ETV Bharat / sitara

'କିଏ ଘଷି ଦେବ ସୋରିଷ ତେଲ' ସହ କମବ୍ୟାକ କରୁଛନ୍ତି କମେଡି କିଙ୍ଗ ପପୁ

କ୍ୟାନ୍ସର ସହ ସଂଘର୍ଷ କରିସାରି ପୁଣି ଦର୍ଶକଙ୍କ ସମ୍ମୁଖନକୁ ଆସିଥିବା ଓଡି଼ଆ ଅଭିନେତା ପପୁ ପମପମ ଖୁବ୍ ଶୀଘ୍ର ଚଳଚ୍ଚତ୍ରି ଚିରକୁଟ ନେଇ ଆସୁଛନ୍ତି ।

ଭିଡିଓ ସୌଜନ୍ୟ: ପ୍ରତିନିଧି, ଭୁୂବନେଶ୍ବର
author img

By

Published : Mar 8, 2019, 5:12 AM IST

ଭୁବନେଶ୍ବର: ବହୁତ ପ୍ରତିକୂଳ ପରିସ୍ଥିତିର ସାମ୍ନା କରିବା ପରେ ନୂଆ ରୂପରେ ଓଡ଼ିଆ ଚଳଚ୍ଚିତ୍ର ଜଗତକୁ ଫେରିଛନ୍ତି ହାସ୍ୟ କଳାକାର ପପୁ ପମପମ। ଏଥର କ୍ୟାମେରା ସାମ୍ନାରେ ନ ଆସି କ୍ୟାମେରା ପଛରେ ନଜର ଆସିବେ ପପୁ। ଏଥର ସେ କାହାଣୀ, ଚିତ୍ରନାଟ୍ୟ, ସଙ୍ଗୀତ ଓ ନିର୍ଦ୍ଦେଶନାର ଭାର ସମ୍ଭାଳୁଥିବାର ନଜର ଆସିବେ । ସେ ଖୁବ୍ ଶୀଘ୍ର ପ୍ରେମ କାହାଣୀ ନେଇ ଦର୍ଶକଙ୍କ ନିକଟକୁ ଫେରୁଛନ୍ତି।

ଖୁବଶୀଘ୍ର ପରଦା ଉପରକୁ ଆସିବାକୁ ଥିବା 'ଚିରକୁଟ' ଚଳଚ୍ଚିତ୍ରର ସଙ୍ଗୀତ ଉନ୍ମୋଚନ ଉତ୍ସବରେ ପପୁ କହିଛନ୍ତି ଯେ ବିନା ଅଶ୍ଳୀଳ, ଦ୍ଵିଭାଷୀ ଅବା ନକଲ ନ କରି ସମ୍ପୂର୍ଣ୍ଣ ଓଡ଼ିଆ ମୌଳିକତାକୁ ପ୍ରାଧାନ୍ୟ ଦେଇ ଏଥିରେ 6ଟି ଗୀତ ସ୍ଥାନିତ କରାଯାଇଛି।

ଯେଉଁଥିରେ କ୍ଲାସିକାଲ, କୱାଲି ସହିତ ଢଗଢମାଳିକୁ ନେଇ ମଧ୍ୟ ଗୀତ ପ୍ରସ୍ତୁତ କରାଯାଇଛି । ସେହିପରି ଆଇଟମ ସଙ୍ଗକୁ ଲକ୍ଷ କରି ଓଡ଼ିଆ କାନ୍ଦଣା ଗୀତ ଆଧାରରେ ଏକ ଗୀତ 'କିଏ ଘଷି ଦେବ ସୋରିଷ ତେଲ' ମଧ୍ୟ ପ୍ରସ୍ତୁତ କରାଯାଇଛି । ଡ଼ଃ ଦୀପକ ଜେନା, ସୁରେଶ ପଣ୍ଡା ଓ ସୁମିତ ଜେନାଙ୍କ ଦ୍ବାରା ଲିଖିତ ଗୀତ ଗୁଡିକୁ ଓଡ଼ିଶାର ସୁନାମଧନ୍ୟ କଣ୍ଠଶିଳ୍ପୀମାନେ ଯଥା ଦେବାଶିଷ ପତି, ବିଷ୍ଣୁ ମୋହନ କବି, ଅନ୍ତରା ଚକ୍ରବର୍ତ୍ତୀ, ସ୍ବୟମ ପାଢ଼ୀ, ଅସୀମା ପଣ୍ଡାଙ୍କ ସମେତ ନିଜେ ପପୁ ମଧ୍ୟ କଣ୍ଠ ଦାନ କରିଛନ୍ତି।

