ମୁମ୍ବାଇ: ବଲିଉଡର ବରିଷ୍ଠ ଅଭିନେତା ଦିଲୀପ କୁମାରଙ୍କୁ ନେଇ ସାମ୍ନାକୁ ଆସିଛି ବଡ ଖବର । ପୁଣି ବିଗିଡିଛି ଦିଲୀପ କୁମାରଙ୍କ ସ୍ବାସ୍ଥ୍ୟ । ମୁମ୍ବାଇ ହିନ୍ଦୁଜା ହସ୍ପିଟାଲର ଆଇସିୟୁରେ ଭର୍ତ୍ତି ହୋଇଛନ୍ତି ଦିଲୀପ ।
ଅଭିନେତା ଦିଲୀପ କୁମାର ଶ୍ବାସକ୍ରିୟାରେ ଯନ୍ତ୍ରଣା ଅନୁଭବ କରିବାରୁ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରିବାକୁ ପଡିଛି । 98 ବର୍ଷୀୟ ଅଭିନେତାଙ୍କ ସ୍ବାସ୍ଥ୍ୟାବସ୍ଥା ଏବେ ସ୍ଥିର ରହିଛି । ନିକଟରେ ବୟସାଧିକ ସ୍ବାସ୍ଥ୍ୟଗତ ସମସ୍ୟା ଯୋଗୁଁ ଦିଲୀପଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା ।
ଦିଲୀପ କୁମାରଙ୍କ ଶ୍ବାସକ୍ରିୟାରେ ଯନ୍ତ୍ରଣା କାରଣରୁ 6 ଜୁନରେ ମଧ୍ୟ ଏହି ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ଏହି ସମୟରେ ତାଙ୍କ ଫୁସଫୁସରେ ବ୍ଲକେଜ ହୋଇଯାଇଥିଲା । ଚିକିତ୍ସା ପରେ ଠିକ ହୋଇଯାଇଥିଲେ ଦିଲୀପ ।
ଗତ ବର୍ଷ ଦିଲୀପ କୁମାର ତାଙ୍କର ଦୁଇ ସାନଭାଇ ଅସଲମ ଖାନ ଏବଂ ଏହସାନ ଖାନଙ୍କୁ ମହାମାରୀ କୋରୋନା କାରଣରୁ ହରାଇଥିଲେ ।