ETV Bharat / sitara

‘ସାୱରିଆ’କୁ 13 ବର୍ଷ, ସଞ୍ଜୟ ଜାଣିନଥିଲେ ସୋନମ କିଏ...

author img

By

Published : Nov 10, 2020, 8:33 AM IST

ସଞ୍ଜୟଙ୍କ ‘ସାୱରିଆ’ ଫିଲ୍ମର ଆସିଷ୍ଟାଣ୍ଟ ରୂପେ କାମ କରିବାକୁ ଚାହୁଁଥିବା ସୋନମଙ୍କୁ ଏହି ଫିଲ୍ମରେ ଅଭିନେତ୍ରୀ ରୂପେ ମିଳିଥିଲା କାମ । ଅଧିକ ପଢନ୍ତୁ...

ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ଫ୍ୟାନକ୍ଲବ
ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ଫ୍ୟାନକ୍ଲବ

ମୁମ୍ବାଇ: ବି-ଟାଉନର ଡିଭା ସୋନମ କପୁରଙ୍କ ଡେବ୍ୟୁ ଫିଲ୍ମ ‘ସାୱରିଆ’ ରିଲିଜକୁ 13 ବର୍ଷ ପୂରଣ ହୋଇଛି । ଏହି ଫିଲ୍ମ 2007 ନଭେମ୍ବର 9ରେ ରିଲିଜ ହୋଇଥିଲା । ଏହି ଫିଲ୍ମରେ ଅଭିନୟ କରିବା ପୂର୍ବରୁ ସୋନମ ଫେମସ ନିର୍ମାତା ସଞ୍ଜୟ ଲୀଲା ଭଂସାଲୀଙ୍କ ସହ-ନିର୍ଦ୍ଦେଶିକା ରୂପେ କାମ କରିବାକୁ ଚାହୁଁଥିଲେ । ମଜାଦାର କଥା ହେଲା ଯେ ସଞ୍ଜୟ ସେହି ସମୟରେ ଜାଣିନଥିଲା ଯେ ଅନିଲ କପୁରଙ୍କ ଝିଅ ସୋନମ । ଏହି ବିଷୟରେ ସୋନମ କିଛି ବର୍ଷ ପୂର୍ବେ ଦେଇଥିବା ଏକ ସାକ୍ଷାତକାରରେ ଖୁଲାସା କରିଥିଲେ ।

ଯେବେ ସୋନମ ମା' ସୁନୀତା କପୁରଙ୍କୁ କହିଥିଲେ ଯେ ସେ କଲେଜ ଯିବାକୁ ଚାହୁଁନାହାଁନ୍ତି କିନ୍ତୁ ସଞ୍ଜୟଙ୍କ ସହ କାମ କରିବା ତାଙ୍କ ଇଚ୍ଛା । ସେହି ସମୟରେ ମା' ତାଙ୍କୁ ମନା କରିଦେଇଥିଲେ । ଏହାପରେ ସୋନମ ଅନିଲଙ୍କୁ ବୁଝାଇବାକୁ ଚେଷ୍ଟା କରିଥିଲେ । ହେଲେ ଅନିଲ ସେହି ସମୟରେ ଭୁଲି ଯାଇଥିଲେ ଯେ ସଞ୍ଜୟ, ନିର୍ମାତା ବିଦୁ ବିନୋଦ ଚୋପ୍ରାଙ୍କ ସହକାରୀ ରୂପେ ତାଙ୍କ ଅଭିନୀତ ଫିଲ୍ମ ‘1942: ଏ ଲଭ ଷ୍ଟୋରି’ରେ କାମ କରିଥିଲେ । କିନ୍ତୁ ତାଙ୍କୁ ବ୍ୟକ୍ତିଗତ ଭାବରେ ଜାଣି ନ ଥିବାରୁ ସେ ସନ୍ଦେହ କରୁଥିଲେ । ତେବେ ରଣବୀର କପୁର ମଧ୍ୟ ଏହି ଫିଲ୍ମରେ ଡେବ୍ୟୁ କରୁଛନ୍ତି ବୋଲି କହି ଅନିଲଙ୍କୁ ବିଶ୍ବାସ କରାଇଥିଲେ ସୋନମ ।

ଅନିଲ ମାନିବା ପରେ ଯେବେ ସୋନମ ସଞ୍ଜୟଙ୍କୁ ପ୍ରଥମଥର ଭେଟିଥିଲେ, ସେହି ସମୟରେ ତାଙ୍କୁ ଜଣା ନଥିଲା ଯେ ଅନିଲଙ୍କ ଝିଅ ସୋନମ । ଏହା ବିଷୟରେ ଆଲୋଚନା କରି ସୋନମ କହିଥିଲେ, ‘ମୁଁ ତାଙ୍କ ଅଫିସ ଯାଇ ଏକ ଟେବୁଲରେ ବସିଥିଲି । ସେ ଚର୍ଚ୍ଚରୁ ଆସି ମୋତେ ଚାହିଁଲେ ଏବଂ ପଚାରିଲେ ତୁମେ ଅଭିନୟ ପାଇଁ ଆସିଛ? ତୁମେ ଅଡିସନ ପାଇଁ ଏଠାରେ ଅଛ କି? ମୁଁ କହିଲି ନା ସାର୍, ମୁଁ ଆସିଷ୍ଟାଣ୍ଟ ହେବାକୁ ଆସିଛି । ସେ କହିଲା କିନ୍ତୁ ତୁମେ ଅଭିନୟ କରିବା ଉଚିତ୍ । ଯାହାପରେ ମୁଁ କହିଲି ଠିକ ଅଛି । ଏହାଦ୍ବାରା ମତେ ସଞ୍ଜୟଙ୍କ ଫିଲ୍ମରେ ଡେବ୍ୟୁ କରିବାକୁ ସୁଯୋଗ ମିଳିଥିଲା ।’

ପ୍ରକାଶ ଥାଉକି ସଞ୍ଜୟ ସତ ଜାଣିବା ପରେ ବହୁତ ମନ ଦୁଃଖ କରିଥିଲେ । ଏହାବ୍ୟତୀତ ଯଦି ଆମେ ସୋନମଙ୍କ ଫିଲ୍ମ ବିଷୟରେ କଥା ହେବା ତେବେ ସେ ‘ପ୍ରେମ ରତନ ଧନ ପାୟୋ’, ‘ନୀରାଜା’, ‘ବୀରେ ଦି ୱେଡିଂ’ ଓ ‘ପ୍ୟାଡମ୍ୟାନ’ରେ ଶାନଦାର ଅଭିନୟ କରିସାରିଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.