ETV Bharat / sitara

ପ୍ରେମରେ ଇମୋଶନାଲ ସିଂଘମ, ଦେଖନ୍ତୁ ଭିଡିଓ

ଅଜୟଙ୍କ ଆଗାମୀ କମେଡି ରୋମାଣ୍ଟିକ ଫିଲ୍ମ ‘ଦେ ଦେ ପ୍ୟାର ଦେ’ର ଚତୁର୍ଥ ଗୀତ ଚଲେ ଆନା ରିଲିଜ ହୋଇଯାଇଛି । ଏହି ଗୀତଟିରେ ଇମୋଶନାଲ ନଜର ଆସୁଛନ୍ତି ଅଜୟ ଓ ରକୁଲ ।

author img

By

Published : May 2, 2019, 10:26 PM IST

ଫଟୋ ସୌଜନ୍ୟ: ସୋସିଆଲ ମିଡିଆ/ଇନଷ୍ଟାଗ୍ରାମ@ଅଜୟ ଦେବଗନ

ନୂଆଦିଲ୍ଲୀ: ବି-ଟାଉନର ସିଂଘମ ଅଜୟ ଦେବଗନ ପୁଣିଥରେ ନିଜ ରୋମାଣ୍ଟିକ କମେଡିର ତଡକା ସହ ବକ୍ସ ଅଫିସରେ ଧମାଲ ସୃଷ୍ଟି କରିବାକୁ ପ୍ରସ୍ତୁତି ହୋଇସାରିଲେଣି । ଫିଲ୍ମ 'ଦେ ଦେ ଫ୍ୟାର ଦେ'ର ଏଯାବତ ସାମ୍ନାକୁ ଆସିଥିବା ସବୁ ଗୀତ ଦର୍ଶକଙ୍କ ମନ କିଣିବାରେ ସଫଳ ହୋଇଛି । ଦର୍ଶକଙ୍କ ଉତ୍ସାହିତ ଦେଖି ମେକର୍ସ ଫିଲ୍ମର ଏକ ଇମୋଶନାଲ ଗୀତ 'ଚଲେ ଆନା' ରିଲିଜ ହୋଇଛି ।

  • " class="align-text-top noRightClick twitterSection" data="">

ଏହି ନୂଆ ଗୀତରେ ଅଜୟ ନିଜ ଠାରୁ 26 ବର୍ଷ ସାନ ଝିଅ ରକୁଲ ପ୍ରୀତ ସିଂହଙ୍କ ପ୍ରେମରେ ଦିୱାନା ହୋଇଯାଇଥିବା ନଜର ଆସୁଛନ୍ତି । ଏହି ଇମୋଶନାଲ ଗୀତଟି ଦର୍ଶକଙ୍କୁ ଖୁବ୍ ପସନ୍ଦ ଆସିବ ବୋଲି ଆଶା କରୁଛନ୍ତି ମେକର୍ସ ।

'ଚଲେ ଆନା' ଗୀତଟିକୁ ଲୋକପ୍ରିୟ ଗାୟକ ଅରମାନ ମଲ୍ଲିକ ଗାଇଥିବା ବେଳେ ଏହାର ମ୍ୟୁଜିକ ଦେଇଛନ୍ତି ତାଙ୍କ ଭାଇ ଅମାନ ମଲ୍ଲିକ । ସେହିପରି ଗୀତର ଲିରିକ୍ସ ଲେଖିଛନ୍ତି ସଙ୍ଗୀତକାର କୁନାଲ ବର୍ମା । ଗୀତଟିକୁ ଟି-ସିରିଜ ମ୍ୟୁଜିକ ଲେବଲରେ ଲଞ୍ଚ କରାଯାଇଛି।

