ETV Bharat / sitara

ବାଫ୍ଟାର ନୂଆ ସଭାପତି ସାଜିଲେ ନିର୍ମାତା କୃଷ୍ଣେନ୍ଦୁ

ଟେଲିଭିଜନ ନିର୍ମାତା କୃଷ୍ଣେନ୍ଦୁ ମଜୁମଦାରଙ୍କୁ ମିଳିଲା ବାଫ୍ଟାର ସଭାପତି ପଦ । 3 ବର୍ଷ ପର୍ଯ୍ୟନ୍ତ ସମ୍ଭାଳିବେ କାର୍ଯ୍ୟଭାର ।

ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@କୃଷ୍ଣେନ୍ଦୁ ମଜୁମଦାର

author img

By

Published : Jun 3, 2020, 5:40 PM IST

ମୁମ୍ବାଇ: ବ୍ରିଟିଶ ଏକାଡେମୀ ଅଫ ଫିଲ୍ମ ଆଣ୍ଡ ଟେଲିଭିଜନ ଆର୍ଟ (ବାଫ୍ଟା) ଏମି ବିଜେତା ତଥା ଟେଲିଭିଜନ ନିର୍ମାତା କୃଷ୍ଣେନ୍ଦୁ ମଜୁମଦାରଙ୍କୁ ଏହାର ନୂତନ ସଭାପତି ଭାବରେ ନିଯୁକ୍ତ କରିଛି । ବାଫ୍ଟାର 35 ବର୍ଷ ଇତିହାସରେ ସର୍ବ କନିଷ୍ଠ ଅଧ୍ୟକ୍ଷ ରୂପେ ନିର୍ବାଚିତ ହୋଇଛନ୍ତି ସେ । କୃଷ୍ଣେନ୍ଦୁଙ୍କୁ ନିଯୁକ୍ତି କରିବାର ନିଷ୍ପତ୍ତି ସୋମବାର ବାଫ୍ଟାର ବାର୍ଷିକ ବୈଠକରେ ନିଆଯାଇଥିଲା । ସେ ଆଗାମୀ ତିନି ବର୍ଷ ପର୍ଯ୍ୟନ୍ତ ଏହାର କାର୍ଯ୍ୟକାଳ ସମ୍ଭାଳିବେ ।

ଏହି ଅବସରରେ କୃଷ୍ଣେନ୍ଦୁ କହିଛନ୍ତି ଯେ ଆମ ଇନଷ୍ଟ୍ରିରେ ଅନେକ ଲୋକଙ୍କ ପାଇଁ ଏବର୍ଷ କଷ୍ଟସାଧ୍ୟ ଏବଂ ଅଶାନ୍ତ ହୋଇପଡିଛି । ପିପ୍ପା, ବିଫ୍ଟାର ପ୍ରତିଭାଶାଳୀ ଏବଂ ପ୍ରତିବଦ୍ଧ କର୍ମଚାରୀ ଓ ସଦସ୍ୟଙ୍କ ସହ ମିଶି ସେ ଚାହୁଁଛନ୍ତି ଯେ କୋଭିଡ-19 ପରେ ଇଣ୍ଡଷ୍ଟ୍ରିକୁ ପୁନଃ ନିର୍ମାଣ କରିବା ପାଇଁ ହୃଦୟରୁ କାମ କରିବି ।

ଆମେ ସୁନିଶ୍ଚିତ କରିବା ଜରୁରୀ ଯେ ଆମେ ସମସ୍ତେ ପୃଷ୍ଠଭୂମୀ, ଜାତି ଏବଂ ଲିଙ୍ଗର ସମର୍ଥନ କରୁଛୁ । ବାଫ୍ଟାର ଜୀବନ କାଳ ମଧ୍ୟରେ ବିବିଧତା ଏବଂ ଗୁରୁତ୍ବପୂର୍ଣ୍ଣ । ଆମେ ଆମ ଇଣ୍ଡଷ୍ଟ୍ରି ପାଇଁ ସବୁବେଳେ ଅଗ୍ରଣୀ ରହିବୁ ବୋଲି କହିଛନ୍ତି କୃଷ୍ଣେନ୍ଦୁ ।

ପ୍ରକାଶ ଥାଉକି କୃଷ୍ଣେନ୍ଦୁ 14 ବର୍ଷ ଧରି ବାଫ୍ଟାରେ ଯୋଗଦାନ ଦେଇଆସୁଛନ୍ତି । ଆଉ ସେ ଲର୍ଣ୍ଣିଂ ଆଣ୍ଡ ନ୍ୟୁ ଟ୍ୟାଲେଣ୍ଟ (2006-2010) କମିଟିର ଚେୟାରମ୍ୟାନ ଓ ଟେଲିଭିଜନ କମିଟି ଏବଂ ଟ୍ରଷ୍ଟ ବୋର୍ଡର ସଦସ୍ୟ ମଧ୍ୟ ରହିସାରିଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.