ETV Bharat / sitara

କୋରୋନା ମୁକାବିଲା ପାଇଁ ପ୍ରସ୍ତୁତ ବଲିଉଡ ସେଲିବ୍ରିଟି

ଦିନକୁ ଦିନ କୋରୋନା ମାମଲା ବଢିବାରେ ଲାଗିଛି । ଆଉ ଏପରି ପରିସ୍ଥିତିରେ ସେଲିବ୍ରିଟି ନିଜର ସ୍ବାସ୍ଥ୍ୟ ପ୍ରତି ବିଶେଷ ଧ୍ୟାନ ଦେଉଛନ୍ତି । ଅଧିକ ପଢନ୍ତୁ..

କୋରନା ମୁକାବିଲା ପାଇଁ ପ୍ରସ୍ତୁତ ବଲିଉଡ ସେଲିବ୍ରିଟି

author img

By

Published : Jul 14, 2020, 6:18 PM IST

ମୁମ୍ବାଇ: କୋରୋନା କବଳରେ ସମଗ୍ର ଦେଶ । ଆଉ ଏଥିରୁ ବଲିଉଡ ମଧ୍ୟ ବାଦ ପଡିନି । ବଚ୍ଚନ ପରିବାର ବ୍ୟତୀତ ଅନେକ ବଲିଉଡ ତାରକା କୋରୋନା ସହ ଲଢେଇ ଜାରି ରଖିଛନ୍ତି । ନିକଟରେ ଅନୁପମ ଖେରଙ୍କ ମାଆ, ଏବଂ ପରିବାର ମଧ୍ୟ କୋରୋନା ସଂକ୍ରମିତ ହୋଇଛନ୍ତି ।

ଦିନକୁ ଦିନ କୋରୋନା ମାମଲା ବଢିବାରେ ଲାଗିଛି । ଆଉ ଏପରି ପରିସ୍ଥିତିରେ ସେଲିବ୍ରିଟି ନିଜର ସ୍ବାସ୍ଥ୍ୟ ପ୍ରତି ବିଶେଷ ଧ୍ୟାନ ଦେଉଛନ୍ତି । ଏହାସହ ନିଜର ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି ପାଇଁ ସମସ୍ତ ପ୍ରକାର ପଦକ୍ଷେପ ମଧ୍ୟ ଗ୍ରହଣ କରୁଛନ୍ତି ।

ଲକଡାଉନରେ ସମସ୍ତ ଷ୍ଟାର୍ସ ନିଜ ନିଜ ଘରେ ନଜର ଆସୁଛନ୍ତି । ଅନୁଷ୍କା ମଧ୍ୟ ନିଜ ଘରେ ରହିଛନ୍ତି । ନିକଟରେ ସେ ନିଜ ଇନଷ୍ଟାଗ୍ରାମ ଆକାଉଣ୍ଟରେ ଫଟୋ ସେୟାର କରିବା ସହ ଲେଖିଥିଲେ, ଶରୀରରେ ପ୍ରତିରୋଧକ ଶକ୍ତି ବଢାଇବା ପାଇଁ ମୁଁ ପ୍ରସ୍ତୁତ ରହିଛି । ସେ ପ୍ରତିଦିନ ସକାଳେ କଦଳୀ ଖାଇବା ସହ ଅଦା ଚା ପିଉଥିବା କହିଛନ୍ତି ।

କରୀନା କପୁର ଖାନ ମଧ୍ୟ ନିଜକୁ କୋରୋନା ଲଢେଇ ପାଇଁ ପ୍ରସ୍ତୁତ ରଖିଛନ୍ତି । ସେ ପ୍ରତିଦିନ ପାଳଙ୍ଗ ଏବଂ କ୍ଷୀର ସୁପ ପିଉଥିବା କହିଛନ୍ତି । ଏଥିରେ ବିଭିନ୍ନ ପ୍ରକାରର ପ୍ରୋଟିନ୍ ଏବଂ ଆଣ୍ଟି-ଅକ୍ସିଡାଣ୍ଟ ଭରପୁର ପରିମାଣରେ ରହିଥାଏ । ଏହା ସହିତ କ୍ୟାଲସିୟମ୍, ମ୍ୟାଗ୍ନେସିୟମ୍ ଭଳି ଉପାଦାନ ମଧ୍ୟ ଏଥିରୁ ମିଳିଥାଏ । ଯାହା ଏକ ସୁସ୍ଥ ଜୀବନ ପାଇଁ ଲାଭଦାୟକ ।

ବଲିଉଡର ସବୁଠାରୁ ଫିଟ୍ ଅଭିନେତା ଅକ୍ଷୟ କୁମାର । ସେ ନିଜ ଇନଷ୍ଟାଗ୍ରାମ ହ୍ୟାଣ୍ଡଲରେ ପୋଷ୍ଟ କରି କହିଛନ୍ତି, ମୁଁ ପ୍ରତିଦିନ ଶାକାହାରୀ ଖାଦ୍ୟ ଖାଉଛି । ଏହାସହ ସେ ନିଜର ରାତ୍ରି ଭୋଜନ 6.30 ରୁ 7ଟା ମଧ୍ୟରେ କରୁଛନ୍ତି ।

ଶିଳ୍ପା ଶେଟ୍ଟୀ ତାଙ୍କ ସୋସିଆଲ ମିଡିଆ ଆକାଉଣ୍ଟରେ ନିଜ ପ୍ରଶଂସକମାନଙ୍କୁ କିପରି ଫିଟ୍ ରହିବେ ସେ ବିଷୟରେ କହିଥାଆନ୍ତି । ଲକଡାଉନରେ ସେ ନିଜ ଇନଷ୍ଟାଗ୍ରାମରେ ଏହିପରି ଅନେକ ତଥ୍ୟ ସେୟାର କରିଛନ୍ତି । ଶିଳ୍ପା ଘରେ ପନିପରିବା ଚାଷ କରିବା ସହ ସେହି ପରିବାକୁ ହିଁ ନିଜ ଖାଇବା ପାଇଁ ବ୍ୟବହାର କରୁଥିବା କହିଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.