ମୁମ୍ବାଇ: ଲୋକପ୍ରିୟ ଫିଲ୍ମ ନିର୍ମାତା ବୋନି କପୁର ଟ୍ବିଟରରେ ଏକ ଇମୋଶନାଲ ପୋଷ୍ଟ ସେୟାର କରି ସ୍ବର୍ଗୀୟ ପତ୍ନୀ ଶ୍ରୀଦେବୀଙ୍କ 56ତମ ଜନ୍ମଦିନରେ ଶ୍ରଦ୍ଧାଞ୍ଜଳୀ ଦେଇଛନ୍ତି । ଗତ ବର୍ଷ ଦୁବାଇର ଏକ ହୋଟେଲର ବାଥଟବରେ ବୁଡିବାରୁ ଶ୍ରୀଦେବୀଙ୍କ ମୃତ୍ୟୁ ଘଟିଥିଲା । ଯାହାକୁ ନେଇ ଆଜି ପର୍ଯ୍ୟନ୍ତ ଦୁଃଖି ତାଙ୍କ ପ୍ରଶଂସକ ।
ତାଙ୍କ ଜନ୍ମଦିନ ଅବସରରେ ଟ୍ବିଟରରେ ଶ୍ରୀଦେବୀଙ୍କ ଏକ ଫଟୋ ସେୟାର କରି ବୋନି କ୍ୟାପସନରେ ଲେଖିଛନ୍ତି, ‘ହାପି ବର୍ଥଡେ ଜାନ୍, ଜୀବନର ସବୁ ମୂହୁର୍ତ୍ତରେ ତୁମକୁ ସ୍ମରଣ କରୁଛି । ସର୍ବଦା ଆମର ମାର୍ଗଦର୍ଶନ କରାଉଥାଅ । ତୁମେ ଅନନ୍ତକାଳ ପର୍ଯ୍ୟନ୍ତ ଆମ ସହ ରହିବ’ ।
- " class="align-text-top noRightClick twitterSection" data="
">
କେବଳ ବୋନି ନୁହେଁ ତାଙ୍କ ବଡ ଝିଅ ତଥା ଅଭିନେତ୍ରୀ ଜାହ୍ନବୀ କପୁର ମଧ୍ୟ ଇନଷ୍ଟାଗ୍ରାମରେ ମା'ଙ୍କୁ ଜନ୍ମଦିନରେ ଶ୍ରଦ୍ଧାଞ୍ଜଳୀ ଦେଇଛନ୍ତି । ସେ ଶ୍ରୀଦେବୀଙ୍କ ଫଟୋ ସେୟାର କରି ଲେଖିଛନ୍ତି, ‘ହାପି ବର୍ଥଡେ ମମ, ଆ ଲଭ ୟୁ’ ।
ପ୍ରକାଶ ଥାଉକି ଗତ ବର୍ଷ ଫେବୃଆରୀ 24ରେ ନିଜ ପୁତୁରାଙ୍କ ବିବାହରେ ଯୋଗ ଦେବାକୁ ପରିବାର ସହ ଦୁବାଇ ଯାଇଥିଲେ ଶ୍ରୀଦେବୀ । ସେହିଠାରେ ତାଙ୍କର ଆକସ୍ମିକ ମୃତ୍ୟୁ ଘଟିଥିଲା । ଯାହାକୁ ସହଜରେ ବିଶ୍ବାସ କରିପାରିନଥିଲେ ପରିବାର ସଦସ୍ୟ ଓ ତାଙ୍କ ପ୍ରଶଂସକ । ହୁଏତଃ ଆଜି ସେ ଆମ ଗହଣରେ ନାହାଁନ୍ତି କିନ୍ତୁ ସର୍ବଦା ସମସ୍ତଙ୍କ ମନରେ ରହିବେ ସେ ।