ETV Bharat / sitara

ବିଗବସ 14 ମୁକୁଟ ପିନ୍ଧିବେ କି ରାକ୍ଷୀ!

author img

By

Published : Feb 12, 2021, 2:06 PM IST

ଆଉ କିଛି ଦିନ ପରେ ଆୟୋଜନ ହେବାକୁ ଯାଉଛି ‘ବିଗବସ 14’ର ଫିନାଲେ । ଦମଦାର ପ୍ରତିଯୋଗୀ ରୂପେ ରୁବିନା, ରାହୁଲ ଓ ରାକ୍ଷୀ ଅଛନ୍ତି । ତେବେ କିଏ ପିନ୍ଧିବ ବିଜେତା ମୁକୁଟ। ଅଧିକ ପଢନ୍ତୁ...

ଫଟୋ ସୌଜନ୍ୟ: ଆଇଏଏନଏସ
ଫଟୋ ସୌଜନ୍ୟ: ଆଇଏଏନଏସ

ମୁମ୍ବାଇ: କଣ୍ଟ୍ରୋଭର୍ସି କୁଇନ ରାକ୍ଷୀ ସାୱନ୍ତ ରିୟାଲିଟି ଶୋ ‘ବିଗବସ ସିଜନ 1’ରେ ପ୍ରତିଯୋଗୀ ରୂପେ ନଜର ଆସିଥିଲେ । ଆଉ ଏଥର ସିଜନରେ ସେ ଜଣେ ଚ୍ୟାଲେଞ୍ଜର ଭାବେ ସାମିଲ ହୋଇଛନ୍ତି । ନିଜ ବିନ୍ଦାସ୍ ଅନ୍ଦାଜରେ ସେ ସମସ୍ତଙ୍କୁ ଖୁବ୍ ଏଣ୍ଟରଟେନମେଣ୍ଟ ମଧ୍ୟ କରୁଛନ୍ତି । ସେପଟେ ‘ବିଗବସ 14’ ମୁକୁଟ ପିନ୍ଧିପାରନ୍ତି ରାକ୍ଷୀ ବୋଲି ଚାଲିଛି ଅନେକ କଳ୍ପନାଜଳ୍ପନା । ଯଦି ସେ ଏଥର ବିଜେତା ସାଜୁଛନ୍ତି ତେବେ ପ୍ରଥମଥର ଏମିତି ହେବ ଯେବେ କୌଣସି ଏକ୍ସ ପ୍ରତିଯୋଗୀ ଶୋ ଜିତିବେ ।

ଶୋର ଶେଷ ସପ୍ତାହରେ ସେ ହେଡ୍ ହୋଇଥିବାରୁ ଏଲିମିନ୍ସନରୁ ବଞ୍ଚିଯାଇଛନ୍ତି । ସେପଟେ ପ୍ରତିଯୋଗୀ ରୁବିନା ଦୈଲକ ଏବଂ ରାହୁଲ ବୈଦଙ୍କ ଫ୍ୟାନ୍ସ ସଂଖ୍ୟା ବାହାରେ ଅଧିକ ଥିଲେ ମଧ୍ୟ ରାକ୍ଷୀଙ୍କୁ ସବୁ ସପ୍ତାହରେ ଏଲିମିନ୍ସନରୁ ବଞ୍ଚାଇ ଆସୁଛନ୍ତି ଫ୍ୟାନ୍ସ । ଏଥରୁ ଜଣାପଡୁଛି ଯେ ରାକ୍ଷୀଙ୍କ ଫ୍ୟାନ୍ସ ସଂଖ୍ୟା ମଧ୍ୟ କମ୍ ନୁହେଁ । ତେବେ ଫିନାଲେରେ ଜଣାପଡିବ କିଏ ‘ବିଗବସ 14’ର ମୁକୁଟ ପିନ୍ଧିବେ ।

ପ୍ରକାଶ ଥାଉକି ଏଥର ଚ୍ୟାଲେଞ୍ଜର୍ସ ଭାବେ ରାକ୍ଷୀ ସାୱନ୍ତ, ଅର୍ଶୀ, ରାହୁଲ ମହାଜନ, କଶ୍ମୀରା ଶାହ, ମନୁ ପଞ୍ଜାବୀ ଏବଂ ବିକାଶ ସାମିଲ ହୋଇଥିଲେ ।

@IANS

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.