ETV Bharat / sitara

ସୁଶାନ୍ତ ମୃତ୍ୟୁ ମାମଲାରେ ଦୁଇ ଭଉଣୀଙ୍କ ଆବଦେନକୁ ସମର୍ଥନ କଲା ସିବିଆଇ - ସୁଶାନ୍ତଙ୍କ ଭଉଣୀଙ୍କ ସମର୍ଥନରେ ସିବିଆଇ

ସୁଶାନ୍ତ ମୃତ୍ୟୁ ମାମଲାରେ ଅଭିନେତ୍ରୀ ରିଆଙ୍କ ବମ୍ବେ ହାଇକୋର୍ଟରେ ଆଉ ଏକ ଆବେଦନ । ସୁଶାନ୍ତ ଭଉଣୀଙ୍କ ଆବେଦନକୁ ସମର୍ଥନ କରିଛି ସିବିଆଇ । ଅଧିକ ପଢନ୍ତୁ...

ଫଟୋ ସୌଜନ୍ୟ: ଇଟିଭି ଭାରତ, ବ୍ୟୁରୋ
ଫଟୋ ସୌଜନ୍ୟ: ଇଟିଭି ଭାରତ, ବ୍ୟୁରୋ
author img

By

Published : Oct 28, 2020, 7:48 PM IST

ମୁମ୍ବାଇ: ଦିବଙ୍ଗତ ଅଭିନେତା ସୁଶାନ୍ତ ସିଂ ରାଜପୁତ ମୃତ୍ୟୁ ମାମଲା। ତାଙ୍କ ମାମଲା ସହ ଡ୍ରଗ୍ସ କେସରେ ଗିରଫ ହୋଇଥିବା ଅଭିନେତ୍ରୀ ରିଆ ଚକ୍ରବର୍ତ୍ତୀଙ୍କୁ ନିକଟରେ ମିଳିଥିଲା ଜାମିନ। ଜେଲ ଯିବା ପୂର୍ବରୁ ସେ ସେପ୍ଟେମ୍ବର 7ରେ ପୋଲିସ ନିକଟରେ ସୁଶାନ୍ତଙ୍କ ଭଉଣୀ ପ୍ରିୟଙ୍କା ସିଂ ଓ ମିତୁ ସିଂଙ୍କ ବିରୁଦ୍ଧରେ ଏକ ମାମଲା ରୁଜୁ କରିଥିଲେ ।

ଏହି ମାମଲା ଅନୁସାରେ, ଏହି ଦୁଇ ଜଣ ସୁଶାନ୍ତଙ୍କୁ ନକଲି ପ୍ରେସକ୍ରିପସନ ଜରିଆରେ ଭୁଲ ମେଡିସିନ ଖାଇବାକୁ ପ୍ରୋତ୍ସାହିତ କରୁଥିଲେ ବୋଲି ଅଭିଯୋଗ ହୋଇଛି । ଯାହାଦ୍ବାରା ସୁଶାନ୍ତଙ୍କ ସ୍ବାସ୍ଥ୍ୟବସ୍ଥା ବିଗିଡି ଥିଲା । ଆଉ ପରିଶେଷରେ ସେ ଆତ୍ମହତ୍ୟା ଭଳି ପଦକ୍ଷେପ ନେଇଥିଲେ।

ବମ୍ବେ ହାଇକୋର୍ଟରେ ନୂତନ ଆବେଦନ କରିଛନ୍ତି ରିଆ । ସୁଶାନ୍ତଙ୍କ ଦୁଇ ଭଉଣୀଙ୍କ ଉପରେ ଚାଲିଥିବା ମାମଲାକୁ ଖାରଜ ନ କରିବାକୁ ରିଆ ଆବେଦନ କରିଛନ୍ତି ।

ହେଲେ ବୁଧବାର ଆବେଦନ ଉପରେ ଶୁଣାଣି ବେଳେ ସିବିଆଇ ପକ୍ଷରୁ ଏକ ଆଫିଡେଭିଟ୍ ଦାଖଲ କରାଯାଇଥିଲା। ସିବିଆଇ ମୁମ୍ବାଇ ହାଇକୋର୍ଟରେ ସ୍ପଷ୍ଟ କରିଛି ଯେ ରିଆ ମୁମ୍ବାଇ ପୋଲିସ ନିକଟରେ ଦେଇଥିବା ଅଭିଯୋଗ ଆଇନ ଦୃଷ୍ଟିରୁ ଭୁଲ ଏବଂ ମୁମ୍ବାଇ ପୋଲିସ ଦ୍ବାରା ପଞ୍ଜୀକୃତ ହୋଇଥିବା ଅପରାଧ ମଧ୍ୟ ଆଇନ ବିରୋଧ ଅଟେ।

ସିବିଆଇ ବର୍ତ୍ତମାନ ସୁଶାନ୍ତ ଆତ୍ମହତ୍ୟା ଘଟଣାର ତଦନ୍ତ କରୁଛି। ରିଆ ତାଙ୍କ ମୃତ୍ୟୁର 90 ଦିନ ପରେ ଅଭିଯୋଗ କରିଛନ୍ତି ଯାହା ଭୁଲ୍ ବୋଲି ସିବିଆଇ ପକ୍ଷରୁ କୁହାଯାଇଛି।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.