ମୁମ୍ବାଇ: 'ପିଏମ ନରେନ୍ଦ୍ର ମୋଦି' ବାୟୋପିକ ରିଲିଜ ପୂର୍ବରୁ ସମସ୍ୟା ଘେରରେ ରହିଛି । ମଙ୍ଗଳବାର ଫିଲ୍ମ ବିରୋଧରେ ରିପବ୍ଲିକ ପାର୍ଟି ଅଫ ଇଣ୍ଡିଆର ଅଧ୍ୟକ୍ଷ ସତୀଶ ଗାୟକୱାଡ ବମ୍ବେ ହାଇକୋର୍ଟରେ ଯାଚିକା ଦାଏର କରିଥିଲେ । ଫିଲ୍ମର ରିଲିଜରେ ରୋକ ଲାଗାଇବାକୁ ଦାବି କରାଯାଇଛି । ଆଉ କିଛି ଦିନ ପରେ ପିଏମ ନରେନ୍ଦ୍ର ମୋଦି ଫିଲ୍ମର ଭାଗ୍ୟ ନିର୍ଦ୍ଧାରିଣ ହେବାକୁ ଯାଉଛି । ଆଜ୍ଞା ହଁ, ବମ୍ବେ ହାଇକୋର୍ଟ ଏହାର ଶୁଣାଣି ମାର୍ଚ 29 ଅର୍ଥାତ୍ ଆସନ୍ତା ଶୁକ୍ରବାର କରିବ ।
ଯାଚିକାରେ ନିର୍ବାଚନ ସମୟରେ ଫିଲ୍ମ ରିଲିଜକୁବିରୋଧ କରାଯାଇଛି । ଏହାସହ କୁହାଯାଇଛି ଯେ ନିର୍ବାଚନ ସମୟରେ ଫିଲ୍ମ ରିଲିଜ କରିବା ଆଦର୍ଶ ଆଚରଣ ବିଧି ଉଲ୍ଲଂଘନ ହେବ । ଫିଲ୍ମଟି ନିର୍ବାଚନ ସମୟରେ ମତଦାତାଙ୍କ ଉପରେ ପ୍ରଭାବ ମଧ୍ୟ ପକାଇପାରେ ।
ଜଣାଇ ଦେଉଛୁ ଯେ ଏହା ପୂର୍ବରୁ କଂଗ୍ରେସ ମଧ୍ୟ ଫିଲ୍ମ ରିଲିଜ ଉପରେ ଆପତ୍ତି ପ୍ରକାଶ କରିଥିଲା । ଫିଲ୍ମକୁ ନେଇ ନିର୍ବାଚନ କମିଶନରେ ଅଭିଯୋଗ ମଧ୍ୟ ଦାଖଲ କରାଯାଇଛି ।
ପ୍ରକାଶ ଥାଉକି 'ପିଏମ ନରେନ୍ଦ୍ର ମୋଦି'ରେ ଅଭିନେତା ବିବେକ ଓବରାୟ ମୋଦିଙ୍କ ଚରିତ୍ରରେ ନଜର ଆସିବେ । ଫିଲ୍ମଟି ଏପ୍ରିଲ 5ରେ ରିଲିଜ ହେବାକୁ ନିଷ୍ପତ୍ତି ନିଆଯାଇଛି ।