ETV Bharat / sitara

ଡ୍ରଗ୍ସ ମାମଲା: 14 ଦିନିଆ ନ୍ୟାୟିକ ହେପାଜତରେ ଭାରତୀ- ହର୍ଷ

author img

By

Published : Nov 22, 2020, 4:25 PM IST

ଡ୍ରଗ୍ସ ମାମଲାରେ ଛନ୍ଦି ହୋଇ ଶନିବାର ଏନସିବି କମେଡି କୁଇନ ଭାରତୀଙ୍କୁ ଗିରଫ କରିଥିବାବେଳେ ଆଜି ସ୍ବାମୀ ହର୍ଷକୁ ଗିରଫ କରିଛି । ଉଭୟଙ୍କୁ କୋର୍ଟ 14 ଦିନିଆ ନ୍ୟାୟିକ ହେପାଜତକୁ ପଠାଇଛନ୍ତି । ଅଧିକ ପଢନ୍ତୁ...

Comedian Bharti Singh and her husband Harsh have been remanded in judicial custody for 14 days
ଡ୍ରଗ୍ସ ମାମଲା: 14 ଦିନିଆ ନ୍ୟାୟିକ ହେପାଜତକୁ ଗଲେ ଭାରତୀ- ହର୍ଷ

ନୂଆଦିଲ୍ଲୀ: କୋର୍ଟରେ ହାଜର ହୋଇଛନ୍ତି କମେଡି କୁଇନ ଭାରତୀ ସିଂ ଏବଂ ତାଙ୍କ ସ୍ବାମୀ ହର୍ଷ ଲିମ୍ବାଚିୟା । ଡ୍ରଗ୍ସ ମାମଲାରେ ଗିରଫ ହୋଇଥିବା ଭାରତୀ ଏବଂ ହର୍ଷଙ୍କୁ ଡିସେମ୍ବର 4 ତାରିଖ ପର୍ଯ୍ୟନ୍ତ ମୁମ୍ବାଇର ଏକ କୋର୍ଟ 14 ଦିନିଆ ନ୍ୟାୟିକ ହେପାଜତକୁ ପଠାଇଛନ୍ତି ।

  • Maharashtra: A court in Mumbai sends comedian Bharti Singh (in pic) and her husband Haarsh Limbachiyaa to 14-day judicial custody till 4th December, in connection with the seizure of ganja from their residence.

    They were arrested by the Narcotics Control Bureau (NCB). https://t.co/Lq02uHxWHT

    — ANI (@ANI) November 22, 2020 " class="align-text-top noRightClick twitterSection" data=" ">

ରବିବାର ସକାଳେ ଡାକ୍ତରୀ ପରୀକ୍ଷା ପରେ ଉଭୟଙ୍କୁ କୋର୍ଟରେ ଜଣେ ମାଜିଷ୍ଟ୍ରେଟଙ୍କ ନିକଟରେ ହାଜର କରାଯାଇଥିଲା । ଏନସିବି ଭାରତୀ ଏବଂ ହର୍ଷଙ୍କୁ ରିମାଣ୍ଡରେ ନେବାକୁ ଚାହୁଁଥିବାବେଳେ କୋର୍ଟ ଉଭୟଙ୍କୁ ନ୍ୟାୟିକ ହେପାଜତକୁ ପଠାଇଛନ୍ତି ।

ଅନ୍ୟପକ୍ଷରେ ଭାରତୀ ଏବଂ ହର୍ଷଙ୍କ ଜାମିନ ଆବେଦନର ସୋମବାର କୋର୍ଟ ଶୁଣାଣି କରିବେ ।

ଶନିବାର ଭାରତୀଙ୍କ ଘରେ ଏନସିବି ଚଢାଉ କରି 86.5 ଗ୍ରାମ ଗଞ୍ଜେଇ ଜବତ କରିଥିଲା । ଏହା ପରେ ଏନସିବି ଉଭୟ ସ୍ବାମୀ-ସ୍ତ୍ରୀଙ୍କୁ ସମନ ପଠାଇବା ସହ କାର୍ଯ୍ୟାଳୟକୁ ଡାକି ଜେରା କରିଥିଲା । ଶନିବାର ସନ୍ଧ୍ୟାରେ ଭାରତୀଙ୍କୁ ଗିରଫ କରାଯାଇଥିଲା । ଆଉ ସକାଳେ ଆଜି ହର୍ଷ ଗିରଫ ହୋଇଛନ୍ତି । ଭାରତୀ ଓ ହର୍ଷଙ୍କ ଘରେ କାମ କରୁଥିବା ସଦସ୍ୟକୁ ମଧ୍ୟ ଏନସିବି ଜେରା କରିଥିଲା । ସେମାନେ କେଉଁଠୁ ଡ୍ରଗ୍ସ ମଗାଉଥଲେ ସେନେଇ ମଧ୍ୟ ଜଣାପଡିଛି ।

ପ୍ରକାଶ ଥାଉ କି, ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ସହ ସମ୍ପୃକ୍ତ ଥିବା ଏହି ଡ୍ରଗ୍ସ ମାମଲାରେ ଏଯାବତ ଏନସିବି ଅନେକ ଡ୍ରଗ୍ସ ଡିଲରଙ୍କୁ ଗିରଫ କରିସାରିଲାଣି । ଆଉ ଅନେକ ସେଲିବ୍ରିଟିଙ୍କୁ ପଚାରାଉଚରା କରିବା ସହ ସେମାନଙ୍କ ଘରେ ଚଢାଉ କରୁଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.