ମୁମ୍ବାଇ: ବି-ଟାଉନର ଚୁଲବୁଲି ଅଭିନେତ୍ରୀ ପରିଣୀତି ଚୋପ୍ରା ଦୀର୍ଘ ସମୟରୁ ବ୍ୟାଡମିଣ୍ଟନ ପ୍ଲେୟାର ସାଇନା ନେହୱାଲଙ୍କ ବାୟୋପିକ ‘ସାଇନ’କୁ ନେଇ ଚର୍ଚ୍ଚା । ଫିଲ୍ମର ସୁଟିଂ ଅଧାରେ ବନ୍ଦ ରଖିଥିଲେ ମେକର୍ସ । ହେଲେ ଏବେ ସୁଟିଂ ପୁଣି ଆରମ୍ଭ କରିଛନ୍ତି ପରିଣୀତି । ଇତିମଧ୍ୟରେ ଫିଲ୍ମରୁ ପରିଣୀତିଙ୍କ ନୂଆ ଲୁକ ସାମ୍ନାକୁ ଆସିଛି । ଯାହା ସୋସିଆଲ ମିଡିଆରେ ବର୍ତ୍ତମାନ ଭାଇରାଲ ହେବାରେ ଲାଗିଛି ।
ସେପଟେ ବ୍ୟାଡମିଣ୍ଟନ ଷ୍ଟାର ସାଇନା ମଧ୍ୟ ପରିଣୀତିଙ୍କ ଲୁକର ପ୍ରଶଂସା କରି ସୋସିଆଲ ମିଡିଆରେ ତାଙ୍କ ଲୁକ ସେୟାର କରିଛନ୍ତି । ଆଉ କ୍ୟାପସନରେ ଲେଖିଛନ୍ତି, ‘ମୋ ପରି ଲାଗୁଛ ପରିଣୀତି । #ସାଇନାମୁଭି ।’
-
My lookalike 😉😉 @ParineetiChopra 😍😍 #sainamovie 👍👍 https://t.co/BfSDMWayJs
— Saina Nehwal (@NSaina) November 5, 2020 " class="align-text-top noRightClick twitterSection" data="
">My lookalike 😉😉 @ParineetiChopra 😍😍 #sainamovie 👍👍 https://t.co/BfSDMWayJs
— Saina Nehwal (@NSaina) November 5, 2020My lookalike 😉😉 @ParineetiChopra 😍😍 #sainamovie 👍👍 https://t.co/BfSDMWayJs
— Saina Nehwal (@NSaina) November 5, 2020
ଯଦି ପରିଣୀତିଙ୍କ ଏହି ଲୁକ ବିଷୟରେ କଥା ହେବା ତେବେ ସେ ଛୋଟ କେଶରେ ହେୟାରବ୍ୟାଣ୍ଡ ଲଗାଇଥିବା ନଜର ଆସୁଛନ୍ତି । ଏଥିରେ ମଧ୍ୟ ତାଙ୍କ କ୍ୟୁଟ ଅନ୍ଦାଜ ଦେଖିବାକୁ ମିଳୁଛି । ଆପଣ ବି ଦେଖନ୍ତୁ ତାଙ୍କର ଏହି ଲୁକ...