ପ୍ରକାଶ ଥାଉକି ଏଯାବତ 'ଦେ ଦେ ପ୍ୟାର ଦେ'ର ତିନୋଟି ଗୀତ ରିଲିଜ ହୋଇସାରିଲାଣି । ଫିଲ୍ମଟି ମେ 17ରେ ବକ୍ସ ଅଫିସରେ ଆସିବାକୁ ଯାଉଛି । ମୁଖ୍ୟ ଭୂମିକାରେ ଫିଲ୍ମରେ ଅଜୟ, ରକୁଲ ଓ ତବ୍ବୁ ନଜର ଆସିବା । ଫିଲ୍ମରୁ ନେଇ ଦର୍ଶକ ଖୁବ୍ ଉତ୍ସାହିତ ଅଛନ୍ତି ।

ଶାବର ଶ୍ରୀକ୍ଷେତ୍ର କୋରାପୁଟରେ ଆରମ୍ଭ ହେଲା ତିନି ରଥ ନିର୍ମାଣ କାମ । କୋରାପୁଟ ବଡ଼ଦାଣ୍ଡରେ ଆସନ୍ତା ଶ୍ରୀଗୁଣ୍ଡିଚା ଯାତ୍ରା ଦିନ ତିନି ଠାକୁରଙ୍କୁ ନେଇ ପ୍ରଥମ ଥର ପାଈଁ  ତିନୋଟି ରଥ ଆଗପଛ ହୋଇ ଭକ୍ତଗଣ ଙ୍କ ଶ୍ରଦ୍ଧା ଓ ଭକ୍ତିର ରଜ୍ଜୁରେ ବାନ୍ଧି ହୋଇ ଆଗକୁ ବଢ଼ିବେ । ପ୍ରତିବର୍ଷ କୋରାପୁଟର ଶ୍ରୀଗୁଣ୍ଡିଚା ଯାତ୍ରାରେ ଗୋଟିଏ ରଥ ଟଣାଯାଉଥିବା  ବେଳେ  ପ୍ରବଳ ଗହଳି ଯୋଗୁଁ ଅନେକ ଭକ୍ତ ବିଶେଷ କରି ମହିଳା ଭକ୍ତମାନେ ରଥ ଦଉଡି ମଧ୍ୟ ସ୍ପର୍ଷ କରିପାରୁନଥିବା ଲକ୍ଷ୍ୟ  କରି ମନ୍ଦିର ପରିଚାଳନା ସଂସ୍ଥା ଚଳିତ ବର୍ଷଠାରୁ ତିନୋଟି ରଥର ପ୍ରଚଳନ କରିବା ପାଈଁ ନିଷ୍ପତ୍ତି ନେଇଥିଲେ । ମନ୍ଦିର ସମ୍ପାଦକ ଗଦାଧର ପରିଡାଙ୍କ କହିବାନୁଯାୟୀ ଆସନ୍ତା ଅକ୍ଷୟ ତୃତୀୟା ଦିନ ଏହି ଦିବ୍ୟ ରଥ ନିର୍ମାଣ  ଉତ୍ସବର ଏକ ଅଂଶ ଭାବେ ଏକ ବିଶାଳ ଯଜ୍ଞ ର ଆୟୋଜନ କରାଯାଇଛି ଯେଉଁଥିରେ ଅବିଭକ୍ତ କୋରାପୁଟ ଜିଲ୍ଲାର ବିଭିନ୍ନ ଭାଗ ରେ ଥିବା  ଶ୍ରୀଜଗନ୍ନାଥ ମନ୍ଦିର ପରିଚାଳନା କମିଟିର ର କର୍ମକର୍ତା ଯୋଗଦେବେ । ରଥକାମ ଦୁଇ ମାସରେ ସରିବ ବୋଲି ରଥ ନିର୍ମାଣ କରୁଥିବା ମୁଖ୍ୟ କାରିଗର ଗୋପୀନାଥ ବିଷୋୟୀ ସୂଚନା ଦେଇଛନ୍ତି ।
Byte : Gadadhar Parida , Secretary Jagannath temple Koraput
Byte : Gopinath Bisoyi , Chief craftsman
...…...
ଶାନ୍ତାକାର
କୋରାପୁଟ
.........

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.