ETV Bharat / sitara

ବଦଳିଛି ଦିନ, ବଦଳିନି ଉତ୍ସବ ମନାଇବାର ମନୋଭାବ: ବିଗ ବି

author img

By

Published : Oct 18, 2020, 5:49 PM IST

କୋରୋନା ମହାମାରୀ ବର୍ତ୍ତମାନ ମାନବ ସମାଜର ସାଧାରଣ ଚାଲି ଚଳନୀକୁ ଗଭୀର ଭାବରେ ପ୍ରଭାବିତ କରିଛି । ଏହା ବିଭିନ୍ନ ମହୋତ୍ସବକୁ ପାଳିବାର ଢଙ୍ଗକୁ ମଧ୍ୟ ବଦଳାଇ ଦେଇଛି । କିନ୍ତୁ ଲୋକମାନଙ୍କର ଉତ୍ସବଗୁଡିକୁ ପାଳନ କରିବାର ଉତ୍ସାହ କିମ୍ବା ଆଗ୍ରହକୁ ବଦଳାଇ ପାରିନାହିଁ ବୋଲି ବଲିଉଡ ମେଗାଷ୍ଟାର ବିଗ ବି ଅମିତାଭ ବଚ୍ଚନ ନିଜ ବ୍ଲଗ୍‌ରେ ଲେଖିଥିବା ଜଣାପଡିଛି । ଅଧିକ ପଢନ୍ତୁ...

କୋରୋନା ଉତ୍ସବଗୁଡିକୁ ପାଳିବାର ମନୋଭାବକୁ ବଦଳାଇ ନାହିଁ: ବିଗ ବି

ମୁମ୍ବାଇ: କୋରୋନା ମହାମାରୀ ବିଭିନ୍ନ ମହୋତ୍ସବକୁ ପାଳିବାର ଢଙ୍ଗକୁ ବଦଳାଇ ଦେଇଛି ସତ କିନ୍ତୁ ଲୋକମାନଙ୍କର ଉତ୍ସବଗୁଡିକୁ ପାଳନ କରିବାର ଉତ୍ସାହ କିମ୍ବା ଆଗ୍ରହକୁ ବଦଳାଇ ପାରିନାହିଁ ବୋଲି ବଲିଉଡ ମେଗାଷ୍ଟାର ବିଗ ବି ଅମିତାଭ ବଚ୍ଚନ ଅନୁଭବ କରି ନିଜ ବ୍ଲଗ୍‌ରେ ଲେଖିଥିବା ଜଣାପଡିଛି ।

ବିଗ୍ ବି ତାଙ୍କ ବ୍ଲଗରେ ଲେଖିଛନ୍ତି, "ଏବଂ ସେମାନେ କୁହନ୍ତି ଉତ୍ସବର ଋତୁ ଆରମ୍ଭ ହୋଇଛି । ପ୍ରଥମେ ନବରାତ୍ରୀ ତା' ପରେ ଦୁର୍ଗା ପୂଜା ଏବଂ ଖୁବ୍ ଶୀଘ୍ର ଉତ୍ସବ ଦିୱାଲୀ ଏବଂ ଦଶହରା ଆସୁଛି ଏବଂ ଉତ୍ସବର ଆଗମନରେ ଆମ ସମସ୍ତଙ୍କ ମଧ୍ୟରେ ଉତ୍କଣ୍ଠା ବଢି ଚାଲିଛି । କିନ୍ତୁ କୋରୋନା କାଳରେ ଉତ୍ସବଗୁଡିକୁ ପାଳିବାର ମନୋଭାବ, ପ୍ରାର୍ଥନା କିମ୍ବା ଏହାର କାରଣ କେବେ ପରିବର୍ତ୍ତନ ହୋଇନାହିଁ କିମ୍ବା ପଦ ମଧ୍ୟ ଛାଡିନାହିଁ । ମହାମାରୀର ଉପସ୍ଥିତିରେ ସ୍ଥିର ଏବଂ ଅପରିବର୍ତ୍ତିତ ରହିଛି । "

ସେ ଆହୁରି ଲେଖିଛନ୍ତି, "ଉତ୍ସବ ସମୟର ମୁହୂର୍ତ୍ତଗୁଡିକ ମନରେ ଆନନ୍ଦ ଆଣିଥାଏ । ପୂର୍ବରୁ ବନ୍ଧୁ ଏବଂ ସମ୍ପର୍କୀୟଙ୍କ ସହ ବିତାଇଥିବା ସମୟର ସ୍ମୃତିକୁ ତାଜା କରିଥାଏ । ଏହି ସମୟରେ ବାୟୁ ତାର ତାପମାତ୍ରାକୁ କମ୍‌ କରିବାକୁ ଆରମ୍ଭ କରିବା ବେଳେ ସୂର୍ଯ୍ୟ ଏହାର ଉଜ୍ଜ୍ବଳତାକୁ ଅଧିକ ବିସ୍ତୃତ ଭାବରେ ଦେଖାଇବାକୁ ଆରମ୍ଭ କରେ ।"

ତେବେ ଆଗକୁ ବିଗ ବିଙ୍କ ଚାରୋଟି ଚଳଚ୍ଚିତ୍ରରେ ନଜର ଆସିବେ । ତାଙ୍କୁ ନାଗରାଜ ମଞ୍ଜୁଲେଙ୍କ 'ଝୁଣ୍ଡ', ଇମ୍ରାନ ହାସମିଙ୍କ 'ଚେହରେ' ଏବଂ ଆୟାନ ମୁଖାର୍ଜୀଙ୍କ ଆକ୍ସନ୍ କଳ୍ପନା ନାଟକ 'ବ୍ରହ୍ମାସ୍ତ୍ର'ରେ ରଣବୀର କପୁର, ଆଲିଆ ଭଟ୍ଟ, ମୋନି ରୟ ଓ ତେଲୁଗୁ ସୁପରଷ୍ଟାର ନାଗାର୍ଜୁନଙ୍କ ସହିତ ବ୍ରହ୍ମାସ୍ତ୍ରରେ ନଜର ଆସିବେ । ଅନ୍ୟ ଏକ ଚଳଚ୍ଚିତ୍ରରେ ବିଗ୍ ବି ଦୀପିକା ପାଦୁକୋନ୍ ଏବଂ ତେଲୁଗୁ ସୁପରଷ୍ଟାର ପ୍ରଭାସଙ୍କ ସହ ବଡ ପରଦାରେ ବହୁଭାଷୀ ମେଗା ପ୍ରଡକ୍ସନରେ ଅଭିନୟ କରିବେ । ତେବେ ବିଗ୍ ବିଙ୍କ ଆଉ ଏକ ଚଳଚ୍ଚିତ୍ର ଯାହାର ନାମ ଏପର୍ଯ୍ୟନ୍ତ ଘୋଷଣା ହୋଇନି ଉକ୍ତ ଚଳଚ୍ଚିତ୍ରଟି 2022ରେ ରିଲିଜ୍ ହେବାର ଯୋଜନା କରାଯାଇଥିବା ସୂଚନା ମିଳିଛି ।

@IANS

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.