ETV Bharat / sitara

ହାଇକୋର୍ଟରୁ କଙ୍ଗନାଙ୍କୁ ଝଟକା, ଖାରଜ ହେଲା ଯାଚିକା

ବମ୍ବେ ହାଇକୋର୍ଟରୁ ବଲିଉଡ ଅଭିନେତ୍ରୀ କଙ୍ଗନା ରଣାୱତଙ୍କୁ ଲାଗିଛି ଝଟକା । ଅଭିନେତ୍ରୀଙ୍କ ଯାଚିକା କୋର୍ଟ ଖାରଜ କରିଦେଇଛନ୍ତି । ଅଧିକ ପଢନ୍ତୁ...

ହାଇକୋର୍ଟରୁ କଙ୍ଗନାଙ୍କୁ ଝଟକା, ଖାରଜ ହେଲା ଯାଚିକା
ହାଇକୋର୍ଟରୁ କଙ୍ଗନାଙ୍କୁ ଝଟକା, ଖାରଜ ହେଲା ଯାଚିକା
author img

By

Published : Sep 9, 2021, 6:12 PM IST

ମୁମ୍ବାଇ: ବମ୍ବେ ହାଇକୋର୍ଟରୁ ବଲିଉଡ ଅଭିନେତ୍ରୀ କଙ୍ଗନା ରଣାୱତଙ୍କୁ ଲାଗିଛି ଝଟକା । ଅଭିନେତ୍ରୀଙ୍କ ବିରୋଧରେ ମାନହାନୀ ମାମଲା ଦାଏର କରିଥିଲେ ଜାଭେଦ ଅଖତର । ଏହାକୁ ରଦ୍ଦ କରିବା ପାଇଁ ବମ୍ବେ ହାଇକୋର୍ଟରେ ଏକ ଯାଚିକା ଦାଖଲ କରିଥିଲେ କଙ୍ଗନା । ଏହାକୁ କୋର୍ଟ ଖାରଜ କରିଦେଇଛନ୍ତି ।

ଜାଭେଦ ଅଖତରଙ୍କ ପକ୍ଷରୁ କଙ୍ଗନା ରଣାୱତଙ୍କ ବିରୋଧରେ ମାନହାନୀ ମାମଲା ଦାଏର କରାଯାଇଥିଲା । ଜାଭେଦ ଅଖତରଙ୍କ ଅଭିଯୋଗ ଅନୁଯାୟୀ, କଙ୍ଗନା ଜାତୀୟ ଟେଲିଭିଜନରେ ତାଙ୍କ ଗାରିମାକୁ ଆଘାତ ପହଞ୍ଚାଇଛନ୍ତି । ସୁଶାନ୍ତ ସିଂହ ରାଜପୁତଙ୍କୁ ନେଇ କରାଯାଇଥିବା ସାକ୍ଷାତକାର ବିଷୟ ଉଠାଇଥିଲେ ଜାଭେଦ ଅଖତର ।

ବଲିଉଡ ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ଦେହାନ୍ତ ପରେ ଏକ ଇଣ୍ଟରଭ୍ୟୁରେ କଙ୍ଗନା ଜାଭେଦ ଅଖତରଙ୍କ ନାଁ ନେଇ ତାଙ୍କ ଉପରେ ଅନେକ ଅଭିଯୋଗ ଲଗାଇଥିଲେ । ଅଭିନେତ୍ରୀଙ୍କ ଅଭିଯୋଗ ପରେ ତାଙ୍କ ବିରୋଧରେ ଆକ୍ସନ ନେଇଥିଲେ ଜାଭେଦ ଅଖତର । ଏହାପରେ ଡିସେମ୍ବରରେ କୋର୍ଟ କଙ୍ଗନାଙ୍କ ବିରୋଧରେ ଜୁହୁ ପୋଲିସକୁ ଯାଞ୍ଚ ଆଦେଶ ଦେଇଥିଲେ । ଏହାକୁ ନେଇ କଙ୍ଗନାଙ୍କୁ ନୋଟିସ ଜାରି କରିଥିଲା ପୋଲିସ ।

ଏହାପୂର୍ବରୁ ଜାମିନ ଆବେଦନ ପାଇଁ ଯାଚିକା ଦାଖଲ କରିଥିଲେ କଙ୍ଗନା । ଏହା ଉପରେ ଶୁଣାଣି କରି କୋର୍ଟ କଙ୍ଗନାଙ୍କୁ ଜାମିନ ପ୍ରଦାନ କରିଥିଲେ । ଜାଭେଦ ଅଖତର କଙ୍ଗନା ରଣାୱତଙ୍କ ଉପରେ ଟିଭି ଇଣ୍ଟରଭ୍ୟୁରେ କଥିତ ଭାବରେ ମାନହାନୀ କରିଥିବା ଅଭିଯୋଗ ଲଗାଇଥିଲେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.