ଅକ୍ଷୟ ପରିଜାଙ୍କ ପ୍ରଯୋଜନାରେ ନିର୍ମିତ ହେଉଥିବା ଏହି ଚଳଚ୍ଚିତ୍ରଟି ନୂଆ କଳାକାରଙ୍କୁ ନେଇ ପ୍ରସ୍ତୁତ ହେଉଛି । ଯାହାକି ଆସନ୍ତା ଏପ୍ରିଲ ମାସ 14 ତାରିଖ ଅର୍ଥାତ ଓଡ଼ିଆ ନୂଆବର୍ଷରେ ମୁକ୍ତିଲାଭ କରିବ ବୋଲି ଜଣାପଡିଛି । ତେବେ ମୃତ୍ୟୁ ସହିତ ସଂଗ୍ରାମ କରୁଥିବାବେଳେ ଅଗଣିତ ପ୍ରଶଂସକଙ୍କ ଭଲପାଇବା ଯୋଗୁ ପୁନର୍ଜନ୍ମ ଲାଭ କରିଥିବା ପପୁ ସମସ୍ତଙ୍କୁ ନିଜର କୃତଜ୍ଞତା ଜଣାଇବା ଉଦ୍ଦେଶ୍ୟରେ ଫିଲ୍ମ ରିଲିଜର ପ୍ରଥମ ଶୋକୁ ଦର୍ଶକଙ୍କ ପାଇଁ ଉତ୍ସର୍ଗ କରିଛନ୍ତି । ସାରା ଓଡ଼ିଶାରେ ଯେଉଁଠି ବି ଏହି ଚଳଚ୍ଚିତ୍ର ରିଲିଜ ହେବ, ସେହି ପ୍ରଥମ ଶୋକୁ ଦର୍ଶକମାନେ ବିନା ପଇସାରେ ଯାଇ ଦେଖିପାରିବେ ବୋଲି ପ୍ରଯୋଜନା ସଂସ୍ଥା ତରଫରୁ କୁହାଯାଇଛି ।

undefined

ଭୁବନେଶ୍ବରରୁ ଲକ୍ଷ୍ମୀକାନ୍ତ ଦାସ, ଇଟିଭି ଭାରତ

Intro:Body:

ମୋଦିଙ୍କୁ ଦିଗବିଜୟଙ୍କ ଚ୍ୟାଲେଞ୍ଜ: ମାମଲା ରୁଜୁ କରିବାକୁ ଦେଲେ ଆହ୍ବାନ

ନୂଆଦିଲ୍ଲୀ:  ପୁଲୱାମାରେ ଆତଙ୍କବାଦୀଙ୍କ ହମଲାକୁ ଦୁର୍ଘଟଣାର ନା ଦେଇଥିବା କଂଗ୍ରେସର ବରିଷ୍ଠ ନେତା ଦିଗବିଜୟ ସିଂହ ଏବେ ମୋଦି ସରକାରକୁ ସିଧାସଳଖ ଦେଇଛନ୍ତି ଚ୍ୟାଲେଞ୍ଜ । ଯଦି ହିମତ ଅଛି ମୋ ବିରୋଧରେ ମାମଲା ରୁଜୁ କର । ଗତକାଲି ସୋସିଆଲ ମିଡିଆରେ ଟ୍ରୋଲ ହେବା ପରେ ଦିଗ ବିଜୟ ଆଉ ଏକ ଟ୍ବିଟ କରି ପୁଣି ଚର୍ଚ୍ଚାରେ ।

ମୋଦି ସରକାରକୁ ସିଧାସଳଖ ନିଶାନା କରି ଦିଗବିଜୟ ନିଜ ଟ୍ବିଟରେ କହିଛନ୍ତି 'ତମେ ଆଉ ତମ ମନ୍ତ୍ରୀ ମତେ ପାକିସ୍ତାନୀ ସପୋର୍ଟର ବା ଦେଶଦ୍ରୋହୀର ଆଖ୍ୟା ଦେଇ ସାରିଛ, ଦିଲ୍ଲୀରେ ଯେଉଁଠି ପୋଲିସ କେନ୍ଦ୍ର ସରକାରଙ୍କ ଅଧିନରେ ଅଛି ଯଦି ସାହାସ ଅଛି ମୋ ବିରୋଧରେ କେସ ଫାଇଲ କର' ।

ଗତ ଫେବୃୟାରୀ 14ରେ ଘଟିଥିବା ପୁଲୱାମା ଆତ୍ମଘାତୀ ଆକ୍ରମଣରେ 40ରୁ ଅଧିକ ଯବାନ ଶହୀଦ ହୋଇଥିଲେ । ଜୈସ-ଇ-ମହମ୍ମଦର ଆତଙ୍କବାଦୀଙ୍କ ଦ୍ବାରା ଏହି ବିସ୍ଫୋରଣ ହୋଇଥିଲା । ପ୍ରକୃତରେ ପୁଲୱାମା ଆକ୍ରମଣ ପରେ ଭାରତୀୟ ବାୟୁସେନା ପକ୍ଷରୁ ହୋଇଥିଲା ଏୟାର ଷ୍ଟ୍ରାଇକ । ଏଥିରେ 300 ଆତଙ୍କବାଦୀ ମରିଥିବା ଦାବି କରାଯାଇଥିଲା । ଅସଲରେ କେତେ ଆତଙ୍କୀ ନିପାତ ହୋଇଛନ୍ତି ତାହାର ହିସାବ ଦେବାକୁ ସରକାରଙ୍କୁ କହିଛନ୍ତି ବିରୋଧୀ । ଏହାକୁ ନେଇ ଦିଗବିଜୟ ଗତକାଲି ଟ୍ବିଟ କରି ମୋଦି ସରକାରଙ୍କୁ ନିଶାନା ବନାଇଥିଲେ ।

Conclusion:

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.