ETV Bharat / sitara

ସୁଶାନ୍ତଙ୍କ କେସ: ମିଡିଆକୁ ସଂଯମତା ରକ୍ଷା ପାଇଁ ବମ୍ବେ ହାଇକୋର୍ଟଙ୍କ ନିର୍ଦ୍ଦେଶ - ସୁଶାନ୍ତ ସିଂ ସୁସାଇଡ କେସକୁ ଆଧାର କରି ମିଡିଆ ଚାଲିଥିବା ଖବରକୁ ନେଇ ବମ୍ବେ ହାଇକୋର୍ଟର ନିର୍ଦ୍ଦେଶ

ସୁଶାନ୍ତ ସିଂ ସୁସାଇଡ କେସକୁ ଆଧାର କରି ମିଡିଆ ଚାଲିଥିବା ଖବରକୁ ନେଇ ବମ୍ବେ ହାଇକୋର୍ଟର ନିର୍ଦ୍ଦେଶ । ନୋଟିସ୍ ଜାରି କରି କୁହାଯାଇଛି ପ୍ରକାଶିତ ଖବର ଉପରେ ସଂଯମତା ରକ୍ଷା କର ।

ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ଫ୍ୟାନକ୍ଲବ
ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ଫ୍ୟାନକ୍ଲବ
author img

By

Published : Sep 3, 2020, 10:44 PM IST

ମୁମ୍ବାଇ: ବମ୍ବେ ହାଇକୋର୍ଟ ଗୁରୁବାର ଦିନ ଗଣମାଧ୍ୟମକୁ ସୁଶାନ୍ତ ସିଂ ରାଜପୁତ ମାମଲାରେ ରିପୋର୍ଟ କରୁଥିବାବେଳେ ସଂଯମତା ରକ୍ଷା କରିବାକୁ ଅନୁରୋଧ କରିଛନ୍ତି । ଏହସହ ତଦନ୍ତରେ ବାଧା ସୃଷ୍ଟି କରୁଥିବା ରିପୋର୍ଟ ପ୍ରକାଶିତ କରିବାକୁ ମନା କରିଛନ୍ତି । କାରଣ ସୁଶାନ୍ତଙ୍କ ମୃତ୍ୟୁ ପରଠୁ ଅନେକ ମିଡିଆ ହାଉସ ନିଜ ନିଜ ଅନୁଯାୟୀ ଖବର ପ୍ରକାଶିତ କରିବାରେ ଲାଗିଛନ୍ତି । ଯାହା ସିବିଆଇ ଯାଞ୍ଚଠୁ ନେଇ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଓ ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ ଯାଞ୍ଚ ପ୍ରତି ଅଙ୍ଗୁଳି ନିର୍ଦ୍ଦେଶ କରୁଛି ।

‘ଆମେ ଆଶା କରୁଛୁ ଯେ ସୁଶାନ୍ତଙ୍କ ମୃତ୍ୟୁ ଘଟଣାର ତଦନ୍ତ ରିପୋର୍ଟରେ ସଂଯମତା ଅବଲମ୍ବନ କରନ୍ତୁ, ଯାହା କୌଣସି ପ୍ରକାରେ ତଦନ୍ତରେ ବାଧା ସୃଷ୍ଟି କରିବ ନାହିଁ ।’ ଡିଭିଜନ ବେଞ୍ଚରେ ଏ.ଏ ସୟଦ ଓ ଜଷ୍ଟିସ ଏସ.ପି ​​ତାଭେଡେ ନିର୍ଦ୍ଦେଶ ଦେଇଛନ୍ତି ।

ଦୁଇଟି ଜନ ସ୍ବାର୍ଥ ମାମଲା ମକଦ୍ଦମା ଶୁଣାଣି ସମୟରେ ଏପିରି ନିର୍ଦ୍ଦେଶ ଦିଆଯାଇଛି । ଗୋଟିଏ ମହାରାଷ୍ଟ୍ରର ଆଠ ଜଣ ଅବସରପ୍ରାପ୍ତ ଆଇପିଏସ ଅଧିକାରୀଙ୍କ ଦ୍ବାରା ଓ ଅନ୍ୟ ତିନିଜଣ କାର୍ଯ୍ୟକର୍ତ୍ତାଙ୍କ ଦ୍ବାରା ଜନ ସ୍ବାର୍ଥ ମାମଲା ଦାଖଲ କରାଯାଇଥିଲା ।

ପୂର୍ବତନ ଆଇପିଏସ୍ ଅଧିକାରୀଙ୍କ ଦ୍ବାରା ଜନ ସ୍ବାର୍ଥ ମାମଲା ପାଇଁ ଯୁକ୍ତିତର୍କ କରି ସିନିୟର ଆଡଭୋକେଟ୍ ମିଲିନ୍ଦ ସାଥେ ଗଣମାଧ୍ୟମର ରିପୋର୍ଟକୁ ବିଶେଷ କରି ଇଲେକ୍ଟ୍ରୋନିକ୍ ମିଡିଆ ଦ୍ବାରା ଏକ ମିଡିଆ ଟ୍ରାଏଲ ବୋଲି କହିଥିଲେ । ଯେଉଁଥିରେ ମୁମ୍ବାଇ ପୋଲିସର ଅପମାନ ହୋଇଥିଲ ।

ଏକ ସମାନ୍ତରାଳ ଯାଞ୍ଚ କରି ଗଣମାଧ୍ୟମ ପ୍ରାୟତଃ ତଦନ୍ତ ଦାୟିତ୍ବ ଗ୍ରହଣ କରିଛି । ମୁମ୍ବାଇ ପୋଲିସକୁ ଷଡଯନ୍ତ୍ରକାରୀ କୁହାଯାଉଛି । ଯାହା ଠିକ୍ ନୁହେଁ ବୋଲି କହିଛନ୍ତି ମିଲିନ୍ଦ ।

@ians_india

For All Latest Updates

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.