ହାଇଦ୍ରାବାଦ: ପଞ୍ଜାବୀ ରାପର ହାର୍ଡକୌରଙ୍କ ବିରୁଦ୍ଧରେ ମାମଲା ରୁଜୁ । ଆରଏସଏସ ଓ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ବିଷୟରେ ଆପତ୍ତିଜନକ ମନ୍ତବ୍ୟ ରଖି ଅଡୁଆରେ ହାର୍ଡକୌର । ଶେଷରେ ତାଙ୍କ ବିରୋଦ୍ଧରେ ବାରାଣସୀର କ୍ୟାଣ୍ଟ ଥାନାରେ ମାମଲା ରୁଜୁ କରାଯାଇଛି।
ଆଇପିସି ଧାରା 124(କ), 53(କ), 500, 505 ଓ ଆଇଟି ଧାରା 66 ଆଧାରରେ ମାମଲା ରୁଜୁ ହୋଇଛି । ସୋସିଆଲ ମିଡିଆ ସାଇଟ ଇନଷ୍ଟାଗ୍ରାମରେ ରାପର ଜଣକ ଆରଏସଏସ ମୁଖ୍ୟ ମୋହନ ଭାଗବତ ଦେଶରେ ଆତଙ୍କୀଙ୍କୁ ସମର୍ଥନ କରୁଛନ୍ତି ବୋଲି ଲେଖି ପୋଷ୍ଟ କରିଥିଲେ ଏହାସହ ଦେଶରେ ଜାତିବାଦ ଆରଏସଏସ ବଢାଉଥିବା କହିଥିଲେ ।
ଅନ୍ୟପକ୍ଷେ ଯୌଗୀଙ୍କୁ ରେପିଷ୍ଟ କହିବାକୁ ପଛାଇନଥିଲେ । ତେବେ ହାର୍ଡକୌର ସବୁବେଳେ ବିବାଦ ଘେରରେ ଥାଆନ୍ତି । ଏହାପୂର୍ବରୁ ସେ ପ୍ରସିଦ୍ଧ ଗୀତିକାର ସମୀର ଅଞ୍ଜାନଙ୍କୁ ଟାର୍ଗେଟ କରିଥିଲେ।