ETV Bharat / sitara

ଖୁବଶୀଘ୍ର ଆସିବ ‘ସିମ୍ବା’ର ଆନିମେଟେଡ୍ ଭର୍ସନ ‘ସ୍ମାଶିଂ ସିମ୍ବା’

author img

By

Published : Nov 11, 2020, 12:22 PM IST

ସିଂଘମ ପରେ ‘ସିମ୍ବା’ର ଆସିବ ଆନିମେଟେଡ୍ ସିରିଜ । ଏହି ଫିଲ୍ମର ନିର୍ଦ୍ଦେଶନା ଦାୟିତ୍ବ ତୁଲାଇଥିଲେ ଆକ୍ସନ ନିର୍ଦ୍ଦେଶକ ରୋହିତ ସେଟ୍ଟି । ଅଧିକ ପଢନ୍ତୁ...

ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ରଣବୀର ସିଂ
ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ରଣବୀର ସିଂ

ମୁମ୍ବାଇ: 2018ରେ ଆସିଥିବା ପପୁଲାର ଆକ୍ଟର ରଣବୀର ସିଂଙ୍କ ବ୍ଲକବଷ୍ଟର ଫିଲ୍ମ ‘ସିମ୍ବା’କୁ ନେଇ ସାମ୍ନାକୁ ଆସିଛି ଖୁସି ଖବର । ହେଲେ ଏଥର ବଡ ଫ୍ୟାନ୍ସଙ୍କ ପାଇଁ ନୁହେଁ କୁନି କୁନି ପିଲାଙ୍କ ପାଇଁ ସାଜିବ ‘ସିମ୍ବା’ର ସେଟ୍ । ଆଜ୍ଞା ହଁ, ‘ସିମ୍ବା’ର ଆଗାମୀ ଆନିମେଟେଡ୍ କିଡ୍ସ ସିରିଜ ‘ସ୍ମାଶିଂ ସିମ୍ବା’ ଛୋଟ ପରଦାରେ ଦେଖିବାକୁ ମିଳିବ । ଏହି ସିରିଜର ପ୍ରସାରଣ ପୋଗୋ ଚ୍ୟାନେଲରେ ହେବ ।

କିଡ୍ସଙ୍କୁ ପସନ୍ଦ ଆସିବା ଭଳି କମେଡି ଡ୍ରାମା ସହ ଆକ୍ସନର ଅନ୍ଦାଜ ଏହି ସିରିଜରେ ପର୍ଯ୍ୟବେଶିତ କରାଯାଇଛି । ସେହିପରି ସିରିଜକୁ ନେଇ ନିକଟରେ ‘ସିମ୍ବା’ର ନିର୍ଦ୍ଦେଶକ ରୋହିତ ସେଟ୍ଟୀ କହିଥିଲେ, ‘କମେଡି ଏବଂ ନଖ କାମୁଡ଼ିବାର ମିଶ୍ରଣ, ୟଙ୍ଗ ସିମ୍ବାଙ୍କ ଶାନ୍ତ ସ୍ବଭାବ ଏବଂ ମଜାଳିଆ ଗୁଣ କିଡ୍ସଙ୍କୁ ଆକର୍ଷିତ କରିବ । ମୁଁ ପିଲାମାନଙ୍କ ପାଇଁ ପୋଗୋରେ ସେମାନଙ୍କର ପ୍ରିୟ ବଡ ପରଦା ହିରୋ ସିମ୍ବାଙ୍କ ଆନିମେଟେଡ୍ ଉପସ୍ଥାପନା ଅନୁଭବ କରିବାକୁ ଆଗ୍ରହୀ ଅଛି ।’

ପ୍ରକାଶ ଥାଉକି ଏହା ରୋହିତଙ୍କ ପ୍ରଥମ ଫିଲ୍ମ ନୁହେଁ ଯେବେ ଆନିମେଟେଡ୍ ସିରିଜ ହେବାକୁ ଯାଉଛି । ଏହାପୂର୍ବରୁ ଆସିସାରିଛି ଅଜୟ ଦେବଗନଙ୍କ ଚର୍ଚ୍ଚିତ ଫିଲ୍ମ ‘ସିଂଘମ’ର ଆନିମେଟେଡ୍ ଭର୍ସନ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.