ETV Bharat / sitara

ବିବାଦୀୟ ମନ୍ତବ୍ୟ: ସୈଫ-ଓମ୍‌ଙ୍କ ବିରୋଧରେ ମାମଲା ରୁଜୁ - ନିର୍ଦ୍ଦେଶକ ଓମ୍ ରାଉତଙ୍କ ଅପଡେଟ ନ୍ୟୁଜ

ନିକଟରେ ବିବାଦୀୟ ମନ୍ତବ୍ୟ ଦେଇ ସମାଲୋଚନାର ଶିକାର ହୋଇଥିଲେ ସୈଫ । ଏବେ ଏହି ମାମଲାରେ ତାଙ୍କ ସହ ନିର୍ଦ୍ଦେଶକ ଓମ୍‌ଙ୍କ ବିରୋଧରେ ମାମଲା ରୁଜୁ ହୋଇଛି । ଅଧିକ ପଢନ୍ତୁ...

ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ଫ୍ୟାନକ୍ଲବ
ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ଫ୍ୟାନକ୍ଲବ
author img

By

Published : Dec 16, 2020, 1:14 PM IST

ମୁମ୍ବାଇ: ନିର୍ଦ୍ଦେଶକ ଓମ୍ ରାଉତଙ୍କ ଆଗାମୀ ଫିଲ୍ମ ଆଦିପୁରୁଷରେ ବି-ଟାଉନର ଛୋଟେ ନୱାବ ସୈଫ ଅଲ୍ଲୀ ଖାନଙ୍କ ଖଳନାୟକ ଭୂମିକା ଦେଖିବାକୁ ମିଳିବ । ଯାହାକୁ ନେଇ କିଛି ଦିନରୁ ଚର୍ଚ୍ଚା । ଫିଲ୍ମରେ ବାହୁବଳୀ ଫେମ ପ୍ରଭାସ ରାମ ଅବତାରରେ ଅଭିନୟ କରୁଥିବା ବେଳେ ସୁନ୍ଦରୀ ଅଭିନେତ୍ରୀ କିର୍ତ୍ତି ସାନନ ସୀତା ଭୂମିକାରେ ଦେଖାଯିବେ । ସେହିପରି ସୈଫଙ୍କୁ ଲଙ୍କେଶ ଭାବରେ ଦେଖି ନଜର ଆସିବେ । ତାଙ୍କ ଏହି ଭୂମିକାକୁ ନେଇ ଏକ୍ସାଇଟେଡ ଫ୍ୟାନ୍ସ । ହେଲେ ଫିଲ୍ମରେ ନଜର ଆସିବା ପୂର୍ବରୁ ନିଜ ଚରିତ୍ରକୁ ନେଇ ବିବାଦୀୟ ମନ୍ତବ୍ୟ ଦେଇ ଫସି ସାରିଛନ୍ତି ସୈଫ । ଏଥିପାଇଁ ସେ ଆଇନଗତ ଅସୁବିଧାରେ ମଧ୍ୟ ପଡିଥିଲେ । ଏହି ମାମଲାକୁ ନେଇ ନୂଆ ଖବର ବର୍ତ୍ତମାନ ଶୁଣିବାକୁ ମିଳୁଛି ।

କଥାଟି ହେଲା ଯେ ସୈଫ ଏବଂ ନିର୍ଦ୍ଦେଶକ ଓମ ରାଉତଙ୍କ ବିରୋଧରେ ଏକ ମାମଲା ଦାୟର କରାଯାଇଛି । ଜଣେ ଓକିଲ ଉତ୍ତରପ୍ରଦେଶର ଜୌନପୁର ଜିଲ୍ଲାର ଅତିରିକ୍ତ ମୁଖ୍ୟ ବିଚାର ବିଭାଗୀୟ ମାଜିଷ୍ଟ୍ରେଟ (ଏସିଜେଏମ)ଙ୍କ କୋର୍ଟରେ ଆବେଦନ କରିଛନ୍ତି । ଆବେଦନ ଅନୁଯାୟୀ, ସନାତନ ଧର୍ମରେ ଅଭିଯୋଗକାରୀଙ୍କ ଗଭୀର ବିଶ୍ବାସ ରହିଛି । ଏହାସହ ଏଥିରେ ଦର୍ଶାଯାଇଛି ଯେ ସୈଫଙ୍କ ବିବୃତ୍ତିରେ ସନାତନ ଧର୍ମରେ ବିଶ୍ବାସର ଏକ ନକାରାତ୍ମକ ଚିତ୍ର ଦର୍ଶାଯାଇଛି ଏବଂ ଯାହା ଧାର୍ମିକ ଭାବନାକୁ ଆଘାତ ଦେଇଛି ।

ପ୍ରକାଶ ଥାଉକି ଆସନ୍ତା 23ରେ ଏହି ମାମଲାର ଶୁଣାଣି ହେବ । ସେପଟେ ସୈଫ ତାଙ୍କ ବିବୃତ୍ତି ପାଇଁ କ୍ଷମା ମାଗି ସାରିଛନ୍ତି । କ୍ଷମା ମାଗି କହିଥିଲେ, ‘ମୋତେ ଅବଗତ କରାଯାଇଛି ଯେ ଏକ ସାକ୍ଷାତକାର ସମୟରେ ମୋର ଗୋଟିଏ ବିବୃତ୍ତି ବିବାଦ ସୃଷ୍ଟି କରିଛି ଏବଂ ଲୋକଙ୍କ ଭାବନାକୁ ଆଘାତ ଦେଇଛି । ଏମିତି କରିବାରେ ମୋର କୌଣସି ଉଦ୍ଦେଶ୍ୟ ନଥିଲା । ମୁଁ ସମସ୍ତଙ୍କୁ ଆନ୍ତରିକତାର ସହ କ୍ଷମା ମାଗିବାକୁ ଏବଂ ମୋର ବିବୃତ୍ତି ପ୍ରତ୍ୟାହାର କରିବାକୁ ଚାହୁଁଛି । ପ୍ରଭୁ ରାମ ସବୁବେଳେ ମୋ ପାଇଁ ଧାର୍ମିକତା ଏବଂ ବୀରତ୍ବର ପ୍ରତୀକ ।’

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.