ମୁମ୍ବାଇ: ବି-ଟାଉନର ଖିଲାଡି ଅକ୍ଷୟ କୁମାର ବର୍ତ୍ତମାନ ନିଜ ଅପକମିଂ ଫିଲ୍ମ ‘ବେଲ ବଟମ’କୁ ନେଇ ଚର୍ଚ୍ଚାରେ । ଯାହାର ସୁଟିଂ ପାଇଁ ପୁରା ଟିମ ସହ ନିକଟରେ ୟୁକେ ଯାତ୍ରା କରିଥିଲେ ଅକ୍ଷୟ । ଫିଲ୍ମରେ ତାଙ୍କ ସହ ରୋମାନ୍ସ କରୁଥିବାର ନଜର ଆସିବେ ସେକ୍ସୀ ଅଭିନେତ୍ରୀ ବାଣୀ କପୁର । ଏହି ଦୁଇ ଷ୍ଟାରଙ୍କ ବ୍ୟତୀତ ଲାରା ଦତ୍ତା ଓ ହୁମା କୁରୈଶୀ ମୁଖ୍ୟ ଭୂମିକାରେ ଅଭିନୟ କରୁଥିବାର ଦେଖାଯିବେ । ଇତିମଧ୍ୟରେ ଅକ୍ଷୟ ନିଜ ଲାଡଲା ଆରବଙ୍କୁ ନେଇ କିଛି ଖୁଲାସା କରିଛନ୍ତି ।
- " class="align-text-top noRightClick twitterSection" data="
">
ଅକ୍ଷୟ ବର୍ତ୍ତମାନ ଡିସକଭରି ଚ୍ୟାନେଲର ଫେମସ ଶୋ ‘ଇନଟୁ ଦ ୱାଇଲ୍ଡ ୱିଥ ବିୟର ଗ୍ରିଲ୍ସ’ର ନୂଆ ଏପିସୋଡରେ ନଜର ଆସୁଛନ୍ତି । ଏହି ଶୋର ହୋଷ୍ଟ ବିୟର ଗ୍ରିଲ୍ସଙ୍କ ସହ ସେ ନିଜ ପରିବାର ବିଷୟରେ ଆଲୋଚନା କରି କହିଥିଲେ, ‘ମୋ ପୁଅ ସମସ୍ତଙ୍କଠୁ ଭିନ୍ନ । ସେ କେବେ ମଧ୍ୟ କାହାରିକୁ କହିବାକୁ ଏହା ପସନ୍ଦ କରନ୍ତି ନାହିଁ କି ସେ ମୋ ପୁଅ । ସେ ପ୍ରାୟତଃ ଲାଇମଲାଇଟରୁ ଦୂରେଇ ରହିବାକୁ ପସନ୍ଦ କରନ୍ତି । ସେ ମୋ ପରିଚୟ ସହ ବଡ ହେବାକୁ ପସନ୍ଦ କରନ୍ତି ନାହିଁ ବରଂ ନିଜର ପରିଚୟ ଦୁନିଆକୁ ଦେଖାଇବାକୁ ସେ ସ୍ଥିର କରିଛନ୍ତି । ତାଙ୍କ ମନ କଥା ମୁଁ ବୁଝିପାରୁଛି । ଆଉ ମୁଁ ତାଙ୍କୁ ସେମିତି ବଞ୍ଚିବାକୁ ଦେଉଛି ଯେମିତି ସେ ଚାହୁଁଛନ୍ତି ।’
ପ୍ରକାଶ ଥାଉକି ‘ବେଲ ବଟମ’ ବ୍ୟତୀତ ଅକ୍ଷୟ ପ୍ରଥମଥର କବୀର ସିଂ ଫେମ କିୟାରା ଆଡଭାନୀଙ୍କ ସହ ହରର କମେଡି ଫିଲ୍ମ ‘ଲକ୍ଷ୍ମୀ ବମ’ରେ ନଜର ଆସିବେ । ଏହି ଫିଲ୍ମରେ ଅକ୍ଷୟଙ୍କ ନୂଆ ଅବତାର ଦେଖିବାକୁ ପାଇବେ ଦର୍ଶକ ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