ETV Bharat / sitara

ବଲିଉଡରେ ବିପାଶାଙ୍କ 18 ବର୍ଷ, ବଖାଣିଲେ ମନ କଥା - ଡେବ୍ୟୁ ଫିଲ୍ମ ଅଜନବି

ଦୀର୍ଘ ସମୟରୁ ଫିଲ୍ମଠାରୁ ଦୂରେଇ ରହିଥିବା ଅଭିନେତ୍ରୀ ବିପାଶା ବାସୁ ସୋସିଆଲ ମିଡିଆରେ ସମସ୍ତଙ୍କୁ ଧନ୍ୟବାଦ ଜଣାଇଲେ । ବଲିଉଡରେ 18 ବର୍ଷ ପୂରଣ ଅବସରରେ ସେୟାର କଲେ ହୃଦୟ କଥା ।

ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ବିପାଶା ବାସୁ
author img

By

Published : Sep 23, 2019, 6:30 PM IST

ମୁମ୍ବାଇ: ସେକ୍ସୀ ଅଭିନେତ୍ରୀ ବିପାଶା ବାସୁ ହିନ୍ଦୀ ଫିଲ୍ମ ଜଗତରେ 18 ବର୍ଷ ପୂରଣ କରିନେଇଛନ୍ତି । 18 ବର୍ଷ ପୂରଣ କରିବା ଅବସରରେ ସେ ନିଜ ଉପରେ ଗର୍ବିତ ଅନୁଭବ କରୁଛନ୍ତି । କାରଣ ସେ ସବୁବେଳେ ବାସ୍ତବ କଥା ସହ ଠିଆ ହୋଇ ନିଜ କାମ କଠିନ ପରିଶ୍ରମରେ କରିଥିଲେ । ତେଣୁ ସେ ଆଜି ବଲିଉଡରରେ ନିଜର ସ୍ବତନ୍ତ୍ର ସ୍ଥାନ ସ୍ଥାପନ କରିବାରେ ସଫଳ ହୋଇଛନ୍ତି ବୋଲି ସୋସିଆଲ ମିଡିଆରେ ସେୟାର କରିଛନ୍ତି ।

ଶନିବାର ନିଜ ଡେବ୍ୟୁ ଫିଲ୍ମ ଅଜନବିର ଏକ ପୋଷ୍ଟ ସୋସିଆଲ ମିଡିଆରେ ସେୟାର କରିଥିଲେ ବିପାଶା । ଏହି ପୋଷ୍ଟରରେ ତାଙ୍କ କୋ-ଷ୍ଟାର ଅକ୍ଷୟ କୁମାର, ବବି ଦେଓଲ ଓ କରୀନା କପୁର ଖାନ ମଧ୍ୟ ନଜର ଆସୁଛନ୍ତି ।

ଫଟୋ ସେୟାର କରି ବିପାଶା ଲେଖିଥିଲେ, ‘18ର ବର୍ଷ ପୂର୍ବେ ଫିଲ୍ମ ଅଜନବି ରିଲିଜ ହେବା ସହ ଫିଲ୍ମ ଇଣ୍ଡଷ୍ଟ୍ରି ମତେ ଶାନଦାର ରୂପେ ସ୍ବାଗତ କରିଥିଲା । ଆଉ ଦର୍ଶକଙ୍କ ଠାରୁ ଅଶେଷ ପ୍ରେମ ମଧ୍ୟ ମିଳିଥିଲା । ଫିଲ୍ମର ମାଧ୍ୟମରୁ ଜୀବନର ଏହି ଅଦ୍ଭୁତ ଯାତ୍ରା ପାଇଁ ମୁଁ ସମସ୍ତଙ୍କର ଋଣୀ । ମୋ ନିଜ ଉପରେ ଗର୍ବିତ । ନିଜ ଦମରେ ଆଜି ସବୁକିଛି ହାସିଲ କରିପାରିଛି ।’

‘ମୁଁ ମୋର ସବୁ ନିର୍ମାତା, ନିର୍ଦ୍ଦେଶକ, ସହ-କଳାକାରଙ୍କୁ ଏବଂ ସବୁ ଫିଲ୍ମର ଟିମକୁ ଧନ୍ୟବାଦ ଦେବାକୁ ଚାହୁଁଛି । ଧନ୍ୟବାଦ ସେହି ସମସ୍ତଙ୍କୁ ଯିଏ ମୋତେ ଏବଂ ମୋ କାମକୁ ଖୁବ୍ ସ୍ନେହ ଦେଇଥିଲେ । ମୋତେ ଅଭିନେତ୍ରୀ ହୋଇ ରହିବା ଖୁବ୍ ପସନ୍ଦ । ଧନ୍ୟବାଦ ଅବ୍ବାସ ଭାଇ, ମସ୍ତାନ ଭାଇ, ହୁସୈନ ଭାଇ, ବବି ଦେଓଲ, କରୀନା, ବିଜୟ ଗିଲାନୀ ଏବଂ ଅନ୍ୟ ମାନଙ୍କୁ ମଧ୍ୟ ଧନ୍ୟବାଦ’ ବୋଲି ପୋଷ୍ଟରେ ଲେଖିଥିଲେ ବିପାଶା ।

Intro:Body:

BLANK FOR LINK 

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.