ETV Bharat / sitara

ବଲିଉଡ ଡ୍ରଗ୍ସ ମାମଲା, ଏନସିବି ହାତରେ ଆଉ ଜଣେ ଅଭିଯୁକ୍ତ

author img

By

Published : Oct 24, 2020, 8:37 PM IST

ସୁଶାନ୍ତଙ୍କ ମୃତ୍ୟୁ ମାମଲାରେ ସମ୍ପୃକ୍ତ ଥିବା ଡ୍ରଗ୍ସ କେସରେ ଧିରେ ଧିରେ କରି ଧରାପଡିବାରେ ଲାଗିଛନ୍ତି ଅଭିଯୁକ୍ତ । ଅଧିକ ପଢନ୍ତୁ...

ଫଟୋ ସୌଜନ୍ୟ: ଇଟିଭି ଭାରତ, ବ୍ୟୁରୋ
ଫଟୋ ସୌଜନ୍ୟ: ଇଟିଭି ଭାରତ, ବ୍ୟୁରୋ

ମୁମ୍ବାଇ: ସୁଶାନ୍ତ ସିଂ ରାଜପୁତଙ୍କ ମୃ୍ତ୍ୟୁ ସହ ସମ୍ପୃକ୍ତ ଥିବା ଡ୍ରଗ୍ସ କାରବାରର ଯାଞ୍ଚ ଏଯାବତ କରୁଛି ଏନସିବି । ଅନେକ କଳାକାରଙ୍କ ନାମ ଏହି ମାମଲାରେ ସାମ୍ନାକୁ ଆସିବା ସହ କିଛି ଡ୍ରଗ ଡିଲରଙ୍କୁ ଗିରଫ ମଧ୍ୟ କରାଯାଇଛି । ଆଉ ଏବେ ଏନସିବି କୋକେନ୍ ଯୋଗାଣ ନେଟୱାର୍କର ପର୍ଦାଫାଶ କରିଛି । ଏହି ମାମଲାରେ ଏକ କୋକେନ୍ ଯୋଗାଣକାରୀ ମଧ୍ୟ ଏନସିବି ହାତରେ ଧରାପଡିଛି । ଡ୍ରଗ୍ସ କାରବାରର ଏହି ସର୍ଚ୍ଚ ଅପରେସନ୍ ଶୁକ୍ରବାରରେ ଆରମ୍ଭ କରିଥିଲା ଏନସିବି । ଏହି ସର୍ଚ୍ଚ ଅପରେସନ୍ ଆହୁରି କିଛି ଦିନ ଜାରି ରହିବ।

ଧରା ପଡିଥିବା ଅଭିଯୁକ୍ତକୁ ଡ୍ରଗ୍ସ ସମ୍ପର୍କରେ ପଚରାଉଚରା କରୁଛି ଏନସିବି । ହୁଏତଃ ଅଭିଯୁକ୍ତକୁ ମୁମ୍ବାଇ ହେପାଜତରେ ନିଆଯିବ ।

ପ୍ରକାଶ ଥାଉକି ନିକଟରେ ଅର୍ଜୁନ ରାମପାଲଙ୍କ ଗାର୍ଲଫ୍ରେଣ୍ଡ ଗାର୍ବିଏଲା ଡେମେଟ୍ରିଏଡ୍ସଙ୍କ ଭାଇ ଅଗିସିଲାଓସ ଏବଂ ନିର୍ଦ୍ଦେଶକ ସାହିଲ କୋହଲିଙ୍କୁ ପଚରାଉଚରାବେଳେ ଜଣେ ଅଭିନେତାଙ୍କ ନାମ ସାମ୍ନାକୁ ଆସିଥିଲା । ହେଲେ ଏପର୍ଯ୍ୟନ୍ତ ଏନସିବି ଅଭିନେତାଙ୍କ ପରିଚୟ ପ୍ରକାଶ କରି ନାହିଁ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.