ETV Bharat / sitara

ସଲମାନଙ୍କୁ ଏୟାରପୋର୍ଟରେ ଯାଞ୍ଚ ପାଇଁ ଅଟକାଇ ହଟହଟା ଓଡ଼ିଆ ଯବାନ

ବଲିଉଡ଼ ସୁପରଷ୍ଟାର ସଲମାନ ଖାନଙ୍କୁ ଏୟାରପୋର୍ଟରେ ଅଟକାଇ ହଟାହଟା ଓଡ଼ିଆ ଯବାନ । CISF ଏହି ଯବାନଙ୍କ ମୋବାଇଲ ଫୋନ ଜବତ କରିଥିବା ମିଳିଛି ସୂଚନା । ଅଧିକ ପଢନ୍ତୁ...

author img

By

Published : Aug 24, 2021, 1:32 PM IST

Updated : Aug 24, 2021, 1:53 PM IST

ସଲମାନଙ୍କୁ ଏୟାରପୋର୍ଟରେ ଅଟକାଇବା ଘଟଣା, ହଟାହଟା ଓଡ଼ିଆ ଯବାନ

ମୁମ୍ବାଇ: ମହାରାଷ୍ଟ୍ରର ମୁମ୍ବାଇ ଏୟାରପୋର୍ଟରେ ବଲିଉଡ଼ ସୁପରଷ୍ଟାର ସଲମାନ ଖାନଙ୍କୁ ସିକ୍ୟୁରିଟି ଯାଞ୍ଚ ପାଇଁ ଅଟକାଯାଇଥିଲା । ଏଭଳି କରି ଚର୍ଚ୍ଚାକୁ ଆସିଥିଲେ ନୟାଗଡ଼ ଜିଲ୍ଲାର ଓଡ଼ିଆ ଯବାନ ତଥା ASI ସୋମନାଥ ମହାନ୍ତି । ଏହି ଘଟଣା ପରେ ବର୍ତ୍ତମାନ ସୋମନାଥଙ୍କ ମୋବାଇଲ ଫୋନକୁ ଜବତ କରିଛି CISF (ସେଣ୍ଟ୍ରାଲ ଇଣ୍ଡିଷ୍ଟ୍ରିଆଲ ସିକ୍ୟୁରିଟି ଫୋର୍ସ) । ସେ ଗଣମାଧ୍ୟମକୁ ଏହି ଘଟଣା ସମ୍ପର୍କରେ ଅଧିକ ସୂଚନା ନ ଦେବା ପାଇଁ ତାଙ୍କ ମୋବାଇଲ ଫୋନକୁ ଜବତ କରାଯାଇଥିବା CISFର ଜଣେ ଅଧିକାରୀ ସୂଚନା ଦେଇଛନ୍ତି ।

ଏହି ଘଟଣା ସମ୍ପର୍କରେ ସେ ଗଣମାଧ୍ୟମକୁ ସୂଚନା ଦେଉଥିବାରୁ CISF ତାଙ୍କ ମୋବାଇଲ ଫୋନକୁ ଜବତ କରିଛି । ସେ ଗଣମାଧ୍ୟମକୁ ସୂଚନା ଦେଇ ପ୍ରୋଟୋକଲକୁ ଭାଙ୍ଗୁଛନ୍ତି ବୋଲି କହିଛି CISF । ଯବାନ ଏ ସମ୍ପର୍କରେ ଗଣମାଧ୍ୟମକୁ ଆହୁରି ଅଧିକ ସୂଚନା ନ ଦେବା ପାଇଁ ତାଙ୍କ ମୋବାଇଲ ଫୋନକୁ ଜବତ କରାଯାଇଥିବା କୁହାଯାଇଛି ।

ଟାଇଗର-୩ ର ସୁଟିଂ ପାଇଁ ସୁପରଷ୍ଟାର ସଲମାନ ଗତ ୨୦ ତାରିଖରେ ମୁମ୍ବାଇ ଏୟାରପୋର୍ଟରୁ ଋଷିଆ ଅଭିମୁଖେ ଯାଉଥିଲେ । ତେବେ ସେ ମୁମ୍ବାଇ ଏୟାରପୋର୍ଟରେ ସିକ୍ୟୁରିଟି ଚେକ୍‌କୁ ଏଡ଼ାଇ ବିମାନ ବନ୍ଦର ଭିତରକୁ ପ୍ରବେଶ କରୁଥିବା ସମୟରେ ଓଡ଼ିଆ ଯବାନ ତାଙ୍କୁ ଅଟକାଇଥିଲେ । ସିକ୍ୟୁରିଟି ଚେକ ସମସ୍ତଙ୍କ ପାଇଁ ବାଧ୍ୟତାମୂଳକ ବୋଲି ସେ କହିଥିଲେ । ଯାଞ୍ଚ ପାଇଁ ଆବଶ୍ୟକ ଥିବା ସମସ୍ତ ଡକ୍ୟୁମେଣ୍ଟକୁ ଦେଖାଇବା ପାଇଁ ସେ ସଲମାନଙ୍କୁ ଅନୁରୋଧ କରିଥିଲେ ।

ଏହି ଘଟଣା ପାଇଁ ସମସ୍ତ ଗଣମାଧ୍ୟମ ସଂସ୍ଥାର ହେଡ଼ ଲାଇନରେ ରହିଥିଲେ ଏହି କର୍ତ୍ତବ୍ୟନିଷ୍ଠ ଓଡ଼ିଆ ଯବାନ । ସୋସିଆଲ ମିଡ଼ିଆ ୟୁଜର୍ସମାନେ ମଧ୍ୟ ସୋମନାଥଙ୍କୁ ବହୁତ ପ୍ରଶଂସା କରିଥିଲେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Aug 24, 2021, 1:53 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.