ETV Bharat / sitara

‘ଆତ୍ମହତ୍ୟା ଦିନ ଦୁବାଇ ଡ୍ରଗ ଡିଲରକୁ ଭେଟିଥିଲେ ସୁଶାନ୍ତ’

author img

By

Published : Aug 24, 2020, 5:48 PM IST

ସୋମବାର ଏକ ଟ୍ବିଟ କରି ସୁଶାନ୍ତଙ୍କ ମାମଲାରେ ଆଶ୍ଚର୍ଯ୍ୟକର ଖୁଲାସା କରିଛନ୍ତି ବିଜେପି ନେତା ସୁବ୍ରମଣ୍ୟମ । ଉଠାଇଲେ ଦୁବାଇ ଡ୍ରଗ ଡିଲର ଉପରେ ପ୍ରଶ୍ନ ।

ଡିଜାଇନ ଫଟୋ
ଡିଜାଇନ ଫଟୋ

ମୁମ୍ବାଇ: ସୁଶାନ୍ତ ସିଂ ରାଜପୁତଙ୍କ ଆତ୍ମହତ୍ୟା ମାମଲା ଦେଶର ବଡ ପ୍ରସଙ୍ଗ ସାଜିଛି । ବର୍ତ୍ତମାନ ସିବିଆଇ ଏହି କେସରେ ଯାଞ୍ଚ କରୁଛି । ହେଲେ ସୁଶାନ୍ତଙ୍କୁ ନେଇ ପ୍ରାୟତଃ କିଛି ନା କିଛି ଖବର ଶୁଣିବାକୁ ମିଳୁଛି । ତାଙ୍କ ମୃତ୍ୟୁ ପରଠୁ କ୍ରମାଗତ ଭାବେ ସୋସିଆଲ ମିଡିଆରେ ପ୍ରତିକ୍ରିୟା ଦେଇଆସୁଥିବା ବିଜେପି ସାଂସଦ ସୁବ୍ରମଣ୍ୟମ ସ୍ବାମୀ ପୁଣି ବୟାନ ଦେଇ ଚର୍ଚ୍ଚାରେ । ଏଥରେ ସେ ଦୁବାଇର ଜଣେ ଡ୍ରଗ ଡିଲର ସୁଶାନ୍ତଙ୍କ ମୃତ୍ୟୁ ପୂର୍ବରୁ ସାକ୍ଷାତ କରିଥିଲେ ବୋଲି ଖୁଲାସା କରିଛନ୍ତି ।

ଏହ ଅଭିଯୋଗ ସେ ସୋମବାର ଏକ ଟ୍ବିଟ କରି ଲଗାଇଛନ୍ତି । ସେ ପୋଷ୍ଟରେ ଲେଖିଛନ୍ତି, ‘ଯେମିତି ସୁନନ୍ଦା ପୁଷ୍କର ମାମଲାରେ ଏମ୍ସ ଡାକ୍ତରଙ୍କ ଦ୍ବାରା ପୋଷ୍ଟମାର୍ଟମ ସମୟରେ ତାଙ୍କ ପେଟରେ ଯେଉଁ ବିଷ ଥିବା କଥା ଜଣାପଡିଥିଲା। ହେଲେ ଶ୍ରୀଦେବୀ କିମ୍ବା ସୁଶାନ୍ତଙ୍କ କେସରେ ଏମିତି କରାଯାଇନାହିଁ । ଦୁବାଇର ଜଣେ ଡ୍ରଗ ଡିଲର ଆୟୁଷ ଖାନ ସୁଶାନ୍ତଙ୍କୁ ହତ୍ୟା ଦିନ ସାକ୍ଷାତ କରିଥିଲେ । କାହିଁକି?’

  • Like in Sunanda Pushkar case the real give away was what was found in her stomach during post mortem by AIIMS doctors. This was not done for Sridevi or Sushant. In Sushant case a Dubai compliant drug dealer Ayash Khan had met Sushant on the day of Sushant’s murder. Why?

    — Subramanian Swamy (@Swamy39) August 24, 2020 " class="align-text-top noRightClick twitterSection" data=" ">

ଖାଲି ଏତିକି ନୁହେଁ ସେ ଗତ ଗୁରୁବାର ଏହି ବିଷୟରେ ହିଣ୍ଟ ଦେବାକୁ ଯାଇ ଏକ ଟ୍ବିଟ କରିଥିଲେ । ଯେଉଁଥିରେ ସେ କହିଥିଲେ, ‘ଇସ୍ରାଏଲ ଓ ୟୁଏଇ କୂଟନୈତିକ ସମ୍ପର୍କ, ଦୁବାଇ ଦାଦାଙ୍କ ପାଇଁ ଭାରତ ସମସ୍ୟାରେ ଅଛି । ସିବିଆଇକୁ ସିନ ବେଥ ଓ ମୋସାଦର ସାହାଯ୍ୟ ନେବା କଥା ସୁଶାନ୍ତ, ଶ୍ରୀଦେବୀ ଓ ସୁନନ୍ଦାଙ୍କ ହତ୍ୟା ମାମଲାରେ ।’

ପ୍ରକାଶ ଥାଉକି ଏପରି ଅଭିଯୋଗ ସ୍ବାମୀ ପ୍ରଥମଥର ଆଣିନାହାଁନ୍ତି । ସେ ସୁଶାନ୍ତଙ୍କ ମାମଲାରେ ଲଗାତାର କହୁଥିବାର ଦେଖାଯାଉଛନ୍ତି । ମୁମ୍ବାଇ ପୋଲିସର ଯାଞ୍ଚ ଉପରେ ମଧ୍ୟ ସେ ପ୍ରଶ୍ନ ଉଠାଇବା ସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ସୁଶାନ୍ତଙ୍କ କେସରେ ସିବିଆଇ ଯାଞ୍ଚ ପାଇଁ ଅପିଲ କରିଥିଲେ ।

ଇଟିଭି ଭାରତ ବ୍ୟୁରୋ, ରିପୋର୍ଟ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.