ମୁମ୍ବାଇ: ଗୁରୁବାର ବି-ଟାଉନର ମିଷ୍ଟର ଇଣ୍ଡିଆ ଅନିଲ କପୁର 64 ବର୍ଷ ବୟସରେ ପାଦ ଥାପିଥିଲେ । ସୋସିଆଲ ମିଡିଆରେ ଫ୍ୟାମିଲିଠୁ ନେଇ ଫ୍ୟାନ୍ସ ସମସ୍ତେ ତାଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଥିଲେ । ହେଲେ ତାଙ୍କ ପାଇଁ ସ୍ପେଶାଲ ଥିଲା କୋ-ଷ୍ଟାରଙ୍କ କେକ କାଟିବା ଅନ୍ଦାଜ । କାରଣ ବର୍ତ୍ତମାନ ସେ ନିଜ ଆଗାମୀ ମଲ୍ଟି ଷ୍ଟାରର ଫିଲ୍ମ ‘ଜୁଗ୍ ଜୁଗ୍ ଜିଓ’ ସୁଟିଂରେ ବ୍ୟସ୍ତ ଅଛନ୍ତି । ଆଉ ତାଙ୍କ ସହ ଏହି ଫିଲ୍ମରେ ଦେଖାଯିବେ ବରୁଣ ଧୱନ, କିୟାରା ଆଡଭାନୀ ଓ ନୀତୁ ସିଂ ଭଳି କଳାକାର । ତେବେ ଅନିଲଙ୍କ ବର୍ଥଡେକୁ କିପରି ଭୁଲିଥାଆନ୍ତେ ସମସ୍ତେ ।
ତାଙ୍କୁ ୱିଶ କରିବାକୁ ଯାଇ ସୁଟିଂ ସେଟରେ କେକ କାଟିଥିଲେ ସମସ୍ତେ । ଯାହାର ଫଟୋ ନୀତୁ ଇନଷ୍ଟାଗ୍ରାମରେ ସେୟାର କରି କ୍ୟାପସନରେ ଲେଖିଛନ୍ତି, ‘ଆଜି ସେଲିବ୍ରେଟ କରୁଛୁ ମୋଷ୍ଟ ଟ୍ୟାଲେଣ୍ଟେଡ, ଚାର୍ମିଂ ଆଉ କେବେ ବୁଢା ଲାଗୁନଥିବା ଅନିଲ କପୁରଙ୍କ ବର୍ଥଡେ । ହାପି ବର୍ଥଡେ । ମୁଁ ନିଜକୁ ଭାଗ୍ୟଶାଳୀ ମନେ କରୁଛି ଯେ ଏପରି କ୍ରୁ ମେମ୍ବରଙ୍କ ଏବଂ ତାଙ୍କ ସହ କାମ କରି । ଜୁଗ୍ ଜୁଗ୍ ଜିଓ ।’
ବର୍ତ୍ତମାନ ଭାଇରାଲ ହେଉଥିବା ନୀତୁଙ୍କ ଏହି ଫଟୋରେ ଦେଖିବାକୁ ମିଳୁଛି ଯେ ଟେବୁଲରେ କେକ ରଖାଯାଇଥିବା ବେଳେ ପୁରା ଷ୍ଟାରକାଷ୍ଟ ଅନିଲଙ୍କୁ ଧରି ଠିଆ ହୋଇଛନ୍ତି । ଦେଖନ୍ତୁ ଫଟୋ...
- " class="align-text-top noRightClick twitterSection" data="
">
ପ୍ରକାଶ ଥାଉକି, କରନ ଜୋହରଙ୍କ ପ୍ରଡକ୍ସନ ହାଉସ ଦ୍ବାରା ନିର୍ମାଣ ହେଉଥିବା ଜୁଗ୍ ଜୁଗ୍ ଜିଓ ଫିଲ୍ମ ଜରିଆରେ ନୀତୁ ପାଖାପାଖି 6 ବର୍ଷ ପରେ ଫିଲ୍ମ ଦୁନିଆକୁ କମବ୍ୟାକ କରିଛନ୍ତି ।