ମୁମ୍ବାଇ: ଲକଡାଉନ ହେତୁ ବିୟୁଟି ପାର୍ଲର ବନ୍ଦ। ଏଭଳି ପରିସ୍ଥିତିରେ ମହିଳାମାନେ ନିଜ ସୌନ୍ଦର୍ଯ୍ୟ ସେବା ପାଇବାକୁ ସକ୍ଷମ ନୁହଁନ୍ତି। ଏହାର ଶିକାର ଛୋଟ ପରଦାରୁ ନେଇ ବଡ ପରଦାର ଅଭିନେତ୍ରୀ ମଧ୍ୟ ହୋଇଛନ୍ତି । ଯାହା ଜଣାପଡିଛି ଫେମସ କମେଡିଆନ ଭାରତୀ ସିଂଙ୍କ ଏକ ସୋସିଆଲ ମିଡିଆ ପୋଷ୍ଟରୁ । ସେ ସୋସିଆଲ ମିଡିଆରେ ଏକ ଭିଡିଓ ସେୟାର କରି ଫ୍ୟାନ୍ସଙ୍କୁ ପଚାରିଛନ୍ତି କିପରି ବିନା ଯନ୍ତ୍ରଣାରେ ଆଇବ୍ରୋ ତିଆରି କରିବେ ପାରିବେ। ଆଇବ୍ରୋ ନକରି ଦୁଃଖିତ ନଜର ଆସୁଛନ୍ତି ଭାରତୀ ।
ଇନଷ୍ଟାଗ୍ରାମରେ ସେୟାର କରିଥିବା ଭିଡିଓ କ୍ୟାପସନରେ ଲେଖିଛନ୍ତି, ‘ଆଇବ୍ରୋ ତିଆରି କରିବା ବହୁତ କଷ୍ଟଦାୟ । ଧନ୍ୟବାଦ ଅର୍ଚ୍ଚନା ପୂରନ ସିଂ ଏଭଳି ଭୟାନକ ଟିପ ଦେବା ପାଇଁ । ଘରେ ବିନା ଯନ୍ତ୍ରଣାରେ ଆଇବ୍ରୋ କିପରି ତିଆରି କରିବା କେହି ଜାଣିଛ କି। ଯଦି ଆପଣ କିଛି ଜାଣିଛନ୍ତି ଦୟାକରି ମୋତେ କୁହନ୍ତୁ।’ ଆପଣ ମଧ୍ୟ ଦେଖନ୍ତୁ ତାଙ୍କର ଏହି ମଜାଦାର ଭିଡିଓ...
- " class="align-text-top noRightClick twitterSection" data="
">