ETV Bharat / sitara

50 କୋଟି କ୍ଲବରେ ‘ବାଲା’

author img

By

Published : Nov 12, 2019, 1:02 PM IST

ହିଟ୍ ଉପରେ ହିଟ୍ ଫିଲ୍ମ ଦେବାରେ ଲାଗିଛନ୍ତି ଆୟୁଷ୍ମାନ ଖୁରାନା । ସମସ୍ତଙ୍କ ଫେଭରେଟ ଆକ୍ଟର ଆୟୁଷ୍ମାନଙ୍କ ଅଭିନୀତ ‘ବାଲା’ ମଧ୍ୟ ବକ୍ସ ଅଫିସରେ ହିଟ୍ ସାବ୍ୟସ୍ତ ହୋଇଛି । ବର୍ତ୍ତମାନ 50 କୋଟିରୁ ଅଧିକ ଆୟ କରିସାରିଲାଣି ଏହି ଫିଲ୍ମ । ‘ବାଲା’ ତାଙ୍କ 7ତମ ହିଟ୍ ଫିଲ୍ମ ।

ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ଆୟୁଷ୍ମାନ ଖୁରାନା

ମୁମ୍ବାଇ: ପପୁଲାର ଆକ୍ଟର ଆୟୁଷ୍ମାନ ଖୁରାନା ବ୍ୟାକ ଟୁ ବ୍ୟାକ ହିଟ୍ ବକ୍ସ ଅଫିସକୁ ଦେବାରେ ଲାଗିଛନ୍ତି । ଏବର୍ଷର ତୃତୀୟ ହିଟ୍ ଫିଲ୍ମ ରୂପେ ସାବ୍ୟସ୍ତ ହୋଇଛି ନିକଟରେ ରିଲିଜ ହୋଇଥିବା ତାଙ୍କ ‘ବାଲା’ ଫିଲ୍ମ । ବର୍ତ୍ତମାନ ଶାନଦାର କଲେକ୍ସନ କରିବାରେ ଲାଗିଛି ଏହି ଫିଲ୍ମ । ଏହି ଫିଲ୍ମରେ ତାଙ୍କ ସହ ଅପୋଜିଟ୍ ଭୂମି ପେଡନେକର ଓ ୟାମୀ ଗୌତମ ନଜର ଆସିଛନ୍ତି। ବର୍ତ୍ତମାନ ଫିଲ୍ମର ଚତୁର୍ଥ ଦିନର କଲେକ୍ସନ ସାମ୍ନାକୁ ଆସିଛି ।

ଆଜ୍ଞା ହଁ, ‘ବାଲା’ର ଚତୁର୍ଥ ଦିନ କଲେକ୍ସନର ସୂଚନା ଫିଲ୍ମ କ୍ରିଟିକ ଏବଂ ଟ୍ରେଡ ଆନାଲିଷ୍ଟ ତରଣ ଆଦର୍ଶକ ଟ୍ବିଟରରେ ଦେଇଛନ୍ତି । ସେ ଟ୍ବିଟ କରି ଲେଖିଛନ୍ତି, ‘ବାଲା ଫିଲ୍ମଟି ରିଲିଜର ମାତ୍ର ଚାରି ଦିନ ମଧ୍ୟରେ 50 କୋଟି କ୍ଲବରେ ସାମିଲ ହୋଇଛି । ଏହି ଫିଲ୍ମଟି ଆୟୁଷ୍ମାନଙ୍କ ପୂର୍ବ ହିଟ୍ ଫିଲ୍ମ ଡ୍ରିମଗାର୍ଲ ଠାରୁ ମଧ୍ୟ ଅଧିକ ହିଟ୍ ସାବ୍ୟସ୍ତ ହୋଇଛି । ଡ୍ରିମଗାର୍ଲ ଚାରିଦିନରେ ମାତ୍ର 7.43 କୋଟି ଆୟ କରିଥିଲା । ବାଲା କିନ୍ତୁ ଶୁକ୍ରବାର 10.15 କୋଟି ଆୟ କରିଥିବା ବେଳେ ଶନିବାର ଫିଲ୍ମଟି 15.73 କୋଟି ଆୟ କରିଥିଲା । ସେହିପରି ରବିବାର ଫିଲ୍ମ 18.07 କୋଟି ଏବଂ ସୋମବାର 8.26 କୋଟି ଟଙ୍କା ଆୟ କରିବାରେ ସଫଳ ହୋଇଛି । ବର୍ତ୍ତମାନ ଫିଲ୍ମର ସମୁଦାୟ କଲେକ୍ସନ 52.21 କୋଟି । ପ୍ରକାଶ ଥାଉକି ‘ବାଲା’ ଫିଲ୍ମ ଆୟୁଷ୍ମାନଙ୍କ ସବୁଠୁ ଅଧିକ ଓପନିଂ କରିଥିବା ଫିଲ୍ମ ସାଜିଛି ।

tweet
ଫଟୋ ସୌଜନ୍ୟ: ଟ୍ବିଟର@ତରଣ ଆଦର୍ଶ

ଅମର କୌଶିକ ନିର୍ଦ୍ଦେଶିତ ‘ବାଲା’ ଫିଲ୍ମରେ ପ୍ରଯୋଜନା ଦାୟିତ୍ବ ତୁଲାଇଥିଲେ ଦିନେଶ ବିଜାନ । ‘ବାଲା’ର କାହାଣୀ ଜଣେ ଚନ୍ଦା ବ୍ୟକ୍ତି ଓ ଜଣେ କଳା ଝିଅର । ଚନ୍ଦା ବ୍ୟକ୍ତି ଭୂମିକାରେ ଅଭିନୟ କରି ସମସ୍ତଙ୍କ ମନ କିଣିଛନ୍ତି ଆୟୁଷ୍ମାନ । ସେହିପରି କଳା ଝିଅ ଭୂମିକାରେ ଭୂମି । ଫିଲ୍ମରେ ଅଭିନେତା ଜାଭେଦ ଜାଫରୀ, ସୌରଭ ଶୁକ୍ଲା ଓ ସୀମା ପାହୱା ମଧ୍ୟ ମୁଖ୍ୟ ଭୂମିକାରେ ନଜର ଆସିଛନ୍ତି । ଫିଲ୍ମଟି ଗତ 7 ତାରିଖରେ ରିଲିଜ ହୋଇଥିଲା ।

Intro:Body:

BLANK FOR LINK 

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.