ETV Bharat / sitara

ଫ୍ୟାନଙ୍କୁ ମାଳଦ୍ବୀପ ରିକ୍ସାରେ ପହଞ୍ଚାଇବେ ସୋନୁ !

ପୁଣି ସୋନୁଙ୍କ ସହ ସୋସିଆଲ ମିଡିଆରେ ମଜାକ । ଶାନଦାର ଜବାବ ଦେଇ ସମସ୍ତଙ୍କୁ ହସାଇଲେ ସୋନୁ । ଅଧିକ ପଢନ୍ତୁ...

author img

By

Published : Oct 31, 2020, 3:36 PM IST

ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ସୋନୁ ସୁଡ
ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ସୋନୁ ସୁଡ

ମୁମ୍ବାଇ: ଲକଡାଉନରେ ପ୍ରବାସୀ ଶ୍ରମିକ, ଦିନ ମଜୁରିଆଙ୍କୁ ନିଜ ନିଜ ଘରେ ପହଞ୍ଚାଇବା ଦାୟିତ୍ବ ଉଠାଇଥିଲେ ହ୍ୟାଣ୍ଡସମ ଆକ୍ଟର ସୋନୁ ସୁଡ । ଲକଡାଉନ ପରେ ମଧ୍ୟ ସେ ଦେଶବାସୀଙ୍କ ସେବାରେ କ୍ରମାଗତ ଭାବେ ଲାଗିଛନ୍ତି । ଏଯାବତ ସେ ଅନେକ ଅଭାବୀଙ୍କ ସମସ୍ୟା ଦୂର କରିସାରିଛନ୍ତି । ଏଥିପାଇଁ ବର୍ତ୍ତମାନ ତାଙ୍କୁ ନିଜର ଭଗବାନ ମାନିବସିଛନ୍ତି ସମସ୍ତେ । ହେଲେ ଏମିତି କିଛି ୟୁଜର୍ସ ଅଛନ୍ତି ଯେ ଟ୍ବିଟ କରି ତାଙ୍କ ସହ ମଜାକ କରୁଥିବାର ନଜର ଆସୁଛନ୍ତି । ସୋନୁ ମଧ୍ୟ କେଉଁ ଛାଡିବା ବ୍ୟକ୍ତି ସେ ନିଜ ବିନ୍ଦାସ ଅନ୍ଦାଜରେ ସମସ୍ତଙ୍କ ଉତ୍ତର ଦେଉଛନ୍ତି । ଏମିତି ଏବେ ପୁଣିଥରେ ଦେଖିବାକୁ ମିଳୁଛି ।

କଥାଟି ହେଲା ଜଣେ ୟୁଜର ତାଙ୍କୁ ମାଳଦ୍ବୀପରେ ପହଞ୍ଚାଇବା ପାଇଁ ଏକ ଟ୍ବିଟ କରି ଲେଖିଛନ୍ତି, ସାର୍ ମୁଁ ମାଳଦ୍ବୀପ ଯିବାକୁ ଚାହୁଁଛି। ପହଞ୍ଚେଇ ଦିଅ ପ୍ଲିଜ।’

ସେପଟେ ଏହାର ରିପ୍ଲାଇରେ ସୋନୁ କହିଛନ୍ତି, ‘ସାଇକେଲରେ ଯିବ ନା ରିକ୍ସାରେ ଭାଇ ?’ ତାଙ୍କ ଏହି ପୋଷ୍ଟରେ ଫ୍ୟାନ୍ସଙ୍କ କମେଣ୍ଟ ମଧ୍ୟ ବର୍ତ୍ତମାନ ଖୁବ୍ ଦେଖିବାକୁ ମିଳୁଛି । ଜଣେ ଫ୍ୟାନ ଲେଖିଛନ୍ତି, ‘ସାର୍ ତାଙ୍କ ପାଇଁ ପ୍ରାଇଭେଟ ଜେଟ କିଣି ଦିଅ । ଦେଖନ୍ତୁ ଆଉ କିଛି ଦିନ ପରେ ନିହାତି ଆପଣଙ୍କୁ କେହି କହିବେ ରକେଟ ଦ୍ବାରା ମଙ୍ଗଳରେ ପହଞ୍ଚାଇ ଦେବାକୁ ।’

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.