ETV Bharat / sitara

ଦୌଡରାଣୀଙ୍କ ସଫଳତାରେ ଅଭିନନ୍ଦନ ଜଣାଇଲା ବି-ଟାଉନ - dutee chand

ୱାର୍ଲ୍ଡ ୟୁନିଭର୍ସିଟି ଗେମ୍ସର 100ମିଟର ଦୌଡରେ ଜିତ ହାସଲ କରିଛନ୍ତି ଓଡିଆ ଝିଅ ଦୂତୀ ଚାନ୍ଦ । ତାଙ୍କର ଏହି ସଫଳତାରେ ଖୁସି ବଲିଉଡ ।

ଫଟୋ ସୌଜନ୍ୟ: ଏ ଏନ ଆଇ
author img

By

Published : Jul 12, 2019, 6:28 AM IST

ହାଇଦ୍ରାବାଦ: ଗୋଟେ ପଟେ କ୍ରିକେଟ ଫ୍ୟାନ୍ସ ହତାଶ ହୋଇଥିବା ବେଳେ ଓଡିଆ ଝିଅ ଦୂତୀ ଚାନ୍ଦ ଭାରତ ପାଇଁ ଆଣି ଦେଇଛନ୍ତି ଗୌରବ । ଭାରତର ପ୍ରଥମ ଆଥଲେଟ ଭାବରେ ୱାର୍ଲ୍ଡ ୟୁନିଭର୍ସିଟି ଗେମ୍ସର 100ମିଟର ଦୌଡରେ ସ୍ବର୍ଣ୍ଣ ପଦକ ହାସଲ କରି ରେକର୍ଡ କରିଛନ୍ତି ଦୂତି । 23 ବର୍ଷୀୟ ଦୂତୀ ମାତ୍ର 11.32ସେକେଣ୍ଡରେ 100 ମିଟର ଦୂରତା ଅତିକ୍ରମ କରି ଏହି ସଫଳତା ପାଇଛନ୍ତି । ତେବେ ତାଙ୍କର ଏହି ସଫଳତାରେ ବଲିଉଡ ଷ୍ଟାର୍ସ ଜଣାଇଛନ୍ତି ଶୁଭେଚ୍ଛା ।

world university games
ଫଟୋ ସୌଜନ୍ୟ: ଏ ଏନ ଆଇ
world university games
ଫଟୋ ସୌଜନ୍ୟ: ଏ ଏନ ଆଇ

ଅଭିନୟର ଶେହେନ୍ସା ବିଗ-ବି ଅମିତାଭ ବଚ୍ଚନ ନିଜ ଟ୍ବିଟର ହ୍ୟାଣ୍ଡେଲରେ ଶୁଭେଚ୍ଛା ଦେବା ସହ ଭାରତ ପାଇଁ ଗର୍ବର ବିଷୟ ବୋଲି କହିଥିଲେ । ଅକ୍ଷୟ କୁମାର ମଧ୍ୟ ମାଇକ୍ରୋ ବ୍ଲଗିଂରେ ଦୂତୀଙ୍କୁ ଦ୍ରୁତତମ ମହିଳାର ଆକ୍ଷା ଦେଇ ଅଭିନନ୍ଦନ ଜଣାଇଛନ୍ତି ।

ଆୟୁଷ୍ମାନ ଖୁରାନା ଓ ହ୍ୟୁମା କ୍ୟୁରେସି ମଧ୍ୟ ଶୁଭେଚ୍ଛା ଜଣାଇଥିଲେ । ନାରୀ କୈନ୍ଦ୍ରିକ ଫିଲ୍ମରେ ଅଭିନୟ ପାଇଁ ଚର୍ଚ୍ଚାରେ ଥିବା ତାପସୀ ପନ୍ନୁ ମଧ୍ୟ ଦୂତୀଙ୍କ ସଫଳତାକୁ ନେଇ ଖୁସି ଅଛନ୍ତି । ଅନ୍ୟପକ୍ଷେ ଅନୁରାଗ କଶ୍ୟପ, ଅତୁଲ କାସବେକର, ନେହା ଧୂପିଆ, ଅଲି ଫଜାଲ, ଦିୟା ମିର୍ଜା ମଧ୍ୟ ଅଭିନନ୍ଦନ ଜଣାଇଛନ୍ତି ।

world university games
ଫଟୋ ସୌଜନ୍ୟ: ଏ ଏନ ଆଇ
world university games
ଫଟୋ ସୌଜନ୍ୟ: ଏ ଏନ ଆଇ
world university games
ଫଟୋ ସୌଜନ୍ୟ: ଏ ଏନ ଆଇ

ନିକଟରେ ଦୂତୀ ନିଜ ସମଲିଙ୍ଗୀ ସମ୍ପର୍କ ନେଇ ଚର୍ଚ୍ଚାରେ ଆସିଥିଲେ । ପ୍ରଥମ ଆଥଲେଟ ଭାବରେ ସମଲିଙ୍ଗୀ ସମ୍ପର୍କ ବିଷୟରେ ମିଡିଆରେ କହିବାକୁ ସାହାସ ଦେଖାଇପାରିଥିଲେ । ଏହାପରେ ଦୂତୀଙ୍କୁ କପିଲ ଶର୍ମାଙ୍କ ଶୋ' ରେ ଦେଖିବାକୁ ମିଳିଥିଲା ।

Intro:Body:

BLANK 

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.