ETV Bharat / sitara

ମନୋଜ@52, ସଂଘର୍ଷ ସମୟରେ ଆସିଥିଲା ଆତ୍ମହତ୍ୟା ମନୋଭାବ - ଲୋକପ୍ରିୟ ଅଭିନେତା ମନୋଜ ବାୟପେୟୀଙ୍କ ନ୍ୟୁଜ

ଆଜି ମନୋଜ ବାଜପେୟୀଙ୍କ 52ତମ ଜନ୍ମଦିନ । ଆଜିର ଲୋକପ୍ରିୟ ଅଭିନେତା ଦିନେ ପାଉନଥିଲେ କାମ । ଅଧିକ ପଢନ୍ତୁ...

ଡିଜାଇନ ଫଟୋ
ଡିଜାଇନ ଫଟୋ
author img

By

Published : Apr 23, 2021, 1:02 PM IST

ମୁମ୍ବାଇ: 52 ବର୍ଷରେ ପାଦ ଥାପିଲେ ଲୋକପ୍ରିୟ ଅଭିନେତା ମନୋଜ ବାୟପେୟୀ । 1969 ଏପ୍ରିଲ 23ରେ ତାଙ୍କ ଜନ୍ମ ବିହାରର ନରକଟିୟାଗଞ୍ଜରେ ହୋଇଥିଲା । ବାଜପେୟୀ ହେଉଛନ୍ତି ବଲିଉଡର ଏମିତ ନାମ ଯିଏ ପ୍ରତ୍ୟେକ ଚରିତ୍ରକୁ ନିଜ ଅଭିନୟ ଦ୍ବାରା ପରଦାରେ ଜୀବନ୍ତ କରିଦିଅନ୍ତି । ତେବେ ତାହା ଫିଲ୍ମ ‘ସତ୍ୟା’ର ଭୂମିକା ଭିଖୁ ହେଉ କିମ୍ବା ସୁଲରେ ସିଷ୍ଟମ ସହିତ ଲଢୁଥିବା ଜଣେ ପୋଲିସ୍ ଅଫିସର ଭୂମିକା ସବୁଥରେ ଦମଦାର ଅଭିନୟ କରିଥିଲେ ମନୋଜ । ତେବେ ଜନ୍ମଦିନ ଅବସରରେ ଜାଣିବା ତାଙ୍କ ବିଷୟରେ କିଛି କଥା...

ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ଫ୍ୟାନକ୍ଲବ
ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ଫ୍ୟାନକ୍ଲବ

ମନୋଜ ବାଜପେୟୀ ଏକ ସାଧାରଣ କୃଷକ ପରିବାରରୁ ଆସିଛନ୍ତି । ଯେଉଁଠାରେ ତାଙ୍କ ପାଇଁ ଜନ୍ମଦିନ ସାଧାରଣତ ପାଳନ କରାଯାଏ ନାହିଁ । ମନୋଜ ଜଣେ ବହୁମୁଖୀ ଅଭିନେତା ଏବଂ ସମସ୍ତ ପ୍ରକାର ଭୂମିକା ତୁଲାଇଛନ୍ତି ଏବଂ ଅନେକ ଭାଷାରେ ଚଳଚ୍ଚିତ୍ର ମଧ୍ୟ କରିଛନ୍ତି । ମନୋଜ ବାଜପେୟୀ 1994 ରେ 'ଦ୍ରୋହକାଲ' ଚଳଚ୍ଚିତ୍ର ସହିତ ବଲିଉଡ ଇଣ୍ଡଷ୍ଟ୍ରିରେ ପାଦ ଦେଇଥିଲେ।

ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ଫ୍ୟାନକ୍ଲବ
ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ଫ୍ୟାନକ୍ଲବ

ଏହି ଚଳଚ୍ଚିତ୍ରରେ ମନୋଜ ବାଜପେୟୀଙ୍କ ଭୂମିକା ବହୁତ ଛୋଟ ଥିଲା, କିନ୍ତୁ ତାଙ୍କ ପାଇଁ ଏହା ଏକ ସ୍ବପ୍ନର ସାକାର ହେବାଠୁ କିଛି କମ ନଥିଲା, କାରଣ ଏହାପୂର୍ବରୁ ସେ ସଂଘର୍ଷର ଏକ ଦୀର୍ଘ ସମୟ ଦେଖିଥିଲେ । 2013ରେ ଦେଇଥିବା ଏକ ସାକ୍ଷାତକାରରେ ମନୋଜ ତାଙ୍କ ସଂଘର୍ଷ ବିଷୟରେ କହିଥିଲେ। ସେ ଆତ୍ମହତ୍ୟା ବିଷୟରେ ଚିନ୍ତା କରିଥିବା ସମୟ ବିଷୟରେ ମଧ୍ୟ ଆଲୋଚନା କରିଥିଲେ। ଯାହା ଫ୍ୟାନ୍ସଙ୍କୁ ଆଶ୍ଚର୍ଯ୍ୟ କରିଥିଲା ।

ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ଫ୍ୟାନକ୍ଲବ
ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ଫ୍ୟାନକ୍ଲବ

ସେହିପରି ସେ କହିଥିଲେ ଯେ ସେ ସର୍ବଦା ହିରୋ ହେବାକୁ ଚାହୁଁଥିଲେ। ଏହି କାରଣରୁ, 17 ବର୍ଷ ବୟସରେ ସେ ନିଜ ଗାଁ ଛାଡି ଦିଲ୍ଲୀ ଆସିଥିଲେ। ଏଠାକୁ ଆସିବା ପରେ ସେ ନ୍ୟାସନାଲ ସ୍କୁଲ ଅଫ୍ ଡ୍ରାମା (ଏନଏସଡି) ବିଷୟରେ ଶୁଣିଥିଲେ। ମନୋଜ ଏଠାରେ ଆଡମିଶନ ନେବାକୁ ମନସ୍ଥ କରିଥିଲେ କିନ୍ତୁ ଏନଏସଡିରେ 3 ​​ଥର ଆଡମିଶନ ପାଇଁ ଫର୍ମ ପୂରଣ କରିଥିଲେ, କିନ୍ତୁ କିଛି କାରଣରୁ ତାଙ୍କୁ ତିନିଥର ପ୍ରତ୍ୟାଖ୍ୟାନ କରାଯାଇଥିଲା।

ଏହି ବିଷୟରେ ଆଲୋଚନା କରି ମନୋଜ ଆହୁରି କହିଥିଲେ ଯେ ଯେତେବେଳେ ତାଙ୍କୁ ପ୍ରତ୍ୟାଖ୍ୟାନ କରାଯାଇଥିଲା, ସେତେବେଳେ ତାଙ୍କ ସ୍ବପ୍ନ ଭାଙ୍ଗି ଯାଇଥିବା ଭଳି ଲାଗିଲା ଏବଂ ସେ ଆତ୍ମହତ୍ୟା କରିବାକୁ ନିଷ୍ପତ୍ତି ନେଇଥିଲେ ।

ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ଫ୍ୟାନକ୍ଲବ
ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ଫ୍ୟାନକ୍ଲବ

ଏହି କଠିନ ଅବସ୍ଥାରେ ତାଙ୍କ ସାଙ୍ଗମାନେ ଦିନରାତି ତାଙ୍କ ସହିତ ରହି ତାଙ୍କର ଯତ୍ନ ନେଉଥିଲେ। ଏଥି ସହିତ ସେ ଅଭିନେତା ରଘୁବୀର ଯାଦବଙ୍କ ପରାର୍ମଶରେ ସେ ବ୍ୟାରି ଜନଙ୍କ ୱାର୍କଶପରେ ଯୋଗଦେବାକୁ ଯାଇଥିଲେ। ମନୋଜଙ୍କ ପ୍ରତିଭାରେ ବ୍ୟାରି ଏତେ ପ୍ରଭାବିତ ହୋଇଥିଲେ ଯେ ସେ ତାଙ୍କୁ ତାଙ୍କର ସହକାରୀ କରିଥିଲେ । ଏହା ପରେ ମନୋଜଙ୍କୁ ସାହସ ମିଳିଥିଲା । ଆଉ କିଛି ବର୍ଷ ପରେ ସେ ଏନଏସଡିରେ ପୁନଃ ଆବେଦନ କରିଥିଲେ ଏବଂ ଏଥର ସେ ଏଠାରେ ଅଭିନୟ ଶିଖାଇବା ପାଇଁ ଏକ ଅଫର୍ ପାଇଲେ।

ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ଫ୍ୟାନକ୍ଲବ
ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ଫ୍ୟାନକ୍ଲବ

ତାଙ୍କର ସଂଘର୍ଷ ହୁଏତ ଦୀର୍ଘ ହୋଇଥାଇପାରେ, କିନ୍ତୁ ଆଜି ସେ ଇଣ୍ଡଷ୍ଟ୍ରିର ଶ୍ରେଷ୍ଠ ଅଭିନେତାଙ୍କ ମଧ୍ୟରେ ଅନ୍ୟତମ । ସେ ବଲିଉଡରୁ ନେଇ ଡିଜିଟାଲ ଦୁନିଆରେ ଦେଖାଇସାରିଛନ୍ତି ନିଜ ଅଭିନୟର ଯାଦୁ । ଏଥିପାଇଁ ସେ ସବୁବଳେ ଗୋଟିଏ କଥା କୁହନ୍ତି ଆପଣଙ୍କର କାମ ଅଛି କି ନାହିଁ, ଅଭ୍ୟାସ କରିବା ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ । ଯଦି ତୁମର ପ୍ରତିଭା ଅଛି, ତେବେ ତୁମେ କାମ ପାଇବ, ତୁମେ ଜଣେ ଅଭିନେତାଙ୍କର ସନ୍ତାନ ହୁଏ କିମ୍ବା ନହୁଅ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.