ETV Bharat / sitara

ସନ୍ଦୀପଙ୍କ ଫେସବୁକ ପୋଷ୍ଟ ଡିଲିଟ୍‌ ପରେ ବଢିଲା ସସପେନ୍ସ - ଡିଲିଟ ହେଲା ସନ୍ଦୀପ ନାହାରଙ୍କ ପୋଷ୍ଟ

ଅଭିନେତା ସନ୍ଦୀପଙ୍କ ମୃତ୍ୟୁ ବର୍ତ୍ତମାନ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଥିବା ବେଳେ ତାଙ୍କ ଫେସବୁକ୍ ପୋଷ୍ଟ ଡିଲିଟ ହେବାକୁ ନେଇ ବର୍ତ୍ତମାନ ବଢିଲା ସନ୍ଦେହ । ଅଧିକ ପଢନ୍ତୁ...

ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ସନ୍ଦୀପ ନାହାର
ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ସନ୍ଦୀପ ନାହାର
author img

By

Published : Feb 17, 2021, 7:44 AM IST

ମୁମ୍ବାଇ:ସୋମବାର ଆତ୍ମହତ୍ୟା କରି ସମସ୍ତଙ୍କୁ ଚକିତ କରିଥିଲେ ଅଭିନେତା ସନ୍ଦୀପ ନାହାର । ସେ ମୃତ୍ୟୁ ପୂର୍ବରୁ ସୋସିଆଲ ମିଡିଆରେ ଏକ ଭିଡିଓ ଆଉ ଏକ ନୋଟ ସେୟାର କରି ନିଜ ସମସ୍ୟା ବିଷୟରେ ଜଣାଇବା ସହ ଆତ୍ମହତ୍ୟା ପାଇଁ କାହାରିକୁ ଦାୟୀ କରିନଥିଲେ । ଇତିମଧ୍ୟରେ ତାଙ୍କ ଆତ୍ମହତ୍ୟାକୁ ନେଇ ଆଉ ଏକ ଖବର ସାମ୍ନାକୁ ଆସିଛି । ଶୁଣିବାକୁ ମିଳୁଛି ଯେ ତାଙ୍କ ଆତ୍ମହତ୍ୟାର ମାତ୍ର 24 ଘଣ୍ଟା ମଧ୍ୟରେ ସେ କରିଥିବା ପୋଷ୍ଟ ବର୍ତ୍ତମାନ ଡିଲିଟ କରିଦିଆଯାଇଛି । ଯାହାକୁ ନେଇ ସମସ୍ତେ ଆଶ୍ଚର୍ଯ୍ୟ ।

ଭିଡିଓ ଆସିବାର କିଛି ସମୟ ପରେ ଅଭିନେତାଙ୍କ ମୃତ୍ୟୁ ଖବର ସାମ୍ନାକୁ ଆସିଥିଲା । ଭିଡିଓରେ ସେ ନିଜ ବୈବାହିକ ଜୀବନରେ ଖୁସି ନଥିଲେ ବୋଲି ଜଣାଇଥିଲେ । ସେପଟେ ଭିଡିଓ ଡିଲିଟ ହେବା ଉପରେ ପ୍ରତିକ୍ରିୟା ଦେଇ ତାଙ୍କ ଆତ୍ମହତ୍ୟାରେ ତଦନ୍ତ କରୁଥିବା ଡିସିପି ବିଶାଲ ଠାକୁର ପ୍ରତିକ୍ରିୟା ରଖିଛନ୍ତି । ପୋଲିସ ପକ୍ଷରୁ ଭିଡିଓ ହଟା ଯିବାର ଦାବି କରାଯାଇନଥିଲା କିମ୍ବା ପୋଲିସ କୌଣସି ପୋଷ୍ଟ ଡିଲିଟ ମଧ୍ୟ କରିନି । ହୋଇପାରେ ଫେସବୁକ୍ ନିଜ ପଲିସି ଅନୁଯାୟୀ ପୋଷ୍ଟକୁ ଡିଲିଟ କରିଥିବ । ଆପତ୍ତିଜନକ ବିଷୟବସ୍ତୁର ଅଭିଯୋଗ ଉପରେ, ଫେସବୁକ ଏପରି ଜିନିଷକୁ ଡିଲିଟ କରିଦିଏ । କିଏ ଏହି ପୋଷ୍ଟକୁ ଡିଲିଟ କରିଛି ତାହା ଜାଣିବାକୁ ଚେଷ୍ଟା କରୁଛି।

ପ୍ରକାଶ ଥାଉକି ଏହା ମଧ୍ୟ କଳ୍ପନାଜଳ୍ପନା କରାଯାଉଛି ଯେ ଅଭିନେତାଙ୍କ ପତ୍ନୀ କଞ୍ଚନ ଶର୍ମା ହୁଏତଃ ଏହି ପୋଷ୍ଟକୁ ଡିଲିଟ କରିଥିଲେ। ଏହାସହ ସନ୍ଦୀପଙ୍କ ଫେସବୁକରୁ ଗତ 14 ମାସର ଡାଟା ମଧ୍ୟ ଗାଏବ ହୋଇଯାଇଛି । ଯାହାର ତଦନ୍ତ ଆରମ୍ଭ କରିଦେଇଛି ପୋଲିସ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.