ETV Bharat / sitara

ଡ୍ରଗ୍ସ ମାମଲା: ଭାରତୀ ସିଂହ ଓ ସ୍ବାମୀ ହର୍ଷଙ୍କୁ ଜାମିନ

author img

By

Published : Nov 23, 2020, 3:41 PM IST

ଡ୍ରଗ୍ସ ମାମଲାରେ ଗିରଫ ହାସ୍ୟ ଅଭିନେତ୍ରୀ ଭାରତୀ ସିଂହ ଓ ସ୍ବାମୀ ହର୍ଷଙ୍କୁ ମିଳିଛି ଜାମିନ । ଅଧିକ ପଢନ୍ତୁ...

ଡ୍ରଗ୍ସ ମାମଲା: ଭାରତୀ ସିଂହ ଓ ତାଙ୍କ ସ୍ବାମୀଙ୍କୁ ମିଳିଲା ଜାମିନ

ମୁମ୍ବାଇ: ଡ୍ରଗ୍ସ ମାମଲାରେ ଗିରଫ ହାସ୍ୟ ଅଭିନେତ୍ରୀ ଭାରତୀ ସିଂହ ଓ ସ୍ବାମୀ ହର୍ଷଙ୍କୁ ମିଳିଛି ଜାମିନ । ଶନିବାର ନାରକୋଟିକ୍ସ ବ୍ୟୁରୋ(ଏନସିବି) ମୁମ୍ବାଇରେ ଭାରତୀଙ୍କ ଘରେ କରିଥିଲା ଚଢାଉ । ଏହି ଚଢାଉ ବେଳେ ତାଙ୍କ ଘରୁ ଗଞ୍ଜେଇ ଜବତ କରିଥିଲା ଏନସିବି । ତେବେ ପଚରାଉଚୁରା ସମୟରେ ଡ୍ରଗ୍ସ ସେବନ କରୁଥିବା ନେଇ ସ୍ବୀକାର କରିଥିଲେ ଭାରତୀ ।

ହାସ୍ୟ ଅଭିନେତ୍ରୀ ଭାରତୀ ସିଂହଙ୍କୁ ପାଖାପାଖି 6 ଘଣ୍ଟା ଜେରା କରିଥିଲା ଏନସିବି । ଏହାପରେ ବିଳମ୍ବିତ ରାତିରେ ତାଙ୍କ ସ୍ବାମୀ ହର୍ଷଙ୍କୁ ମଧ୍ୟ ଗିରଫ କରାଯାଇଥିଲା । ରବିବାର ପ୍ରଥମେ ଭାରତୀ ଓ ହର୍ଷଙ୍କ ମେଡିକାଲ ଓ କୋରୋନା ଟେଷ୍ଟ କରାଯିବା ପରେ ଦିନ 11ଟାରେ କୋର୍ଟରେ ହାଜର କରାଯାଇଥିଲା ।

ଏନସିବି ଭାରତୀ ଓ ହର୍ଷଙ୍କୁ ରିମାଣ୍ଡରେ ନେବା ପାଇଁ କୋର୍ଟରେ ଅପିଲ କରିଥିଲା । ହେଲେ କୋର୍ଟ ଉଭୟଙ୍କୁ ନ୍ୟାୟିକ ହେପାଜତରେ ପଠାଇ ଦେଇଥିଲେ । ଭାରତୀ ଓ ତାଙ୍କ ସ୍ବାମୀଙ୍କୁ 14 ଦିନିଆ ନ୍ୟାୟିକ ହେପାଜତକୁ ପଠାଇଥିଲେ କୋର୍ଟ । ଏହାପରେ ଉଭୟ ଜାମିନ ଆବେଦନ କରିଥିଲେ । ତେବେ ସୋମବାର ଏହାର ଶୁଣାଣି କରି କୋର୍ଟ ଦୁଇଜଣଙ୍କୁ ଜାମିନ ଦେଇଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.