ETV Bharat / sitara

ବର୍ଥଡେରେ ରଣବୀରଙ୍କ ସହ ସପିଂ କଲେ ଦୀପିକା

author img

By

Published : Jan 5, 2021, 5:28 PM IST

ଆଜି (ମଙ୍ଗଳବାର) ଦୀପିକା ତାଙ୍କ ଜନ୍ମଦିନ ଅବସରରେ ରେ ମୁମ୍ବାଇରେ ରଣବୀରଙ୍କ ସହ ବୁଲୁଥିବାର ନଜର ଆସିଛନ୍ତି । ଏହି ଦମ୍ପତି ସହରର ବାନ୍ଦ୍ରା ଅଞ୍ଚଳରେ ସପିଂ କରୁଥିବାର ନଜର ଆସିଥିଲେ । ଅଧିକ ପଢନ୍ତୁ...

birthday-girl-deepika-padukone-spotted-with-ranveer-singh-in-bandra
ବର୍ଥଡେ ରେ ରଣବୀରଙ୍କ ସହ ସପିଂ କଲେ ଦୀପିକା, ଭାଇରାଲ ପଟୋ

ନୂଆଦିଲ୍ଲୀ: ଆଜି 35 ବର୍ଷରେ ପାଦ ଥାପିଛନ୍ତି ସୁନ୍ଦରୀ ଅଭିନେତ୍ରୀ ଦୀପିକା ପାଦୁକୋନ । 1985 ଜାନୁଆରୀରେ ଜନ୍ମିତ ହୋଇଥିବା ଦୀପିକା ଆଜି ବଲିଉଡର ସୁପରଷ୍ଟାରଙ୍କ ମଧ୍ୟରେ ଅନ୍ୟତମ । ନିଜ ସୌନ୍ଦର୍ଯ୍ୟରେ ସମସ୍ତଙ୍କୁ କରିଛନ୍ତି ଦିୱାନା ।

ଆଜି (ମଙ୍ଗଳବାର) ଦୀପିକା ତାଙ୍କ ଜନ୍ମଦିନ ଅବସରରେ ରେ ମୁମ୍ବାଇରେ ରଣବୀରଙ୍କ ସହ ବୁଲୁଥିବାର ନଜର ଆସିଛନ୍ତି । ଏହି ଦମ୍ପତି ସହରର ବାନ୍ଦ୍ରା ଅଞ୍ଚଳରେ ସପିଂ କରୁଥିବାର ନଜର ଆସିଥିଲେ । ଏବେ ଭଉୟଙ୍କ ଫଟୋ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହେବାରେ ଲାଗିଛି ।

ଫଟୋରେ ଦୀପିକାଙ୍କ ପଛରେ ରଣବୀର ତାଙ୍କ ହାତରେ ଏକ ଫୁଲ୍ ବ୍ୟାଗ ଧରି ଚାଲୁଥିବାର ଦେଖିବାକୁ ମିଳିଥିଲା । ବୋଧହୁଏ ଏହି ଦମ୍ପତି ଜନ୍ମଦିନକୁ ସ୍ପେଶାଲ କରିବା ପାଇଁ ସପିଂ କରିବାକୁ ଯାଇଥିଲେ ।କିଛି ଦିନ ପୂର୍ବରୁ ଦୀପିକା ଏବଂ ରଣବୀର ନୂଆ ବର୍ଷ ସେଲିବ୍ରେଟ କରି ପାଇଁ ରଣଥାମ୍ବୋରକୁ ଯାଇଥିଲେ । ଏହି ଟ୍ରିପ୍ ର ଅନେକ ଫଟୋ ଏବଂ ଭିଡିଓ ସୋସିଆଲ ମିଡିଆରେ ଏବେ ବି ଚର୍ଚ୍ଚାରେ ଅଛି ।

ବର୍ତ୍ତମାନ ଦୀପିକା କିପରି ଭାବରେ ନିଜର ଜନ୍ମଦିନ ପାଳନ କରିବାକୁ ଯାଉଛନ୍ତି ସେ ବିଷୟରେ କୌଣସି ସୂଚନା ମିଳିନାହିଁ । କିନ୍ତୁ ଲାଗୁଛି ଯେ ଏହି ଦମ୍ପତି କୋରୋନାକୁ ଧ୍ୟାନରେ ରଖି ପରସ୍ପର ସହିତ ଏହି ବିଶେଷ ଦିନ ସେଲିବ୍ରେଟ କରିବାକୁ ଯୋଜନା କରିଛନ୍ତି ।

ପ୍ରକାଶ ଥାଉ ଯେ, ଏବେ ଦୀପିକା ଶକୁନ୍ ବତ୍ରାଙ୍କ ଫିଲ୍ମ ସୁଟିଂରେ ବ୍ୟସ୍ତ ଅଛନ୍ତି । ଏହା ବ୍ୟତୀତ ଦୀପିକା ଏବଂ ରଣଭୀରଙ୍କ ସହ ଫିଲ୍ମ '83' ରିଲିଜକୁ ଅପେକ୍ଷା କରିଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.