ମୁମ୍ବାଇ: ଅଭିନେତ୍ରୀ ଶିଳ୍ପା ସେଟ୍ଟୀଙ୍କ ସ୍ବାମୀ ରାଜ କୁନ୍ଦ୍ରାଙ୍କ (Raj kundra) ପାଇଁ ବଢିଲା ଅଡୁଆ । ପର୍ଣ୍ଣ ରାକେଟ ମାମଲାରେ ଅନ୍ତରୀଣ ଜାମିନ (Anticipatory bail application) ପାଇଁ କରିଥିବା ଆବେଦନକୁ ବମ୍ବେ ହାଇକୋର୍ଟ ଖାରଜ କରି ଦେଇଛନ୍ତି।
ସୂଚନାଅନୁସାରେ, ରାଜ କୁନ୍ଦ୍ରା, ଅଭିନେତ୍ରୀ ପୁନମ ପାଣ୍ଡେ ଓ ସାଲିନୀ ଚୋପ୍ରାଙ୍କ ସମେତ ୬ଜଣ ଅନ୍ତରୀଣ ଜାମିନ ଆବେଦନ କରିଥିଲେ । ଯାହାକୁ ବମ୍ବେ କୋର୍ଟ ଖାରଜ କରିଛନ୍ତି । ଏହାପୂର୍ବରୁ କୁନ୍ଦ୍ରା ମୋବାଇଲ୍ ଆପ୍ ମାଧ୍ୟମରେ ଅଶ୍ଳୀଳ ଫିଲ୍ମ ନିର୍ମାଣ ଓ ବିତରଣ କରିବା ମାମଲାରେ ମୁମ୍ବାଇ ପୋଲିସ୍ର କ୍ରାଇମବ୍ରାଞ୍ଚ ଦ୍ବାରା ଗିରଫ ହୋଇଥିଲେ । ଜୁଲାଇ ମାସରେ ସେ ଗିରଫ ହେବା ପରେ ସେପ୍ଟେମ୍ବର ମାସରେ ଜାମିନରେ ଆସିଥିଲେ ।
ଏହା ମଧ୍ୟ ପଢନ୍ତୁ: Pornography Case: 65 ଦିନ ପରେ ଜେଲରୁ ମୁକୁଳିଲେ ରାଜ କୁନ୍ଦ୍ରା
ଜଷ୍ଟିସ ଏନ ଡବ୍ଲ୍ୟୁ ସାମ୍ବ୍ରେ ଜାମିନ ଆବେଦନ କରିଥିଲେ ମଧ୍ୟ ଅଭିଯୁକ୍ତଙ୍କ ବିରୋଧରେ କୌଣସି ଆଇନଗତ କାର୍ଯ୍ୟାନୁଷ୍ଠାନ ଆସନ୍ତା ୪ ସପ୍ତାହ ଯାଏଁ ଗ୍ରହଣ କରାଯାଇ ପାରିବ ନାହିଁ ବୋଲି କହିଛନ୍ତି । ଏହାର ଅର୍ଥ ରାଜ ୪ ସପ୍ତାହ ଯାଏ ଏହି ମାମଲାରେ ଗିରଫ ହେବେ ନାହିଁ।
ଅନ୍ୟପକ୍ଷରେ ମୁମ୍ବାଇ ପୋଲିସର ସାଇବର ସେଲରେ ଦାୟର ହୋଇଥିବା ମାମଲାରେ ରାଜ କହିଛନ୍ତି ଆଇଟି ଅଧିନିୟମ ଧାରା ୬୭ ଓ ୬୭ 'ଏ' ଭାରତରେ ଲାଗୁ ହୋଇନାହିଁ । ଜାମିନ ଆବେଦନ ଖାରଜ ନିଷ୍ପତ୍ତିକୁ ରାଜ କୁନ୍ଦ୍ରା ଚ୍ୟାଲେଞ୍ଜ କରିବେ ବୋଲି ତାଙ୍କ ଓକିଲ ସୂଚନା ଦେଇଛନ୍ତି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