ETV Bharat / sitara

ସୁଶାନ୍ତ କେସ: ରିଆ-ସୌଭିକଙ୍କ ଜାମିନ ଆବେଦନର ଶୁଣାଣି ଆରମ୍ଭ - ସୁଶାନ୍ତ କେସ

ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ମାମଲାରେ ଡ୍ରଗ୍ସ ସମ୍ବନ୍ଧୀୟ ମାମଲାରେ ଯାଞ୍ଚ କରୁଥିବା ଏନସିବି ଦ୍ବାରା ଗିରଫ ହୋଇଥିବା ଅଭିନେତ୍ରୀ ରିଆ ଚକ୍ରବର୍ତ୍ତୀ ଏବଂ ତାଙ୍କ ଭାଇ ସୌଭିକ ସେମାନଙ୍କ ଜାମିନ ପାଇଁ ବମ୍ବେ ହାଇକୋର୍ଟରେ ଆବେଦନ କରିଛନ୍ତି । ଯାହାର ଶୁଣାଣି ଆରମ୍ଭ ହୋଇଯାଇଛି ।

bail application of rhea and showik in bombay high court
ସୁଶାନ୍ତ କେସ: ରିଆ-ସୌଭିକଙ୍କ ଜାମିନ ଆବେଦନ ଉପରେ ଶୁଣାଣି
author img

By

Published : Sep 29, 2020, 5:14 PM IST

ମୁମ୍ବାଇ: ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ମାମଲାରେ ଡ୍ରଗ୍ସ ସମ୍ବନ୍ଧୀୟ ମାମଲାରେ ଯାଞ୍ଚ କରୁଥିବା ଏନସିବି ଦ୍ବାରା ଗିରଫ ହୋଇଥିବା ଅଭିନେତ୍ରୀ ରିଆ ଚକ୍ରବର୍ତ୍ତୀ ଏବଂ ତାଙ୍କ ଭାଇ ସୌଭିକ ସେମାନଙ୍କ ଜାମିନ ପାଇଁ ବମ୍ବେ ହାଇକୋର୍ଟରେ ଆବେଦନ କରିଛନ୍ତି ।

ରିଆ ସୌଭିକଙ୍କ ସମେତ 5 ଅଭିଯୁକ୍ତଙ୍କ ଜାମିନ ଆବେଦନ ଉପରେ ଆଜି ବମ୍ବେ ହାଇକୋର୍ଟରେ ଶୁଣାଣି ଆରମ୍ଭ ହୋଇଛି । ରିଆଙ୍କୁ ସେପ୍ଟେମ୍ବର 9 ରେ ଏନସିବି ଗିରଫ କରିଥିଲା । ଏହି ସମୟରେ ସ୍ବତନ୍ତ୍ର ଏନଡିପିଏସ କୋର୍ଟ ରିଆଙ୍କ ଜାମିନ ଆବେଦନକୁ ପ୍ରତ୍ୟାଖ୍ୟାନ କରି ତାଙ୍କୁ 14 ଦିନ ପାଇଁ ନ୍ୟାୟିକ ହେପାଜତକୁ ପଠାଇଥିଲେ ।

ମଙ୍ଗଳବାର ଦିନ ସ୍ବତନ୍ତ୍ର କୋର୍ଟ ରିଆଙ୍କ ନ୍ୟାୟିକ ହେପାଜତକୁ ଅକ୍ଟୋବର 6 ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି । ସେପ୍ଟେମ୍ବର ୨ ରେ ସାମୁଏଲ ମିରାଣ୍ଡାଙ୍କ ସହ ଏନସିବି ସୌଭିକଙ୍କୁ ଗିରଫ କରିଥିଲା । ସେପ୍ଟେମ୍ବର 11 ରେ ସୌଭିକ, ମିରାଣ୍ଡାଙ୍କ ଜାମିନ ଆବେଦନକୁ ସ୍ବତନ୍ତ୍ର କୋର୍ଟ ଖାରଜ କରିଦେଇଥିଲେ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.