ମୁମ୍ବାଇ: ବୟସ୍କ କଳାକାରଙ୍କ ପାଇଁ ସାମ୍ନାକୁ ଆସିଲା ଗୁଡନ୍ୟୁଜ । କୋରୋନା ପରିସ୍ଥିତିରେ 65ରୁ ଉର୍ଦ୍ଧ୍ବ ଅଭିନେତା, ଅଭିନେତ୍ରୀ ଓ କ୍ରୁ ସଦସ୍ୟ ଫିଲ୍ମ ଏବଂ ଟିଭି ସୁଟରେ ଅଂଶ ଗ୍ରହଣ କରିପାରିବେ । ଏହି ମାମଲାରେ ବମ୍ବେ ହାଇକୋର୍ଟ ନିଷ୍ପତ୍ତି ଶୁଣାଇ ଅନୁମତି ଦେଇଛନ୍ତି ।
ଲକଡାଉନରେ କୋହଳ ମିଳିବା ପରେ ଫିଲ୍ମ, ଟିଭି ସିରିୟଲର ସୁଟିଂ କିଛି ଦିନ ପୂର୍ବରୁ ଆରମ୍ଭ ହୋଇଥିଲା । ହେଲେ ସେହି ସମୟରେ ବୟସ୍କ କଳାକାରଙ୍କୁ ସୁଟିଂ କରିବାର ଅନୁମତି ମିଳିନଥିଲା । ଯାହା ପାଇଁ ନିରାଶ ହୋଇ ପଡିଥିଲେ ଅନେକ କଳାକାର ।
ପ୍ରକାଶ ଥାଉକ ବମ୍ବେ ହାଇକୋର୍ଟ ମହାରାଷ୍ଟ୍ର ସରକାରଙ୍କ ଆଦେଶକୁ ଖଣ୍ଡନ କରିଛନ୍ତି । ଯେଉଁଥିରେ ବୟସ୍କ କଳାକାରଙ୍କ ଆଉଟଡୋର ଓ ଷ୍ଟୁଡିଓ ସୁଟରେ କାମ କରିବା ଉପରେ ରୋକ ଲଗାଯାଇଥିଲା । ମହାରାଷ୍ଟ ସରକାରଙ୍କ ଏହି ନିର୍ଦ୍ଦେଶ ପରେ ଅନେକ କଳାକାର ବିରୋଧ କରିଥିଲେ।