ଜୟପୁର: ବର୍ତ୍ତମାନ ଖିଲାଡି ଅକ୍ଷୟ କୁମାର ଓ କିର୍ତ୍ତୀ ସାନନ, ଅର୍ଶଦ ୱାର୍ସି ନିଜର ଆଗାମୀ ଫିଲ୍ମ ‘ବଚ୍ଚନ ପାଣ୍ଡେ’ର ସୁଟିଂ ସ୍ବର୍ଣ୍ଣନଗରୀ ଜୈସଲମେରରେ କରୁଛନ୍ତି । ସୁଟିଂ ସେଟରୁ ଭାଇରାଲ ହେଉଥିବା ଫଟୋ, ଭିଡିଓରେ ଦେଖିବାକୁ ମିଳୁଛି ଏହି ସମସ୍ତଙ୍କ ମଜାମସ୍ତି ।
ନିକଟରେ ଅଭିନେତା ସଞ୍ଜୟ ମିଶ୍ରାଙ୍କ ପରେ ଅକ୍ଷୟ ସ୍ବର୍ଣ୍ଣନଗରୀ ଜୈସଲମେରରେ ଫେବୃୟାରୀ 24 ରୁ 27 ତାରିଖ ପର୍ଯ୍ୟନ୍ତ ଆୟୋଜିତ ହେବାକୁ ଯାଉଥିବା ବିଶ୍ବ ପ୍ରସିଦ୍ଧ ମରୁ ମହୋତ୍ସବରେ ଯୋଗଦେବାକୁ ଦେଶବାସୀଙ୍କୁ ଆମନ୍ତ୍ରଣ କରିଛନ୍ତି ।
ଅକ୍ଷୟ ସୋସିଆଲ ମିଡିଆରେ ଭିଡିଓ ସେୟାର କରି ଦେଶବାସୀ ଆମନ୍ତ୍ରଣ କରିଛନ୍ତି। ଭିଡିଓରେ ଅକ୍ଷୟ ଜୈସଲମେରର ଐତିହାସିକ ସ୍ଥାନ ତଥା ସଂସ୍କୃତିର ପ୍ରଶଂସା କରିଛନ୍ତି ।
ଏଭଳି ପରିସ୍ଥିତିରେ ଅକ୍ଷୟ ଦେଶବାସୀଙ୍କୁ କହିଛନ୍ତି ଯେ ନିଶ୍ଚିତ ଭାବରେ ଏହି ଉତ୍ସବରେ ଭାଗ ନେବାକୁ ଆସିବେ।