ETV Bharat / sitara

ଅନଲାଇନରେ ନିଲାମ ହେଲା ଶ୍ରୀଦେବୀଙ୍କ କୋଟା ଶାଢୀ - sridevi

ଫେବୃଆରି 24ରେ ଭାରତୀୟ ସିନେମାର ପ୍ରଥମ ଲେଡି ସୁପରଷ୍ଟାର ଶ୍ରୀଦେବୀଙ୍କ ଶ୍ରାଦ୍ଧବାର୍ଷିକୀ। ଏହି ଅବସରରେ ବୋନି କପୁର ଏକ ନିଷ୍ପତ୍ତି ନେଇଥିବାର ନଜର ଆସିଥିଲେ। ବର୍ତ୍ତମାନ ଅନଲାଇନ ମିଳୁଛି ଶ୍ରୀଦେବୀଙ୍କ ପସନ୍ଦୀୟ କୋଟା ଶାଢୀ।

ଫାଇଲ ଫଟୋ
author img

By

Published : Feb 25, 2019, 12:31 PM IST

ହାଇଦ୍ରାବାଦ: ଭାରତୀୟ ସିନେମାର ପ୍ରଥମ ଫିମେଲ ସୁପରଷ୍ଟାର ଶ୍ରୀଦେବୀଙ୍କ ନିଧନକୁ ଏହା ମଧ୍ୟରେ ବର୍ଷେ ବିତିଯାଇଛି। ତାଙ୍କର ପ୍ରଥମ ଶ୍ରାଦ୍ଧବାର୍ଷିକୀରେ ସ୍ୱାମୀ ବୋନି କପୁର ପତ୍ନୀଙ୍କ ଫେମସ କୋଟା ଶାଢୀ ନିଲାମ କରିବାକୁ ନିଷ୍ପତ୍ତି ନେଇଥିଲେ। ନିଲାମୀ ରାଶିକୁ ସେ ଅସହାୟ ଲୋକଙ୍କୁ ସାହାଯ୍ୟ କରିବେ ବୋଲି ବୋନି ପ୍ରକାଶ କରିଥିଲେ। ଶ୍ରୀଦେବୀଙ୍କ ସବୁ ଶାଢୀ ମଧ୍ୟରେ କୋଟା ଶାଢୀ ଥିଲା ସବୁଠାରୁ ପସନ୍ଦର ଶାଢୀ । ତେବେ ଏହି ଶାଢୀ ଗତ 23 ତାରିଖରେ ଅନଲାଇନରେ ନିଲାମ ହୋଇଥିବା ଜଣାପଡ଼ିଥିଲା ।

ଚେନ୍ନାଇର ଅନଲାଇନ ମଞ୍ଚ ପେରିସେରା ଅନୁଯାୟୀ କପୁର ପରିବାର ନିଲାମୀରୁ ପ୍ରାପ୍ତ ରାଶିକୁ ଏକ ଫାଉଣ୍ଡେସନକୁ ଦାନ କରିବାର ନିଷ୍ପତ୍ତି ନେଇଛନ୍ତି। ଯାହା ମହିଳା, ଛୁଆ, ଦିବ୍ୟାଙ୍ଗ ଏବଂ ବୃଦ୍ଧଙ୍କ ପାଇଁ ଶିକ୍ଷା, ସ୍ୱାସ୍ଥ୍ୟ ଏବଂ ସାମୁଦାୟିକ ବିକାଶ କ୍ଷେତ୍ରରେ କାମ କରୁଛି।

ପେରିସେରା ଭାରତୀୟ ହସ୍ତଶିଳ୍ପରେ ବିଶେଷଜ୍ଞ ଏବଂ ବିଇଂ ଜନେରସ ଶ୍ରୀଦେବୀଙ୍କ ଶାଢୀ ନିଲାମୀର ସାହାଯ୍ୟ କରୁଛି। କିଛିଦିନ ପୂର୍ବରୁ ନିଲାମୀ 40 ହଜାର ଟଙ୍କାରୁ ଆରମ୍ଭ ହୋଇଥିଲା। ଯାହା ଏଯାବତ ଜାରି ଅଛି। ନିଲାମୀ ଏପର୍ଯ୍ୟନ୍ତ 130,000 ଟଙ୍କା ପର୍ଯ୍ୟନ୍ତ ପହଞ୍ଚିଲାଣି।

ପେରିସେରା 20 ଫେବୃଆରୀରେ ଏକ ଟ୍ୱିଟଜରିଆରେ ଶାଢୀ ପାଇଁ ନିଲାମୀ ଆମନ୍ତ୍ରଣ କରିଥିଲା। କୋଟା ଶାଢୀ ବିବରଣୀରେ କୁହାଯାଇଛି ଯେ ଏହା ହାଲକା, ଚମକୀୟଏବଂ ଏଥିରେ ଶ୍ରୀଦେବୀଙ୍କ ଆଦର୍ଶ ପ୍ରକାଶ ପାଉଛି।

ପ୍ରକାଶ ଥାଉକି ଗତବର୍ଷ ଫେବୃଆରୀ 24ରେ ଦୁବାଇର ଏକ ହୋଟେଲର ବାଥଟବରେ ଶ୍ରୀଦେବୀଙ୍କ ମୃତଦେହ ମିଳିଥିଲା। ତାଙ୍କ ମୃତ୍ୟୁରେ ସମଗ୍ର ଦେଶରେ ଶୋକର ଛାୟା ଖେଳିଯାଇଥିଲା।

undefined

sample description

For All Latest Updates

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.