ETV Bharat / sitara

‘କଲଙ୍କ’ ଫ୍ଲପ, ଲାଭରେ କିନ୍ତୁ ନିର୍ମାତା

'କଲଙ୍କ' ଫିଲ୍ମ ଫ୍ଲପ ହେବା ସତ୍ତ୍ବେ ନିର୍ମାତାଙ୍କ କିନ୍ତୁ କୌଣସି କ୍ଷତି ହୋଇନାହିଁ । ଫିଲ୍ମଟି 150 କୋଟି ଟଙ୍କା ବ୍ୟୟରେ ପ୍ରସ୍ତୁତ ହୋଇଥିବାବେଳେ ନିର୍ମାତାଙ୍କୁ ମାତ୍ର 3କୋଟିର କ୍ଷତି ହୋଇଛି, ଯାହାକି ନିର୍ମାତାଙ୍କ ପାଇଁ ଅତି ସାଧାରଣ ।

author img

By

Published : May 10, 2019, 3:42 AM IST

ଫଟୋ ସୌଜନ୍ୟ: ସୋସିଆଲ ମିଡିଆ/ଇନଷ୍ଟାଗ୍ରାମ@କରନ ଜୋହର

ମୁମ୍ବାଇ: କରନ ଜୋହରଙ୍କ ବହୁ ଚର୍ଚ୍ଚିତ ମଲ୍ଟି ଷ୍ଟାରର ଫିଲ୍ମ 'କଲଙ୍କ'କୁ ନେଇ ଯେଉଁ ଆଶା କରାଯାଇଥିଲା ତାହା ସବୁ ଫିଲ୍ମ ରିଲିଜ ପରେ ଭାଙ୍ଗି ଯାଇଥିଲା । ଫିଲ୍ମଟି ଦର୍ଶକଙ୍କୁ ଖୁବ୍ ନିରାଶ କରିଥିଲା । କିନ୍ତୁ କଣ ଆପଣଙ୍କୁ ଜଣାଅଛି ଯେ ଫିଲ୍ମର ଖରାପ ପ୍ରଦର୍ଶନରେ ନିର୍ମାତାଙ୍କୁ ନାଁ କୁ ମାତ୍ର କ୍ଷତି ସହିବାକୁ ପଡିଛି ।

150 କୋଟି ଟଙ୍କାରେ ତିଆରି ହୋଇଥିବା ଏହି ଫିଲ୍ମ ଖରାପ ପ୍ରଦର୍ଶନରେ ନିର୍ମାତା କରନ ଓ ସାଜିଦ ନାଜିୟାଦୱାଲଙ୍କୁ କେବଳ 3.40 କୋଟିର କ୍ଷତି ହୋଇଛି । ତେବେ ଆସନ୍ତୁ ଜାଣିବା ଏହାର ପୁରା ଗଣିତ...

ଫିଲ୍ମଟି 150 କୋଟ ବଜେଟର । ଟିକେଟ ଝରକାରେ ଫିଲ୍ମଟିର କ୍ଷତି ହୋଇଛି ସତ । କିନ୍ତୁ କରନ ଓ ସାଜିଦଙ୍କୁ ମୋଟା ଅଙ୍କ ଡିଜିଟାଲ ରାଇଟ୍ସରୁ ହିଁ ମିଳିଯାଇଛି । ସ୍ୟାଟେଲାଇଟ, ମ୍ୟୁଜିକ ଏବଂ ଡିଜିଟାଲ ରାଇଟ୍ସରୁ କରନ ପାଖାପାଖି 90 କୋଟି ଟଙ୍କା ଆୟ କରିନେଇଛନ୍ତି ।

ବିଦେଶରେ ଫିଲ୍ମଟିକୁ କୋଟି କୋଟି ଟଙ୍କାରେ ବିକ୍ରି କରାଯାଇଛି । ବିଦେଶରୁ ଲାଭରୁ ନିର୍ମାତାଙ୍କୁ 21.06 କୋଟି ଟଙ୍କା ମିଳିଛି । ଭାରତରେ ଫିଲ୍ମଟି 78.98 କୋଟି ଆୟ କରିଥିଲେ । ନିର୍ମାତାଙ୍କ ଖାତାରେ 35.54 କୋଟି ଟଙ୍କା ସମ୍ପୃକ୍ତ ହୋଇଥିଲା । 35.54 କୋଟି ଏବଂ 21.06 କୋଟିଙ୍କୁ ମିଶା ଗଲେ 55.06 କୋଟି ଟଙ୍କା ହେଉଛି । ଏବେ 55.06 କୋଟି ଟଙ୍କାରେ ରାଇଟ୍ସର 90 କୋଟି ମିଶାଇଲେ 146.60 କୋଟି ଟଙ୍କା ହେଉଛି ।

ସେହି 150 କୋଟି ଟଙ୍କାରୁ ଆୟ ହୋଇଥିବା 146.60 କୋଟି ଟଙ୍କାକୁ ହଟାଗଲେ 3.40 କୋଟି ଟଙ୍କାର କ୍ଷତି ହେଉଛି । ଯାହା ବହୁତ ସାଧରଣ କଥା ନିର୍ମାତାଙ୍କ ପାଇଁ ।

Intro:Body:Conclusion:

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.