ETV Bharat / sitara

ସିଏଏ-ଏନଆରସିକୁ ନେଇ ରାକ୍ଷୀ ଦେଲେ ଆଇଡିଆ

author img

By

Published : Jan 30, 2020, 10:15 PM IST

ସୋସିଆଲ ମିଡିଆରେ ନୂଆ ଭିଡିଓ ସେୟାର କରି ଚର୍ଚ୍ଚାରେ ରାକ୍ଷୀ । ଏଥର ସେ ଦେଶରେ ଚାଲିଥିବା ସିଏଏ ଓ ଏନଆରସିକୁ ନେଇ ନିଜ ଆଇଡିଆ ସେୟାର କରିଛନ୍ତି । ଯାହାଦ୍ବାରା ଦେଶବାସୀ ନିଜ ନାଗରିକତା ସହଜରେ ସାବ୍ୟସ୍ତ କରିପାରିବେ ।

rakhi sawant
ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ରାକ୍ଷୀ ସାୱନ୍ତ

ମୁମ୍ବାଇ: ସମଗ୍ର ଦେଶରେ ଏବେ ସିଏଏ ଓ ଏନଆରସି ପ୍ରସଙ୍ଗ ଚାଲିଛି । ଦେଶର ଅନେକ ସ୍ଥାନରେ ଏହାକୁ ନେଇ ଜନସାଧାରଣ ବିରୋଧ ପ୍ରଦର୍ଶନ କରିବାରେ ଲାଗିଛନ୍ତି। ଏହି ବିରୋଧ ପ୍ରଦର୍ଶନରେ ଅନେକ ବଲିଉଡ ସେଲିବ୍ରିଟି ନିଜ ନିଜ ପ୍ରତିକ୍ରିୟା ଦେଇସାରିଛନ୍ତି । ହେଲେ ଇତିମଧ୍ୟରେ ଦେଶର ଜନତାଙ୍କୁ ସିଏଏ ଓ ଏନଆରସିରୁ ବଞ୍ଚିବା ପାଇଁ ବି-ଟାଉନର ଡ୍ରାମା କୁଇନ ରାକ୍ଷୀ ସାୱନ୍ତ ଶାନଦାର ଆଉଡିଆ ଦେଇ ଚର୍ଚ୍ଚାରେ ଆସିଛନ୍ତି ।

ଗୁରୁବାର ରାକ୍ଷୀ ଏକ ଭିଡିଓ ସେୟାର କରି ଦେଶବାସୀଙ୍କୁ ଦେଶରେ ନିଜ ନାଗରିକତା ବଞ୍ଚାଇବା ପାଇଁ ଆଇଡିଆ ଦେଇଛନ୍ତି । ଭିଡିଓରେ ସେ କହୁଛନ୍ତି ଯେ ଯଦି ଆପଣ ନିଜର ନାଗରିକତା ବଞ୍ଚାଇବାକୁ ଚାହୁଁଛନ୍ତି ତେବେ ବ୍ୟାଙ୍କରୁ ଲୋନ ନିଅନ୍ତୁ । ଯଦି ଆପଣ ଲୋନ ନେଉଛନ୍ତି ତାହାଲେ ବ୍ୟାଙ୍କ ଆପଣଙ୍କ ନାଗରିକତା ସାବ୍ୟସ୍ତ କରିଦେବ ।

ପ୍ରକାଶ ଥାଉକି ରାକ୍ଷୀ ସବୁବେଳେ ସୋସିଆଲ ମିଡିଆରେ ଭିଡିଓ ଓ ନିଜ ଫଟୋ ସେୟାର କରୁଥିବାର ନଜର ଆସନ୍ତି । ନିକଟରେ ଏକ ଭିଡିଓ ସେୟାର କରି ସେ ଚର୍ଚ୍ଚାରେ ଆସିଥିଲେ । ସେ କହିଥିଲେ ଯେ ତାଙ୍କୁ ୟୁକେରେ ଭଲ ଲାଗୁନାହିଁ । ସେ ମୁମ୍ବାଇ ଫେରିବାକୁ ଚାହୁଁଛନ୍ତି । ଆଉ ତାଙ୍କ ବଲିଉଡ ଫ୍ରେଣ୍ଡ ତାଙ୍କୁ ଖୁବ୍ ମିସ କରୁଛନ୍ତି ।

Intro:Body:

dhh

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.