ETV Bharat / sitara

କୋରୋନାରେ ଆକ୍ରାନ୍ତ ହେଲେ ବି-ଟାଉନ କୁଇନ - ବି-ଟାଉ କଣ୍ଟ୍ରୋଭର୍ସି କୁଇନ କଙ୍ଗନା ରଣାୱତଙ୍କୁ କୋରୋନା

କଙ୍ଗନା ରଣାୱତଙ୍କ କୋରୋନା ରିପୋର୍ଟ ପଜିଟିଭ ଆସିଛି । ନିଜକୁ ବର୍ତ୍ତମାନ ହୋମ କ୍ବାରେଣ୍ଟାଇନ କରିଛନ୍ତି ସେ । ଏହାସହ ଭୟଭୀତ ନହେବାକୁ ଫ୍ୟାନ୍ସଙ୍କୁ କଲେ ଅନୁରୋଧ। ଅଧିକ ପଢନ୍ତୁ...

କୋରୋନା ଆକ୍ରାନ୍ତ ବି-ଟାଉନ କୁଇନ
କୋରୋନା ଆକ୍ରାନ୍ତ ବି-ଟାଉନ କୁଇନ
author img

By

Published : May 8, 2021, 11:03 AM IST

ମୁମ୍ବାଇ: ବଢିଚାଲିଛି କୋରୋନା ସଂକ୍ରମିତଙ୍କ ସଂଖ୍ୟା । କମିବାର ନାଁ ନେଉନାହିଁ ଏହି ମହାମାରୀ । ଅନେକ ସେଲିବ୍ରିଟିଙ୍କ ସଂକ୍ରମିତ ହେବା ପରେ ଏବେ ସଂକ୍ରମିତ ହୋଇଛନ୍ତି ବି-ଟାଉ କଣ୍ଟ୍ରୋଭର୍ସି କୁଇନ କଙ୍ଗନା ରଣାୱତ ।

ଶନିବାର ଇନଷ୍ଟାଗ୍ରାମରେ ଏହାର ସୂଚନା ଦେଇ କଙ୍ଗନା ଲେଖିଛନ୍ତି, ‘ଗତ କିଛି ଦିନ ଧରି ମୋ ଆଖିରେ ସାମାନ୍ୟ ଜ୍ବଳନ ଅନୁଭବ କରିବା ସହିତ ମୁଁ କ୍ଳାନ୍ତ ଏବଂ ଦୁର୍ବଳ ଅନୁଭବ କରୁଥିଲି, ହିମାଚଳ ଯିବାର ଥିଲା ଯାହା ପାଇଁ ମତେ କୋରୋନା ଟେଷ୍ଟ କରାଇବାକୁ ପଡିଲା । ହେଲେ ବର୍ତ୍ତମାନ ମୋ ରିପୋର୍ଟ ପଜିଟିଭ ବାହାରିଛି ।’

ସେହିପରି ସେ ଆହୁରି କହିଛନ୍ତି, ‘ବର୍ତ୍ତମାନ ମୁଁ ହୋମ କ୍ବାରେଣ୍ଟାଇନରେ ଅଛି। ମୋର କୌଣସି ଧାରଣା ନଥିଲା ଯେ ଏହି ଭୂତାଣୁ ମୋ ଶରୀରରେ ଅଛି ବୋଲି । ବର୍ତ୍ତମାନ ମୁଁ ଜାଣେ ମୁଁ ଏହାକୁ ହରାଇପାରିବି । ଯଦି ତୁମେ ଭୟଭୀତ ହେବ ତେବେ ଏହା ଆପଣଙ୍କୁ ଅଧିକ ଭୟଭୀତ କରିବ, ଆସନ୍ତୁ ଏହି ମହାମାରୀକୁ ନଷ୍ଟ କରିବା । ଏହା ଏକ ଛୋଟ ଜିନିଷ ଜ୍ବର ବ୍ୟତୀତ ଆଉ କିଛି ନୁହେଁ । ଯାହାକୁ ଆମେ ସହଜରେ ହରାଇପାରିବା । ହର ହର ମହାଦେବ ।’

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.