ETV Bharat / sitara

ପୁଣି ଆରମ୍ଭ କଙ୍ଗନାଙ୍କ ବୟାନବାଜି, ଦିଲଜତଙ୍କୁ ପଚାରିଲେ ଏମିତି କିଛି - ଦିଲଜିତଙ୍କ ଉପରେ କଙ୍ଗନାଙ୍କ ଅଭିଯୋଗ

କଙ୍ଗନା ଆଉ ବିବାଦ ପରସ୍ପର ସହ ଜଡିତ । ସେ କୌଣସି ବି ପ୍ରସଙ୍ଗରେ ପ୍ରତିକ୍ରିୟା ଦେବାକୁ ଭୁଲନ୍ତି ନାହିଁ । ଏବେ ପୁଣି ଦିଲଜିତଙ୍କୁ ନେଇ ଦେଇଛନ୍ତି ବୟାନ । ଅଧିକ ପଢନ୍ତୁ...

ଡିଜାଇନ ଫଟୋ
ଡିଜାଇନ ଫଟୋ
author img

By

Published : Feb 8, 2021, 11:50 AM IST

ମୁମ୍ବାଇ: ଚାଷୀ ଆନ୍ଦୋଳନକୁ ନେଇ ବଲିଉଡ କୁଇନ କଙ୍ଗନା ରଣାୱତ ଓ ପଞ୍ଜାବୀ ଗାୟକ, ଅଭିନେତା ଦିଲଜିତ ଦୋସାଞ୍ଝଙ୍କ ମଧ୍ୟରେ ଝଗଡା ଲାଗିଆସୁଛି । ଦୁହେଁ ପରସ୍ପର ଉପରେ ଅନେକ ଟିପ୍ପଣୀ କରୁଥିବାର ଦେଖାଯାଉଛନ୍ତି । ହେଲେ କିଛି ଦିନ ଦିଲଜିତ ଚୁପ୍ ଥିବା ବେଲେ ବୟାନବାଜି କରିବାରେ ବ୍ୟସ୍ତ କଙ୍ଗନା । ସେ ଦିଲଜିତଙ୍କୁ ନେଇ ନିଜ ପ୍ରତିକ୍ରିୟା ଦେବାରେ ଲାଗିଛନ୍ତି । ଏବେ ପୁଣିଥରେ ସେ ତାଙ୍କୁ ନେଇ ଏକ ଟ୍ବିଟ ମଧ୍ୟ କରିଛନ୍ତି । ଯାହା ଚାର୍ଚ୍ଚାର ବିଷୟ ପାଲଟିଛି ।

ଆମେରିକା ପପ୍ ଷ୍ଟାର ରିହାନାଙ୍କୁ ସମର୍ଥନ କରିଥିବାରୁ ଦିଲଜିତଙ୍କୁ ନେଇ ଖପ୍ପା ସେ । ଆଉ ଏକ ସାକ୍ଷାତକାରରେ କହିଛନ୍ତି, ‘ଦିଲଜିତଙ୍କୁ ମୁଁ ଚ୍ୟାଲେଞ୍ଜ ଦେଉଛି ଯେ ସେ ଥରେ କହିଦିଅନ୍ତୁ କି ସେ ଖଲିସ୍ତାନୀ ନୁହେଁ । ହେଲେ ସେ ଏମିତି କରୁନାହାଁନ୍ତି । ସେ ଯୁବପିଢିକୁ ବିଭ୍ରାନ୍ତ କରୁଛନ୍ତି । ସେମାନଙ୍କୁ ଖଲିସ୍ତାନ ବିଷୟରେ ଏକ ସ୍ବପ୍ନ ଦେଖାଉଛନ୍ତି ।’

ଦିଲଜିତଙ୍କ ବ୍ୟତୀତ ଟ୍ରୋଲ ହେବା କଥାରେ କଙ୍ଗନା କହିଛନ୍ତି, ‘ମୁଁ ଟ୍ରୋଲ ହେବା ପରେ ମଧ୍ୟ ସାହସ ହରାଇ ନାହିଁ। ମୁଁ ନିଜ ପାଇଁ କିଛି କରିବାକୁ ଚେଷ୍ଟା କରି ନାହିଁ । ମୁଁ ଯାହା କରୁଛି, ତାହା ମୋ ଦେଶ ପାଇଁ । ମୁଁ ଯାହା କହୁଛି, ଏହା ମଧ୍ୟ ଏହି ଦେଶ ପାଇଁ । ଏହି ଦେଶରୁ ମୋତେ ବହୁତ ଉତ୍ସାହିତ ଏବଂ ସମ୍ମାନ ମିଳୁଛି ଏବଂ ଏହା ମୋତେ ଉତ୍ସାହିତ କରିଥାଏ।’

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.