ETV Bharat / sitara

ସୁଟିଂ ପୂର୍ବରୁ ଗଙ୍ଗୁବାଇକୁ 15 କୋଟିର କ୍ଷତି !

ଫିଲ୍ମ ଗଙ୍ଗୁବାଇ କଥିଆୱାଡି ପାଇଁ ଭନସାଲୀ ସମସ୍ତ ପ୍ରକାର ପ୍ରସ୍ତୁତି ଆରମ୍ଭ କରିଦେଇଥିଲେ । ଫିଲ୍ମଟିକୁ ସଫଳ କରିବା ପାଇଁ ସେ ଏକ ବଡ ସେଟ ବନାଇଥିଲେ । ଅଧିକ ପଢନ୍ତୁ...

ସୁଟିଂ ପୂର୍ବରୁ ଗଙ୍ଗୁବାଇକୁ 15 କୋଟିର କ୍ଷତି !
ସୁଟିଂ ପୂର୍ବରୁ ଗଙ୍ଗୁବାଇକୁ 15 କୋଟିର କ୍ଷତି !
author img

By

Published : May 6, 2020, 6:39 PM IST

ମୁମ୍ବାଇ: ନିଜ ପ୍ରତି ଫିଲ୍ମରେ ପରଫେକ୍ଟ ପାଇଁ ପରିଚିତ ସଞ୍ଜୟ ଲୀଲା ଭଂସାଲୀ । କୌଣସି ଫିଲ୍ମର ପ୍ଲାନ କରିବା ପୂର୍ବରୁ ସେ ଏହାର ପ୍ରସ୍ତୁତି ସମ୍ପର୍କରେ ମଧ୍ୟ ପୂର୍ବରୁ ସ୍ଥିର କରିସାରିଥାନ୍ତି । ଫିଲ୍ମଟିକୁ ପ୍ରତି ଦିଗରୁ ଚତ୍ମକାର ବନାଇବାର ସେ ସମସ୍ତ ପ୍ରୟାସ କରିଥାନ୍ତି ।

ସେହିପରି ଫିଲ୍ମ ଗଙ୍ଗୁବାଇ କଥିଆୱାଡି ପାଇଁ ଭନସାଲୀ ସମସ୍ତ ପ୍ରକାର ପ୍ରସ୍ତୁତି ଆରମ୍ଭ କରିଦେଇଥିଲେ । ଫିଲ୍ମଟିକୁ ସଫଳ କରିବା ପାଇଁ ସେ ଏକ ବଡ ସେଟ ବନାଇଥିଲେ । ଯେଉଁଥିରେ ଏହି ବାୟୋପିକର ସମ୍ପୂର୍ଣ୍ଣ ସୁଟିଂ ହୋଇଥାନ୍ତା । ଅନେକ ଟଙ୍କା ଖର୍ଚ୍ଚ କରି ଏହା ବନାଯାଇଥିଲା । ହେଲେ ଲକଡାଉନ ଯୋଗୁଁ ତାଙ୍କର ପ୍ଲାନ ଫେଲ ମାରିଛି । ବର୍ତ୍ତମାନ ସୁଟିଂ ବନ୍ଦ ଥିବାବେଳେ ସେଟର ରକ୍ଷଣାବେକ୍ଷଣରେ ଅଧିକ ଖର୍ଚ୍ଚ ହେଉଛି । ସୁଟିଂ ନହେଉଥିଲେ ମଧ୍ୟ ଏହା ପାଇଁ ପ୍ରଯୋଜକଙ୍କୁ ପ୍ରତିଦିନ ଫିଲ୍ମ ସିଟିକୁ ରେଣ୍ଟ ଦେବାକୁ ପଡୁଛି । ପରିସ୍ଥିତି ଅନୁସାରେ ଏବେ କିଛି ମାସ ଯାଏଁ ସୁଟିଂ ସମ୍ଭବ ଲାଗୁନି । କେବେ ପୁଣି ସୁଟିଂ ଆରମ୍ଭ ହେବ ତାହା କହିବା ମୁସ୍କିଲ । ଏସବୁ ଲକ୍ଷ୍ୟ ରଖି ବର୍ତ୍ତମାନ ଏହାକୁ ଭାଙ୍ଗିଦେବାକୁ ଭନସାଲୀ ନିଷ୍ପତ୍ତି ନେଇଛନ୍ତି ।

ତେବେ ଏହାଦ୍ବାରା ସେ ପ୍ରାୟ 15 କୋଟି ଟଙ୍କା କ୍ଷତି ସହିବେ ବୋଲି ଟ୍ରେଡ ପଣ୍ଡିତମାନେ ଆକଳନ କରିଛନ୍ତି । ଏହି ସେଟ୍ ଚାଲୁ ରହିଲେ ଅତିକମରେ ଭଂସାଲୀଙ୍କୁ ଏହି ଟଙ୍କା ଦେବାକୁ ପଡିବ । ବର୍ତ୍ତମାନ ଭାଙ୍ଗିଦେଲେ ମାତ୍ର 2 କୋଟିର ସେ କ୍ଷତି ସହିବେ । ଏପରିକି ଆଗକୁ ବର୍ଷା ଦିନ ଆସୁଥିବାବେଳେ ସେଟକୁ ରକ୍ଷା କରିବା କଷ୍ଟକର ହୋଇପଡିବ । ପୁଣିଥରେ ସେଟ ବନାଇଲେ 10ରୁ 12 କୋଟି ଖର୍ଚ୍ଚ ହେବ । ତେଣୁ ଏବେ ଭାଙ୍ଗିଦେଇ ପୁଣିଥରେ ବନାଇଲେ 15 କୋଟି ଟଙ୍କାର କ୍ଷତି ସହିବେ ବୋଲି ଆକଳନ କରାଯାଇଛି । ଏଥିପାଇଁ ସେପ୍ଟେମ୍ବର ଆଡକୁ ସେଟ ଆଉଥରେ ବନାଇବେ ବୋଲି ଭଂସାଲୀ ନିଷ୍ପତ୍ତି ନେଇଥିବା ଜଣାପଡିଛି । ତେବେ ପ୍ରଯୋଜକ ସଂସ୍ଥା ପକ୍ଷରୁ ଏନେଇ କୌଣସି ସ୍ପଷ୍ଟୀକରଣ ଦିଆଯାଇନାହିଁ ।

ପ୍ରକାଶ ଥାଉ କି ଗଙ୍ଗୁବାଇର ଲିଡରେ ଆଲିୟା ଭଟ୍ଟ ଅଭିନୟ କରୁଥିବାବେଳେ ଏଥିରେ ରଣବୀର କପୁର, ଦୀପିକା ପାଦୁକୋନ ମଧ୍ୟ ଅତିଥି କଳାକାର ଭୂମିକାରେ ଆକ୍ଟିଂ କରିବେ ବୋଲି ଖବର ରହିଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.