରେ ଖୁବ୍ ଟ୍ରୋଲ ହୋଇଥିଲେ। ଅନେକ ଲୋକ କହିଥିଲେ ଦିଲ୍ଲୀ ହିଂସାରେ ଜାଭେଦ ନିଆଁରେ ଘିଅ ଢାଳିବା ଭଳି କାମ କରିଛନ୍ତି।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.