ETV Bharat / sitara

ଦବଙ୍ଗ-3 ସହ ଲଢିବାକୁ ଚାହୁଁନି ବ୍ରହ୍ମାସ୍ତ୍ର! ଘୁଞ୍ଚିଲା ରିଲିଜ ତାରିଖ - ranveer kapoor

ବ୍ରହ୍ମାସ୍ତ୍ରର ରିଲିଜ ତାରିଖକୁ ଘୁଞ୍ଚାଯାଇଛି । ଡିସେମ୍ବରରେ ରିଲିଜ ହେବାକୁ ଥିବା ଫିଲ୍ମ 2020 ସମର ଟାଇମରେ ହେବ ରିଲିଜ । ଫିଲ୍ମର ନିର୍ଦ୍ଦେଶକ ଅୟାନ ମୁଖାର୍ଜୀ ଟ୍ବିଟରରେ ଏହାକୁ ସେୟାର କରିଛନ୍ତି ।

ଫଟୋ ସୌଜନ୍ୟ: ଏ ଏନ ଆଇ
author img

By

Published : Apr 28, 2019, 10:47 AM IST

ହାଇଦ୍ରାବାଦ: ରଣବୀର କପୁର ଓ ଆଲିଆ ଭଟ୍ଟ ଅଭିନୀତ ଫିଲ୍ମ ବ୍ରହ୍ମାସ୍ତ୍ରର ରିଲିଜ ସମୟକୁ ପରିବର୍ତ୍ତନ କରାଯାଇଛି । ଏହି କାଳ୍ପନିକ ଡ୍ରାମା ଫିଲ୍ମଟି ପ୍ରଥମେ ଏ ବର୍ଷ ଖ୍ରୀଷ୍ଟମାସରେ ରିଲିଜ ହୋଇଥା'ନ୍ତା ମାତ୍ର ଏହାକୁ ପରିବର୍ତ୍ତନ କରାଯାଇ 2020 ପର୍ଯ୍ୟନ୍ତ ଘୁଞ୍ଚାଯାଇଛି । ଏ କଥା ନିଜେ ନିର୍ଦ୍ଦେଶକ ଅୟାନ ମୁଖାର୍ଜୀ ଟ୍ବିଟରରେ ସେୟାର କରିଛନ୍ତି ।

brahmastra
ଫଟୋ ସୌଜନ୍ୟ: ଏ ଏନ ଆଇ

ନିର୍ଦ୍ଦେଶକଙ୍କ କହିବା ମୁତାବକ, ଭିଜୁଆଲ ଏଡିଟିଂ ପାଇଁ ସମୟ ଆବଶ୍ୟକ । କିନ୍ତୁ ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ସଲମାନ ଖାନ ଅଭିନୀତ ଦବଙ୍ଗ-3କୁ ଅଣଦେଖା କରିବା ପାଇଁ ଫିଲ୍ମର ନିର୍ମାତା ଏପରି ପଦକ୍ଷେପ ନେଇଛନ୍ତି । ଦବଙ୍ଗ-3 ଡିସେମ୍ବର 20ରେ ରିଲିଜ ହେବାକୁ ଥିବାବେଳେ ଶୁଣିବାକୁ ମିଳୁଥିଲା ବ୍ରହ୍ମାସ୍ତ୍ର ମଧ୍ୟ ଡିସେମ୍ବର ମାସରେ ରିଲିଜ ହୋଇପାରେ । ମାତ୍ର ଏବେ ସମସ୍ତ କଳ୍ପନାଜଳ୍ପନା ଶେଷ ହୋଇଛି ।

ବ୍ରହ୍ମାସ୍ତ୍ର ଫିଲ୍ମଟି ମନୋବିଜ୍ଞାନ ଉପରେ ଆଧାରିତ । ଫିଲ୍ମରେ ରଣବୀର ଆଲିଆଙ୍କ ସହ ବିଗ ବି ଅମିତାଭ ବଚ୍ଚନ, ମୌନି ରୟ ଓ ଟଲିଉଡ ଅଭିନେତା ନାଗାର୍ଜୁନ ନଜର ଆସିବେ । ଫିଲ୍ମର ସୁଟିଂ ବୁଲଗେରିଆ, ନ୍ୟୁୟର୍କ ଓ ମୁମ୍ବାଇରେ ହେବ ବୋଲି ଜଣାପଡିଛି ।

Intro:Body:Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.