ETV Bharat / sitara

ବାଜିରାଓଙ୍କୁ ମୁମ୍ବାଇ ରାସ୍ତାରେ ଖୋଜୁଛନ୍ତି ଡ୍ରାମା କୁଇନ

author img

By

Published : May 29, 2021, 10:59 AM IST

ପୁଣି ନିଜ ମଜାଦାର ଅନ୍ଦାଜରେ ସମସ୍ତଙ୍କୁ ହସାଇଲେ ରାକ୍ଷୀ । ଏଥର ସାଜିଲେ ମସ୍ତାନୀ । ଆଉ ଖୋଜୁଛନ୍ତି ବାଜିରାଓଙ୍କୁ । ଅଧିକ ପଢନ୍ତୁ...

ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ରାକ୍ଷୀ ସାୱନ୍ତ
ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ରାକ୍ଷୀ ସାୱନ୍ତ

ମୁମ୍ବାଇ: ବଲିଉଡର ଡ୍ରାମା କୁଇନ ରାକ୍ଷୀ ସାୱନ୍ତ ସବୁବେଳେ ଏପରି କିଛି କରନ୍ତି ଯାହାକି ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଥାଏ । ସୋସିଆଲ ମିଡିଆରେ ବେଶ୍ ଆକ୍ଟିଭ ନଜର ଆସନ୍ତି ସେ । ଆଉ ପ୍ରାୟତଃ ଫ୍ୟାନ୍ସଙ୍କୁ ମନୋରଞ୍ଜନ କରିବାକୁ ନିଜର ମଜାଦାର ଭିଡିଓ, ଫଟୋ ସେୟାର କରନ୍ତି । ଇତିମଧ୍ୟରେ ପୁଣିଥରେ ସେ ସମସ୍ତଙ୍କୁ ଖୁସ୍ କରିଦେଇଛନ୍ତି । କାରଣ ରାସ୍ତାରେ ମସ୍ତାନୀ ସାଜି ବୁଲୁଥିବାର ଆସିଲେ ନଜର । ଯାହାର ଭିଡିଓ ବର୍ତ୍ତମାନ ଖୁବ୍ ଭାଇରାଲ ହେଉଛି ।

କଥାଟି ହେଲା ଯେ ଏକ ଫ୍ୟାନକ୍ଲବ ଇନଷ୍ଟାଗ୍ରାମ ପେଜରେ ରାକ୍ଷୀଙ୍କ ମସ୍ତାନୀ ଅନ୍ଦାଜ ଭିଡିଓ ସେୟାର କରାଯାଇଛି । ଯେଉଁଥିରେ ସେ ମସ୍ତାନୀ ଅନ୍ଦାଜରେ ମିଡିଆ କ୍ୟାମେରା ଦେଖି ଅନେକ କଥା କହୁଥିବାର ନଜର ଆସୁଛନ୍ତି ।

ଏହାସହ ସେ ନିଜ ଦୁଃଖ ମଧ୍ୟ ଜଣାଇଛନ୍ତି । ଆଉ ବାଜିରାଓଙ୍କୁ ଖୋଜିବା ପାଇଁ ସେ ମସ୍ତାନୀ ସାଜିଛନ୍ତି । ସବୁଠୁ ବଡ ଦୁଃଖ ତାଙ୍କର ସେ ‘ଖତୋରୋଁ କେ ଖିଲାଡି’ରେ ସାମିଲ ହୋଇପାରିଲେନି । ସେହିପରି ମୁମ୍ବାଇରେ ଲକଡାଉନ ଥିବାରୁ ସେ ନୂଆ ଡ୍ରେସ ମଧ୍ୟ କିଣିପାରୁନାହାଁନ୍ତି । ଯାହାକୁ ନେଇ ତାଙ୍କ ଦୁଃଖ ନକହିଲେ ସରେ । ଦେଖନ୍ତୁ ଭିଡିଓ...

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.